ଇନ୍‌ସୁଲିନ୍‌ର ଆବିଷ୍କାର: ସ୍ବପ୍ନରୁ ସୂଚନା

”ଇନ୍‌ସୁଲିନ୍‌ ଆମ ଶରୀରର ଏକ ହରମୋନ୍‌। ଏହା ପ୍ରାଣୀମାନଙ୍କ ଶରୀରରେ ରହିଥିବା ଅଗ୍ନ୍ୟାଶୟ ନାମକ ଗ୍ରନ୍ଥିରୁ କ୍ଷରିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଅନୁମୋଦିତ ସ୍ତରରେ ରଖେ। ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିଗଲେ ତାକୁ ଗାଇକ୍ଲୋଜେନ୍‌ ନାମକ ଉପାଦାନରେ ପରିଣତ କରିଦେଇ ସଞ୍ଚୟ ନିମିତ୍ତ ପଠେଇଦିଏ ଯକୃତ୍‌ ଏବଂ ପେଶୀ ଭିତରକୁ। କୋଷିକା ଭିତରେ ବି ବୃଦ୍ଧି କରିପକାଏ ଗ୍ଲୁକୋଜର ଜାରଣ ପ୍ରକ୍ରିୟା। ପୁଣି ଏହିବର୍ଷ (୨୦୨୨) ଆମେ ପାର ହୋଇ ଆସିଛୁ ‘ଇନ୍‌ସୁଲିନ୍‌’ର ଶତବାର୍ଷିକୀ।“

‘ଡାଇବେଟିସ୍‌’- ଏହି ଦୁଃସାଧ୍ୟ ବ୍ୟାଧିଟିର ନାମକରଣ ହୋଇଥିଲା ଦ୍ୱିତୀୟ କିମ୍ବା ତୃତୀୟ ଖ୍ରୀଷ୍ଟାବ୍ଦରେ। ଏହି ଗ୍ରୀକ୍‌ ଶବ୍ଦଟିର ସ୍ରଷ୍ଟା ଥିଲେ ମେମ୍‌ଫିସର ଆପୋଲୋନିୟସ, ପାଖାପାଖି ଖ୍ରୀଷ୍ଟପୂର୍ବ ୨୫୦ରୁ ୩୦୦ ମଧ୍ୟରେ। ପରେ ଆରେଟିସ୍‌ କାପୋଡୋସିଆ (୮୧-୧୩୩ ମସିହା) ଡାଇବେଟିସ୍‌ ଶବ୍ଦଟିକୁ ବେଶି ଲୋକପ୍ରିୟ କରାଇଦେଲେ। ଡାଇବେଟିସ୍‌ର ପୂରା ନଁା ଡାଇବେଟିସ୍‌ ମେଲ୍ଲିଟସ୍‌। ମେଲ୍ଲିଟସ୍‌ ଏକ ଲାଟିନ୍‌ ଶବ୍ଦ ଓ ଏହାର ଅର୍ଥ ମଧୁର ବା ମିଠା ବା ମହୁଭଳି ମିଠା। ୧୬୭୫ ମସିହାରେ ନିକେଟନ୍‌ର ଥୋମାସ୍‌ ଉଇଲ୍ଲିସ୍‌ ‘ଡାଇବେଟିସ୍‌’ ଶବ୍ଦଟି ସହ ମେଲ୍ଲିଟସ୍‌’ ଶବ୍ଦଟିକୁ ସଂଯୁକ୍ତ କରିଥିଲେ। ଡାଇବେଟିସ୍‌ ନାମକ ଗ୍ରୀକ୍‌ ଶବ୍ଦଟିର ପ୍ରକୃତ ଅର୍ଥ ‘ସାଇଫନ୍‌’ ବା ନଳୀ। ହେଲେ ଏପରି ଏକ ନାମକରଣ କାହିଁକି? ଏହି ରୋଗ ହେଲେ ରୋଗୀର ଶରୀର ବାରମ୍ବାର ଜଳ ଟାଣି ବାହାର କରିଦିଏ। ଫଳରେ ବାରମ୍ବାର ବେଶି ବେଶି ପରିସ୍ରା ହୁଏ। ସେଥିପାଇଁ ଡାଇବେଟିସ୍‌କୁ ଆମେ ‘ବହୁମୂତ୍ର’ ରୋଗ ବୋଲି କହିଥାଉ। ପୁନଶ୍ଚ ଏହି ମୂତ୍ରରେ ଅତ୍ୟଧିକ ମିଷ୍ଟତ୍ୱ ଥିବା କାରଣରୁ କେତେକଙ୍କ ମତ ପରେ ଆୟୁର୍ବେଦାଚାର୍ଯ୍ୟ ଚରକ ଏବଂ ଶଶ୍ରୁତ ଏହି ରୋଗର ନାମ ଦେଇଥିଲେ ‘ମଧୁମେହ’ ଅର୍ଥାତ୍‌ ମୂତ୍ରରେ ମଧୁ ବା ମିଠା ଲାଗୁଥିବା ପରିସ୍ରା (‘ମେହ’ର ଅର୍ଥ ମୂତ୍ର)। ଅବଶେଷରେ ସାମାନ୍ୟ ଆଶାର ଆଲୋକ ଦେଖାଗଲା ୧୮୮୯ ମସିହାରେ। ଘଟଣାଟି ଅନେକଟା କାକତାଳୀୟ। ଜର୍ମାନୀର ଦୁଇ ଗବେଷକ, ଅସ୍କାର ମିଂକ୍‌ଫୁସ୍କି ଏବଂ ଜୋସେଫ୍‌ ଭନ୍‌ ମେରିଂ ଅଗ୍ନ୍ୟାଶୟ ବା ପାନ୍‌କ୍ରିୟାଜକୁ ନେଇ ପରୀକ୍ଷାନିରୀକ୍ଷା କରୁଥିଲେ। ସେମାନେ ଗୋଟିଏ ସୁସ୍ଥ କୁକୁରର ଅଗ୍ନ୍ୟାଶୟ କାଟି ବାହାର କରିବା ପରେ ଦେଖିଲେ, କୁକୁରଟିର ଶୋଷ ଓ ପରିସ୍ରା ଦୁଇଟିଯାକ ଅସ୍ବାଭାବିକ ଭାବରେ ବଢ଼ିଯାଇଛି। ପରିସ୍ରାରେ ନିୟନ୍ତ୍ରଣ ହରେଇ ସେ ଅନବରତ ଭସେଇ ଚାଲିଛି ଚଟାଣ। ଅଗ୍ନ୍ୟାଶୟର ସହ ପରିପାକତନ୍ତ୍ରର କି ସମ୍ପର୍କ ବୁଝି ନ ପାରି ଦୁଇ ବିଜ୍ଞାନୀ ଯେତେବେଳେ ଧନ୍ଦି ହେଉଥାନ୍ତି, ସେତେବେଳେ ସେମାନଙ୍କର ଜଣେ ସହକାରୀ ବିରକ୍ତ ହୋଇ ଖବରଦେଲେ, ଗବେଷଣାଗାରର ଚଟାଣକୁ ଭସେଇଥିବା ପରିସ୍ରା ଶୁଖି ଗଲାପରେ ସେହି ଜାଗାରେ ଭଣ ଭଣ ହେଉଛନ୍ତି ମାଛି। ମିଂକ୍‌ଫୁସ୍କି ଓ ମେରିଂ ଆଉ କାଳ ବିଳମ୍ବ ନ କରି କୁକୁରଟିର ପ୍ରଥମେ ପରିସ୍ରା ଏବଂ ତା’ପରେ ରକ୍ତ ପରୀକ୍ଷା କରିପକେଇଲେ। ପରିସ୍ରା ଓ ରକ୍ତରେ ଗ୍ଲୁୁକୋଜର ମାତ୍ରା ଅସ୍ବାଭାବିକ ଭାବରେ ବେଶି। ଏବେ ବୁଝାଗଲା, ଯାହାକୁ ଏତେଦିନ ଧରି ନିଚ୍ଛକ ହଜମରେ ସାହାଯ୍ୟକାରୀ ଏଞ୍ଜାଇମର ଉତ୍ସ ବୋଲି ମନେ କରାଯାଉଥିଲା, ସେହି ଅଗ୍ନ୍ୟାଶୟର ରହିଛି ଆହୁରି ଗୁଣ ମଧ୍ୟ। ରକ୍ତରେ ଦ୍ରବୀଭୂତ ଥିବା ଗ୍ଲୁକୋଜକୁ ତାହା କୋଷ ଭିତରକୁ ଢୁକିବାରେ ସାହାଯ୍ୟ କରେ। କୋଷ ସେହି ଗ୍ଲୁକୋଜର ଶକ୍ତି ଜାତ କରେ, ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ସନ୍ତୁଳିତ ସ୍ତରରେ ରହେ, ଶରୀରରୁ ପ୍ରୟୋଜନୀୟ ଗ୍ଲୁକୋଜ୍‌ ବାହାରି ଥିବାରେ ବାଧାଦିଏ। କିନ୍ତୁ ପ୍ରଶ୍ନ ଉଠିଲା, ସେହି ବିସ୍ମୟକର ରାସାୟନିକ ଉପାଦାନଟି ତା’ହେଲେ ଅଗ୍ନ୍ୟାଶୟର କେଉଁଠି ତିଆରି ହେଉଛି ?
ବିଜ୍ଞାନୀମାନଙ୍କର ମନେପଡ଼ିଲା ସେଦିନଠାରୁ ଆହୁରି ଦୁଇଦଶକ ପୂର୍ବର କଥା। ସେହି ସମୟରେ ଜଣେ ତରୁଣ ଜର୍ମାନ ଗବେଷକ, ପଲ୍‌ ଲ୍ୟାଙ୍ଗରହାନ୍ସ ଅଗ୍ନ୍ୟାଶୟର ଅଣୁବୀକ୍ଷଣିକ ଗଠନକୁ ନେଇ ଏକ ଗବେଷଣା ନିବନ୍ଧରେ ଜଣେଇଥିଲେ, ଅତିପରିଚିତ ଅଗ୍ନ୍ୟାଶୟ-କୋଷର ବାହାରେ ଆହୁରି ଏକ ଧରଣର କୋଷ ପୁଞ୍ଜମାନ ରହିଛି। ସେହି କୋଷର କାମ କଅଣ, ସେ ସମ୍ପର୍କରେ କୌଣସି ଧାରଣା ନ ଥିବାରୁ ୨୨ବର୍ଷ ବୟସ୍କ ସେହି ବିଜ୍ଞାନୀଙ୍କ ପର୍ଯ୍ୟବେକ୍ଷଣକୁ ନେଇ ସେତେବେଳେ କେହି ସେପରି ମୁଣ୍ଡ ଖେଳେଇ ନ ଥିଲେ। ପରିଚିତ ଅଗ୍ନ୍ୟାଶୟ-କୋଷ ପାଚକ ରସ, ଅର୍ଥାତ୍‌ ହଜମ-ସହାୟକ ଏନ୍‌ଜାଇମ୍‌ ତିଆରି କରିଥାଏ ବୋଲି ଜଣାଥିଲା। ଏବେ ମିଂକ୍‌ଫୁସ୍କିଙ୍କ ପର୍ଯ୍ୟବେକ୍ଷଣ ପରେ ବିଜ୍ଞାନୀମାନେ ବୁଝିଲେ, ତା’ହେଲେ ଲ୍ୟାଙ୍ଗ୍‌ରହାନ୍ସ ଯେଉଁ କୋଷର ସନ୍ଧାନ ଦେଇଥିଲେ, ସେଇଠାରେ ହିଁ ନିଶ୍ଚୟ ରକ୍ତରେ ଗ୍ଲୁକୋଜର ମାତ୍ରା ବଜାୟ ରଖୁଥିବା ଉପାଦାନଟି ତିଆରି ହୁଏ ଏବଂ ହର୍‌ମୋନ ହିସାବରେ ରକ୍ତରେ ମିଶେ। ରାତାରାତି ସେହି ବିଶେଷ କୋଷଗୁଚ୍ଛର ନଁା ଦିଆହେଲେ ‘ଆଇଲେଟସ୍‌ ଅଫ୍‌ ଲ୍ୟାଙ୍ଗରିହାନ୍ସ’ ବା ଲ୍ୟାଙ୍ଗର୍‌ହାନ୍ସର ଦ୍ୱୀପପୁଞ୍ଜ’। ପୁଣି ସେହି ହରମୋନ୍‌ଟିର ନାମ ଦିଆଗଲା ‘ଇନ୍‌ସୁଲିନ୍‌’ ବା ଦ୍ୱୀପପ୍ରୋଟିନ୍‌’, କାରଣ ଲାଟିନ୍‌ ‘ଇନ୍‌ସୁଲା’ ଶବ୍ଦଟିର ଅର୍ଥ ଦ୍ୱୀପ।
କିନ୍ତୁ ଇନ୍‌ସୁଲିନ୍‌ର ଉତ୍ସ ଜାଣିବା ପରେ ମଧ୍ୟ ଏହି ରାସାୟନିକଟିକୁ କୌଣସି ପ୍ରକାରରେ ପୃଥକ୍‌ କରାଯାଇ ପାରିଲାନି। ଯେତେବେଳେ କୁକୁର କି ଗୋରୁର ଦେହରୁ ଅଗ୍ନ୍ୟାଶୟ କାଟି ବାହାର କରାଯାଉଥିଲା, ସେତେବେଳେ ଦେଖାଯାଉଥିଲା ଯେ ଅଗ୍ନ୍ୟାଶୟରୁ ନିଃସୃତ ପାଚକରସ ନିଜେ ଅଗ୍ନ୍ୟାଶୟ କୋଷର ଅକେନଟାକୁ ହଜମ କରିଦେଉଥିଲା; ଫଳରେ ଖୋଜିଲେ ମଧ୍ୟ ମିଳୁ ନ ଥିଲା ଇନ୍‌ସୁଲିନର ଅସ୍ତିତ୍ୱ। ଏହା ମଧ୍ୟରେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ଶେଷ ଭାଗରେ ସ୍ପାନିଶ୍‌ ଫ୍ଲୁ ପୃଥିବୀରେ ହାହାକାର ସୃଷ୍ଟି କରି ପକେଇଲା। ସ୍ପାନିଶ୍‌ ଫ୍ଲୁରେ ପ୍ରାଣ ହରେଇଲେ କମ୍‌ବେଶି ପାଞ୍ଚକୋଟି ଲୋକ ଏବଂ ବିଜ୍ଞାନୀମାନେ ସ୍ବୀକାର କଲେ, ଏହି ମହାମାରୀ ଭାଇରସ୍‌ ବିରୋଧରେ ସୃଷ୍ଟି କରି ପକେଇଛି ସ୍ବାଭାବିକ ରୋଗ ପ୍ରତିରୋଧ କ୍ଷମତା। ତେଣୁ ଫ୍ଲୁ ରୋକିବାରେ ସେମାନଙ୍କ କୃତିତ୍ୱ ପ୍ରାୟ ଶୂନ୍ୟ। ଏବେ ଯଦି ଇନ୍‌ସୁଲିନ୍‌କୁ ଚିହ୍ନି ନେବା ପରେ ମଧ୍ୟ ତାକୁ ବହୁ ଯୁଗର ପୁରୁଣା ଏକ ମାରାତ୍ମକ ରୋଗରେ ପ୍ରୟୋଗ କରି ନ ହୁଏ, ତା’ହେଲେ ତ ଚିକିତ୍ସାବିଜ୍ଞାନୀମାନେ ଆଉ କାହାକୁ ମୁହଁ ଦେଖେଇପାରିବେନି।
ଏହି ସମୟରେ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଶରୀରବିଦ୍ୟା ବିଭାଗର ମୁଖ୍ୟ ବିଶିଷ୍ଟ ବିଜ୍ଞାନୀ ଜନଜେମ୍‌ସ ରିକାର୍ଡ ମ୍ୟାକଲଓଡ୍‌ଙ୍କ ନିକଟକୁ ଆସିଲେ କାନାଡାର ଜଣେ ତରୁଣ ଚିକିତ୍ସକ ଫ୍ରେଡେରିକ ବ୍ୟାଣ୍ଟିଙ୍ଗ। ମାତ୍ର ପାଞ୍ଚବର୍ଷ ତଳୁ ମେଡିକାଲ ପଢ଼ା ଶେଷ କରିଥାନ୍ତି ସେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଦେଶର ସୈନ୍ୟବାହିନୀରେ କୃତିତ୍ୱର ସହ କାମ କରି ବ୍ରିଟିଶ ସରକାରଙ୍କ ମିଲିଟାରୀ କ୍ରସ ଅର୍ଜନ କରିଥାନ୍ତି। ତା’ପରେ ବେସରକାରୀ ଚିକିତ୍ସାରେ ଉଧେଇ ନ ପାରି ଟରୋଣ୍ଟୋର ଏକ ମେଡିକାଲ କଲେଜରେ ଶିକ୍ଷକତା କରୁଥାନ୍ତି ଏବଂ ଇନ୍‌ସୁଲିନ୍‌ ବିଷୟରେ ଲେଖାପଢ଼ା କରୁଥାନ୍ତି। ୧୯୨୦ ମସିହା ଅକ୍ଟୋବର ୩୧ତାରିଖ ରାତି ଦୁଇଟା ପାଖାପାଖି, ସେ ଏପରି ଏକ ସ୍ବପ୍ନ ଦେଖିଲେ ଯେଉଁଥିରୁ ତାଙ୍କ ମନେହେଲା, ସେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅଗ୍ନ୍ୟାଶୟରୁ ଇନ୍‌ସୁଲିନ୍‌କୁ ପୃଥକ୍‌ କରିପାରିବେ। କିନ୍ତୁ କିପରି ? କ’ଣ କରି? ବ୍ୟାଣ୍ଟିଙ୍ଗ ଏକ ଅପାତସରଳ ପରିକଳ୍ପନାର କଥା ଜଣେଇଲେ ପ୍ରଫେସର ମ୍ୟାକ୍‌ଲିଓଡ୍‌ଙ୍କୁ। ସେ ଭାବିଥିଲେ, ପ୍ରାଣୀଟିକୁ ନ ମାରି ଯଦି ତା’ର ଅଗ୍ନ୍ୟାଶୟର ପାଚକରସ ପରିବହନକାରୀ ସବୁନଳୀକୁ ବାନ୍ଧି ଦିଆଯାଏ, ତାହାହେଲେ କିଛି ସପ୍ତାହ ମଧ୍ୟରେ ବିପରୀତ ପ୍ରତିବର୍ତ୍ତ କ୍ରିୟାଫଳରେ ଅଗ୍ନ୍ୟାଶୟର ଏନ୍‌ଜାଇମ୍‌ ଉତ୍ପାଦକାରୀ କୋଷଗୁଡ଼ିକ କାର୍ଯ୍ୟ ନ କରିପାରି ଅକାମୀ ହୋଇଯିବ, କିନ୍ତୁ ହରମୋନ୍‌ କ୍ଷରଣରେ କୌଣସି ନଳୀର ପ୍ରୟୋଜନ ନ ଥିବାରୁ, ଇନ୍‌ସୁଲିନର ଉତ୍ସ ଲ୍ୟାଙ୍ଗରହାନ୍ସ ଦ୍ୱୀପପୁଞ୍ଜର କୋଷଗୁଡ଼ିକ ସକ୍ରିୟ ରହିଥିବ। ଏହାପରେ କୁକୁର ଉପରେ ଅପରେଶନ କରି ତାରି ଅଗ୍ନ୍ୟାଶୟ ବାହାର କରି ନେଲେ ସେଥିରୁ ମିଳିଯିବ ଇନ୍‌ସୁଲିନ୍‌, ଅନ୍ୟ ପାଚକରସ ଆସି ଇନ୍‌ସୁଲିନ୍‌କୁ ନଷ୍ଟ କରିପାରିବନି। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୭,
ପ୍ଲଟ ନଂ. ୧୧୩୧, ଅଭିନବ ବିଡାନାସୀ, କଟକ-୭୫୩୦୧୪
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri