ମଣିଷତ୍ୱର ଆବିଷ୍କାର

ବିଶ୍ୱ ନିୟନ୍ତା ଏ ବ୍ରହ୍ମାଣ୍ଡରେ ଯେମିତି ନଦୀ, ପାହାଡ଼, ପର୍ବତ, ବଣ, ଜଙ୍ଗଲ, ପଶୁ, ପକ୍ଷୀ ଆଦି ନୈସର୍ଗିକ ଆଧାରଗୁଡ଼ିକ ବିଦ୍ୟମାନ କରିଥିଲେ ସେଗୁଡ଼ିକ ହଜାର ହଜାର ବର୍ଷ ପରେ ବି ସେମାନଙ୍କ ମୌଳିକ ଧର୍ମ ଓ ଗୁଣବତ୍ତାକୁ ଭୁଲିନାହାନ୍ତି। ଆଜି ବି ସେମିତି ନଦୀ କୁଳୁକୁଳୁ ବହୁଛି, ପକ୍ଷୀ କିଚିରିମିଚିରି କରୁଛି। ହେଲେ ମଣିଷ ବୁଦ୍ଧି, ବିବେକ ଓ ଦିବ୍ୟଜ୍ଞାନର ଅଧିକାରୀ ହୋଇ ମଧ୍ୟ ଆଗ ନିଜର ଗୁଣ, କର୍ମରୁ ବିଚ୍ୟୁତ ହୋଇଛି। ନିଜର ଅହଂକାରରେ ଜୀବନସାରା ନିଜେ ଜଳିବା ସହ ତା’ ଆଖପାଖର ପରିବେଶକୁ ଜାଳିଚାଲିଛି। ପାର୍ଥିବ ଶରୀରକୁ ସୁଖ ସ୍ବାଚ୍ଛନ୍ଦ୍ୟର ଖୋରାକ ଯୋଗାଇ ନିଜକୁ ନିଃଶେଷ କରିଦେଉଛି। ଭ୍ରମରେ ପଡ଼ି ଜୀବନର ଅସଲ ସାର୍ଥକତାକୁ ପାସୋରି ଦେଉଛି। ତା’ର ଜନ୍ମ କ’ଣ ପାଇଁ, ପରମାତ୍ମା କାହିଁକି ମଣିଷ କରି ଜନ୍ମଦେଲେ ତାହା ବୁଝିବାକୁ ଆତ୍ମଚିନ୍ତନ କରୁନାହିଁ।
ନଦୀ ଧାରଣ କରିଥିବା ଜଳକୁ ନିଜେ ବ୍ୟବହାର କରେ ନାହିଁ। ଝରଣା ନିଜ ପାଣି ନିଜେ ପିଏ ନାହିଁ, ଗଛ ନିଜ ଫଳ ନିଜେ ଖାଏ ନାହିଁ, ଗାଈ ନିଜର ଦୁଗ୍ଧ ନିଜେ ସବୁ ପିଏ ନାହିଁ। ଅର୍ଥାତ୍‌ ସମସ୍ତେ ନିଜ ନିଜ ଢଙ୍ଗରେ ନିଜର ଧର୍ମ ପାଳନ ସହ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ମାତ୍ର ମଣିଷ ପାଖରେ ହିଁ ଦୃଶ୍ୟମାନ ସବୁ ପ୍ରକାର ବିଲକ୍ଷଣ। ମଣିଷର ଧର୍ମ ତା’ ହୃଦୟରେ ଦୟା, କରୁଣା, କ୍ଷମା, ଜୀବେଦୟା, କୃତଜ୍ଞ ଭାବ ଓ ସଂଯମୀ ହେବା। ମାତ୍ର ମଣିଷ ଏହି ମାନବୀୟ ଧର୍ମ ପାଳନ କରିବାକୁ କାଳେକାଳେ କୁନ୍ଥୁକୁନ୍ଥୁ। ଯେମିତି ସମୁଦ୍ରରେ ଥିବା ସବୁ ଶାମୁକା ଭିତରେ ମୋତି ନ ଥାଏ। ସ୍ବାତୀ ନକ୍ଷତ୍ରର ବର୍ଷା ବିନ୍ଦୁ ଯେଉଁ ଶାମୁକା ଗର୍ଭରେ ପଡ଼େ ସେଇ ଶାମୁକା ହିଁ ମୋତିଯୁକ୍ତ ହୋଇଥାଏ। ସେମିତି ଆମ ସମାଜରେ ଅନେକଙ୍କ ପାଖରେ ମଣିଷତ୍ୱ ନିଷ୍ପ୍ରଭ। ମଣିଷ ରୂପନେଇ ଜନ୍ମ ହୋଇଥିଲେ ହେଁ ମାତ୍ର ତା’ କ୍ଷେତ୍ରରେ ଏହି ମାନବୀୟ ଧର୍ମ ଦେଖା ନ ଯିବାରୁ ସେମାନେ ଆଜି ଅମଣିଷରେ ଗଣା। କଥା କଥାରେ କାହାର ନା କାହାର ପାଟିରୁ ବାହାରି ଆସୁଥିବ ‘ହେ… ସେଟା ଅମଣିଷଟା’। ଯେଉଁ କେତେଜଣ ନିଜର ଆଚରଣ, ଉଚ୍ଚାରଣ କର୍ତ୍ତବ୍ୟପରାୟଣତା, ମାନବିକତାକୁ ପାଥେୟକରି ବଞ୍ଚନ୍ତି ସେମାନେ ହିଁ ହେଉଛନ୍ତି ଅସଲ ମଣିଷ ପଦବାଚ୍ୟ ଓ ପ୍ରଶଂସନୀୟ।
ମଣିଷର ମନ ଏକ ଅମାନିଆ ଘୋଡ଼ା! ବିବେକର ଲଗାମ ଧରି ଆରୋହଣ କଲେ ସେ ଠିକ୍‌ ଆମ ଆୟତ୍ତରେ ରହିପାରିବ। ମନ ଲଗାମଛଡ଼ା ହୋଇଗଲେ ଅବାଟରେ ଯିବା ଥୟ। ମାୟାରେ ଭ୍ରମୁଥୁବା ମନ କେବେ ବୁଝେନାହିଁ, କେଉଁ ପଥ ତା’ ପାଇଁ ସୁଗମ। ସବୁବେଳେ ମନ ଚାହେଁ ଦୁନିଆର ସବୁରୋଚକ ଓ ଆକର୍ଷଣୀୟ ଜିନିଷ ତା’ର ଅଧୀନ କରିବାକୁ, ତାହା ସତ ହେଉ କି ଅସତ। ଏଣୁ କଳେବଳେ କୌଶଳେ ତାକୁ ହାସଲ କରିବାକୁ ଲାଗିପଡ଼େ। ପରିଶେଷରେ ବଳେବଳେ ସେ ନିଜେ ହିଁ ସେହି ମାୟାରେ ଛନ୍ଦି ହୋଇଯାଏ। ମଣିଷର ଲକ୍ଷଣ ଓ ଆଚରଣ ଆଧାରରେ ହିଁ ସମାଜରେ ମଣିଷ ଓ ରାକ୍ଷସର ଆଖ୍ୟା ପାଏ। ଲଙ୍କାର ରାଜା ରାବଣ ଜାତିରେ ବ୍ରାହ୍ମଣ ଓ ବେଦଜ୍ଞ ମହାଜ୍ଞାନୀ ବିଶ୍ରବା ଋଷିଙ୍କ ପୁତ୍ର ଥିଲା। ମହାଦେବଙ୍କ ପରମଭକ୍ତ ହୋଇ ବି ରାବଣ ନିଜର ଆଚରଣ ପାଇଁ ରାକ୍ଷସ ହୋଇଗଲା। ପ୍ରଭୁ ଶଙ୍କରଙ୍କୁ କୈଳାସରେ ଖୋଲାଜୀବନ ବିତାଉଥିବା ଦେଖି ଅନୁରୋଧ କଲା ସ୍ବର୍ଣ୍ଣମୟୀ ଲଙ୍କାକୁ ନେଇଯିବା ପାଇଁ। ଏଥିରେ ମହାଦେବ ଅନିଚ୍ଛା ପ୍ରକାଶ କରିବାରୁ ଉଦ୍ଭଟ ଓ ଅହଂକାରୀ ରାବଣ ଶଙ୍କରଙ୍କୁ କୈଳାସରୁ ଲଙ୍କାକୁ ନେବାକୁ ବାରମ୍ବାର ପ୍ରୟାସ କରି ବିଫଳ ହେଲା। ଶେଷରେ ରାବଣର ଔଦ୍ଧତାମି ଏତେ ବଢ଼ି ଚାଲିଲା ଯେ ଷଡ଼ରିପୁର ବଶବର୍ତ୍ତୀ ହୋଇ ବ୍ରାହ୍ମଣରୁ ରାକ୍ଷସ ହୋଇଗଲା। ମାତ୍ର ରାକ୍ଷସ କୁଳରେ ଜନ୍ମ ହୋଇ ବି ଭକ୍ତ ପ୍ରହଲ୍ଲାଦ ନିଜର ଆଚରଣ ପାଇଁ ଦେବତ୍ୱ ଲାଭ କଲା। ଦୈତ୍ୟ ହିରଣ୍ୟକଶିପୁ ପୁତ୍ର ପ୍ରହଲ୍ଲାଦର ତୁଣ୍ଡରେ ଭଗବାନ ବିଷ୍ଣୁଙ୍କ ନା ଶୁଣି ରକ୍ତଚାଉଳ ଚୋବାଇଲା। ନୃସଂଶ ପିତା ପୁତ୍ର ପ୍ରହଲ୍ଲାଦକୁ ହତ୍ୟା କରିବାକୁ ଅନେକ ଷଡ଼ଯନ୍ତ୍ର କରି ବି ବିଫଳ ହେଲା। ଶେଷରେ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଖମ୍ବରୁ ବାହାରି ହିରଣ୍ୟକଶିପୁକୁ ବଧ କରି ଭକ୍ତ ପ୍ରହଲ୍ଲାଦକୁ କୋଳେଇ ନେଲେ। ଅତଏବ ନିଜର କର୍ମ ଓ ଆଚରଣ ଫଳରେ ଜଣେ ମଣିଷରୁ ଅମଣିଷ ଓ ଜଣେ ଅମଣିଷରୁ ମଣିଷ ହୋଇପାରିବ।
ମଣିଷ ଅନ୍ୟର ଦୋଷ ଦୁର୍ବଳତା ବିଷୟରେ ଜାଣିବାରେ ଯେତିକି ସମୟ ଅପଚୟ କରେ ତା’ର କାଣିଚାଏ ସମୟ ବି ନିଜର ଦୋଷ ଦୁର୍ବଳତାକୁ ଖୋଜେନି। ପ୍ରତ୍ୟେକ ମଣିଷଙ୍କ ଭିତରେ ସୁଗୁଣ ସ୍ବରୂପ ଅସଲ ମଣିଷତ୍ୱର ମହକ ରହିଛି। ହେଲେ ସେସବୁର ସନ୍ଧାନ କରି ସେ ସୁବିନିଯୋଗ କରିପାରୁନି। ଅନେକାଂଶରେ କସ୍ତୁରୀମୃଗ ପରି ନିଜ ଭିତରର ମହାର୍ଘ ମଣିଷତ୍ୱକୁ ସେ ଏଣେତେଣେ ଖୋଜିବୁଲୁଛି। ନିଜ ଭିତରର ମଣିଷତ୍ୱକୁ ଆବିଷ୍କାର କରିବାରେ ଅନେକ ବିଳମ୍ବ କରିଦେଉଛି। ଅନେକ ସମୟରେ ମଣିଷ ବିଭିନ୍ନ ଭ୍ରମରେ ପଡ଼ି, ଏ ମୂଲ୍ୟବାନ ଜୀବନକୁ କାଣିଚାଏ ଭଲ କାମରେ ଲଗାଇ ପାରୁନାହିଁ। ଜୀବନ ସାରା ଭ୍ରମିଭ୍ରମି ନିଜକୁ ଏମିତି ଭାବରେ ଖର୍ଚ୍ଚ କରିଦେଇଥାଏ ଯେ, ଶେଷରେ ଭାଗଫଳ ବିଯୁକ୍ତ ହୋଇ ରହିଯାଏ। ଜୀବନର ଶେଷ ସମୟକୁ ଲୋକେ କହିବେ, ଜୀବନସାରା ମୋର ମୋର ହୋଇ ସବୁ ଆବୋରୁ ଥିଲା। ଅର୍ଥସର୍ବସ୍ବ ହୋଇ ନିଜ ଭିତରେ ବଞ୍ଚିବାକୁ ବିକଳ ହେଉଥିଲା ଦାନ, ଧର୍ମ, ଦୟାକୁ ନାକ ଟେକୁଥିଲା। ସିଏ ହୀନସ୍ତା ହେବନି କିଏ ହେବ ? ଯେମିତି କୋଟି କୋଟି ଲୋକ ମରି ପଚିଶଢ଼ିଯାଇ ମାଟିରେ ମିଶିଯାଇଛନ୍ତି, ସେମିତି ଇଏ ବି ମାଟିରେ ମିଶିଯିବ।
ଦିନକୁ ଦିନ ଅବଲୁପ୍ତ ହେବାରେ ଲାଗିଛି ମଣିଷର ଅନ୍ତର୍ନିହିତ ମଣିଷତ୍ୱ। ମଣିଷତ୍ୱର ଉନ୍ମେଷ ପାଇଁ ଗୋଟିଏ ମୁହୂର୍ତ୍ତ ବ୍ୟୟ କରିବାକୁ ସମୟ ନାହିଁ କାହା ପାଖରେ। ଜୀବ ମଧ୍ୟରେ ଶ୍ରେଷ୍ଠ, ବୁଦ୍ଧିମତ୍ତାରେ ଉଚ୍ଚତମ, ସଫଳତାରେ ଶୂନ୍ୟଜୟୀ, ସେହି ମଣିଷ ଆଜି ନିଜର ବିଚାରଧାରା, ଆତ୍ମଚିନ୍ତନକୁ ପ୍ରାୟ ମଣିଷ ସତକର୍ମରେ ବ୍ୟବହାର କରିପାରୁ ନାହିଁ। ଯେପର୍ଯ୍ୟନ୍ତ ମଣିଷ ନିଜକୁ ନିଜର ଭୌତିକ ଲାଳସାଠାରୁ ମୁକ୍ତ କରିପାରିନି, ସେପର୍ଯ୍ୟନ୍ତ ସିଏ କେମିତି ବା ମାୟାବନ୍ଧନରୁ ମୁକ୍ତ ହୋଇପାରିବ। ବରଂ ସେମିତି ମାୟା ବା ସ୍ବାର୍ଥଜଡ଼ିତ ହୋଇ ଦୁଃଖଯାତନାରେ ଘାଣ୍ଟି ଗୋଳେଇ ହେଉଥିବ ସିନା ଅସଲ ମଣିଷତ୍ୱର ଆବିଷ୍କାର କରିପାରିବ ନାହିଁ।

ରଶ୍ମିରଞ୍ଜନ ରାଉତ
୨୪ ପ୍ରହରୀ ମଣ୍ଡପ, ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?