ଯାଜପୁର ଟାଉନ,୨୭।୧୧(ଡି.ଏନ.ଏ.): ଯାଜପୁର ଟାଉନ ସର୍କିଟ ହାଉସ ସଭାଗୃହରେ ୫ମ ଜିଲା ପରିଷଦର ତ୍ରୟୋଦଶ ତଥା ଶେଷ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏମ୍ପି ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବାସ୍ଥ୍ୟ, ଏମ୍ଜିଏନ୍ଆର୍ଇଜିଏସ୍, କୃଷି, ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ କହିଥିଲେ, ଜିଲାପରିଷଦ ପକ୍ଷରୁ ବ୍ଲକ ଜରିଆରେ ଆମ୍ଭମାନଙ୍କୁ ଜୁନରେ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ୯ ଲକ୍ଷ ଟଙ୍କା ଅନୁଦାନ ପାଇଁ ପ୍ରକଳ୍ପ ତାଲିକା ପଠାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ ବିଡିଓମାନେ ପ୍ରୋଜେକ୍ଟ ଲିଷ୍ଟ ପଠାଇବା ପରେ କାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଚିଠି ନଂ.୬୮୧୪/୨୭ା୧୦ା୨୦୨୧ରେ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକ ପ୍ରଶାସନକୁ ଚିଠି କରି ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟର ଅନୁଦାନ ଦେଇହେବ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁଦାନରେ କାର୍ଯ୍ୟ କରିଥିବା ଲୋକେ ଜିଲାପରିଷଦ ସଭ୍ୟଙ୍କ ଦୁଆରେ ଧାରଣା ଦେଉଛନ୍ତି ବୋଲି ରାଉତଙ୍କ ସମେତ ସଭ୍ୟ ଅରବିନ୍ଦ ସାମଲ, ବିପିନ ଜେନା, ଅଶୋକ ସାମଲ, ଧରଣୀଧର ଘଡ଼େଇ, ମଧୁସ୍ମିତା ଧଳ, ବିନୋଦିନୀ ସାହୁ, ଚତୁର୍ଭୁଜ ଦ୍ୱିବେଦୀ, ନିରଞ୍ଜନ ରାଉତ, ଆଦିକନ୍ଦ ସନ୍ଦିବିଗ୍ରହ ପ୍ରମୁଖ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାପରିଷଦ ସଭାପତି କହିଥିଲେ, ମୋଟର ଭେହିକିଲ ଅନୁଦାନ ପ୍ରତିବର୍ଷ ଜିଲାପରିଷଦ ସଭ୍ୟଙ୍କ ପାଇଁ ସରକାର ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ତାହା ବିଧାୟକମାନେ ପ୍ରଦାନ ବ୍ୟବସ୍ଥା ହୋଇଥିବାରୁ ବ୍ୟତିକ୍ରମ ଘଟିଛି ଓ ଏହାର ସମାଧାନ କରାଯିବ। କିନ୍ତୁ ମହାନ୍ତିଙ୍କ ଏ ଉତ୍ତର ସଭ୍ୟଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାବେଳେ ପ୍ରତିଥର ଭଳି ଏଥର ମଧ୍ୟ ବଡ଼ଚଣା ବ୍ଲକ ଭୁଷଣ୍ଡପୁର(ମହାଖଳା) ଏଏନଏମ କେନ୍ଦ୍ର, ଗୋପାଳପୁର ପିଏଚସିକୁ ସିଏଚ୍ସି ମାନ୍ୟତା, ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା, ବ୍ରହ୍ମବରଦା ଚିକିତ୍ସାକେନ୍ଦ୍ର ଦୁରବସ୍ଥା, ଡାକ୍ତର ଅଭାବ, ଧର୍ମଶାଳା ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସମ୍ପର୍କରେ ସଭ୍ୟାସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀଙ୍କୁ ବେଡ୍ଶିଟ ଦିଆଯାଉ ନ ଥିବା ନେଇ ସଭ୍ୟ ଅଶୋକ ସାମଲ ଅଭିଯୋଗ କରିବା ପରେ ଜିଲାପାଳ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପରେ ଉତ୍ତର ରଖିଥିଲେ। ବୈଠକରେ ସଦର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ବଡ଼ଚଣା ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ଧର୍ମଶାଳା ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ସଭ୍ୟ ସରୋଜ ମହାପାତ୍ର, ରବୀନ୍ଦ୍ର ଜେନା, ରଞ୍ଜିତା ସାମଲ, ମାମିନା ମଲ୍ଲିକ, ବିଷ୍ଣୁପ୍ରିୟା ମହାକୁଡ଼ ଓ ରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Posted inHome Left, ଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


