କେନ୍ଦୁଝର ଜିଲାପାଳ ଆଶ୍ୱସ୍ତ

କଟକ ଅଫିସ/କେନ୍ଦୁଝର,୧୯ା୪(ସ୍ବ.ପ୍ର.):ବିଭିନ୍ନ ଜନଜାତିଙ୍କ ବ୍ୟକ୍ତିଗତ ତଥା ସାମୂହିକ କେସ୍‌ର ୮ଟି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି (ଏସ୍‌ଟି) କମିଶନଙ୍କ ନିକଟରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ହାଜର ହେବେ ନାହିଁ। ଏନେଇ ସୋମବାର ଓଡ଼ିଶା ହାଇକୋର୍ଟ କମିଶନଙ୍କ ଓ୍ବାରେଣ୍ଟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ୬ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ପଷ୍ଟ କରିଛନ୍ତି। କମିଶନଙ୍କ ଓ୍ବାରେଣ୍ଟ ନୋଟିସକୁ ଚ୍ୟାଲେଞ୍ଜ କରି ଜିଲାପାଳ ଠାକ୍‌ରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। କେସ୍‌ ନଂ. ଡବ୍ଲ୍ୟୁପିସି ୦୦୦୯୬୦୯/୨୦୨୨ର ଶୁଣାଣି କରି ହାଇକୋର୍ଟ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ନୋଟିସ୍‌ ଉପରେ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲାପାଳ ଠାକ୍‌ରେ ଆଶ୍ୱସ୍ତ ହୋଇଥିବାବେଳେ କମିଶନଙ୍କ କ୍ଷମତା ଓ ଜିଲାପାଳଙ୍କ ହାଜରକୁ ନେଇ କ’ଣ ଆଇନଗତ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ତର୍ଜମା ଆରମ୍ଭ ହୋଇଛି ା
ପ୍ରକାଶ ଯେ, କେତେକ ମାମଲା ନେଇ କେନ୍ଦୁଝର ଆଦିବାସୀ ସଙ୍ଗଠନ ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରାଯାଇଥିଲା। ଏହିସବୁ ମାମଲାରେ କମିଶନ ମାର୍ଚ୍ଚ ୨୧ରେ ଚିଠି କରି ଏପ୍ରିଲ ୪ ତାରିଖ ଅପରାହ୍ନ ୪ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କହିଥିଲେ। ବାରମ୍ବାର ସମନ ସତ୍ତ୍ୱେ ଜିଲାପାଳ ଠାକ୍‌ରେ କମିଶନଙ୍କ ନିକଟରେ ହାଜର ହୋଇ ନ ଥିଲେ। ଫଳରେ ଜାତୀୟ ଜନଜାତି କମିଶନ ଭାରତୀୟ ସମ୍ବିଧାନର ସିଭିଲ କୋଡ୍‌ ୩୩୮/(ଏ)ର ଧାରା ୮ ଅନୁଯାୟୀ ନୋଟିସ କରିଥିଲେ। ଏପ୍ରିଲ ୧୩ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର କରାଇବାକୁ ପୋଲିସ ଡିଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲାରେ ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲାପାଳ ହାଜର ହୋଇପାରିବେ ନାହିଁ ଡିଜିପି ଜଣାଇଥିଲେ। ଫଳରେ ୧୯ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ତାଙ୍କୁ ହାଜର କରିବାକୁ ପୋଲିସ ଡିଜିଙ୍କୁ କମିଶନ ଓ୍ବାରେଣ୍ଟ ନୋଟିସ୍‌ କରିଥିଲେ। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କଟକ ଆଇଜି ଏ.ଏନ୍‌. ସିହ୍ନା ଉକ୍ତ ନୋଟିସ୍‌ କାର୍ଯ୍ୟକାରୀ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ୧୬ତାରିଖରେ ଚିଠି କରିଥିଲେ। ତେବେ ଏହାକୁ ନେଇ ଜିଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ଲଢ଼ୁଥିଲେ। ସୂଚନାଯୋଗ୍ୟ, କମିଶନଙ୍କ ଏଭଳି ଓ୍ବାରେଣ୍ଟ ନୋଟିସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri