ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି ଘର ଯେପରି ବାଦ୍‌ ନ ପଡିବ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ଟିମ୍‌କୁ କହିଥିଲେ। ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ଯେପରି ସ୍ବାବ୍‌ ଟେଷ୍ଟ ହେବ ସେଥିପ୍ରତି ଗୁରତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶେରଗଡ଼ ବାଲିସାହିରୁ ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ବ କରିଛନ୍ତି। ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼. ଦୟାସିନ୍ଧୁ ପରିଡା, କୁଞ୍ଜ ବିହାରୀ ନାୟକ, ଅଲାରିଗଡ଼ର ସନ୍ତୋଷ ପଟନାୟକ, ଦିଗାମ୍ବର ନାହାକ, ସରପଞ୍ଚ ଅଶୋକ କୁମାର ସ୍ବାଇଁଙ୍କ ସମେତ ବହୁ ବକ୍ତି ଉପସ୍ଥିତ ଥିଲେ।