ଘୁମୁସର ଜିଲା ଆନ୍ଦୋଳନ ତେଜିଲା

ଭଞ୍ଜନଗର,୨୨୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁରକୁ ନୂଆ ଜିଲା କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବେ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଓ ଆଉ କେତେକ ଅଞ୍ଚଳରେ ନୂଆ ଜିଲା ଦାବି ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି ।
ଘୁମୁସର ଜିଲା ଘୋଷଣା ପାଇଁ ୨୯ବର୍ଷ ହେବ ଆନ୍ଦୋଳନ ଚଳାଇଥିବା ଭଞ୍ଜନଗର ଉପଖଣ୍ଡବାସୀ ବର୍ତ୍ତମାନ ପୁଣି ଦାବି ଦୋହରାଇବା ଆରମ୍ଭ କରିଦେଇଛନ୍ତି । ସୋମବାର କଂଗ୍ରେସ ଦଳ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭଞ୍ଜନଗର ଗସ୍ତରେ ଆସିଥିବା ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଘୁମୁସର ଜିଲା ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଶନିବାର ସ୍ଥାନୀୟ ନାୟକ ଭବନ ପରିସରରେ ହୋଇଥିବା ବରିଷ୍ଠ ନାଗରିକ ମଞ୍ଚ ବୈଠକରେ ମଧ୍ୟ ଜିଲା ଘୋଷଣା ଦାବି ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବିଭିନ୍ନ ସଙ୍ଗଠନକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପୁର୍ବରୁ ବାର୍‌ ଆସୋସିଏଶନ କାର୍ଯ୍ୟକାରୀଣି ବୈଠକରେ ମଧ୍ୟ ଘୁମୁସର ଜିଲା ଆନ୍ଦୋଳନ କିଭଳି ସଫଳ ହେବ ସେନେଇ ମୈଖିକ ଆଲୋଚନା ହୋଇଛି। ଆଗାମୀ ଦିନରେ ଆଉ କିଛି ସଙ୍ଗଠନ ଘୁମୁସର ଜିଲା ଦାବି ଆନ୍ଦୋଳନରେ ସାମିଲ ହେବା ସମ୍ଭାବନା ରହିଛି । ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ଉପଖଣ୍ଡ ରାଜ୍ୟର ବଡ଼ ଉପଖଣ୍ଡ। ଜଗନ୍ନାଥପ୍ରସାଦ ବ୍ଲକ ରଗଡ଼ାରୁ ଜଣେ ବ୍ୟକ୍ତିଙ୍କୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ହେଲେ ୧୫୦ କିମି ୩ଟି ବସ୍‌ ବଦଳାଇ ଯିବାକୁ ପଡ଼ୁଛି। ଦୂରତ୍ୱ ଏବଂ ଅନ୍ୟାନ୍ୟ କାରଣରୁ ଘୁମୁସର ଜିଲାର ଆବଶ୍ୟକତା ରହିଛି । ୧୯୯୩ରେ ରାଜ୍ୟରେ ୧୩ ଜିଲାରୁ ୩୦ ଜିଲାକୁ ବୃଦ୍ଧି କରାଯାଇଥିଲା । ଏହାପରେ ଆଉ ନୂଆ ଜିଲା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। କିନ୍ତୁ ୧୩ରୁ ୩୦ ଜିଲାକୁ ବୃଦ୍ଧି ପରେ ଆଉ କିଛି ନୂତନ ଜିଲା ଘୋଷଣା ପାଇଁ କେତକ ଜିଲାରେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଅଞ୍ଚଳକୁ ନେଇ ନୂଆ ଜିଲା ଘୋଷଣା ଦାବି ଉଠିଥିଲା। କିନ୍ତୁ ଜନତାଦଳ, କଂଗ୍ରେସ, ବିଜେଡ଼ି ଓ ଭାଜପା ମେଣ୍ଟ ସରକାର ଏବଂ ବର୍ତ୍ତମାନର ବିଜେଡ଼ି ସରକାର ଚାଲିଥିଲେ ମଧ୍ୟ ଜିଲା ଦାବି ପ୍ରତି କୌଣସି ସରକାର ଗୁରୁତ୍ୱ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri