ମଣିଷତ୍ୱର ଆବିଷ୍କାର

ବିଶ୍ୱ ନିୟନ୍ତା ଏ ବ୍ରହ୍ମାଣ୍ଡରେ ଯେମିତି ନଦୀ, ପାହାଡ଼, ପର୍ବତ, ବଣ, ଜଙ୍ଗଲ, ପଶୁ, ପକ୍ଷୀ ଆଦି ନୈସର୍ଗିକ ଆଧାରଗୁଡ଼ିକ ବିଦ୍ୟମାନ କରିଥିଲେ ସେଗୁଡ଼ିକ ହଜାର ହଜାର ବର୍ଷ ପରେ ବି ସେମାନଙ୍କ ମୌଳିକ ଧର୍ମ ଓ ଗୁଣବତ୍ତାକୁ ଭୁଲିନାହାନ୍ତି। ଆଜି ବି ସେମିତି ନଦୀ କୁଳୁକୁଳୁ ବହୁଛି, ପକ୍ଷୀ କିଚିରିମିଚିରି କରୁଛି। ହେଲେ ମଣିଷ ବୁଦ୍ଧି, ବିବେକ ଓ ଦିବ୍ୟଜ୍ଞାନର ଅଧିକାରୀ ହୋଇ ମଧ୍ୟ ଆଗ ନିଜର ଗୁଣ, କର୍ମରୁ ବିଚ୍ୟୁତ ହୋଇଛି। ନିଜର ଅହଂକାରରେ ଜୀବନସାରା ନିଜେ ଜଳିବା ସହ ତା’ ଆଖପାଖର ପରିବେଶକୁ ଜାଳିଚାଲିଛି। ପାର୍ଥିବ ଶରୀରକୁ ସୁଖ ସ୍ବାଚ୍ଛନ୍ଦ୍ୟର ଖୋରାକ ଯୋଗାଇ ନିଜକୁ ନିଃଶେଷ କରିଦେଉଛି। ଭ୍ରମରେ ପଡ଼ି ଜୀବନର ଅସଲ ସାର୍ଥକତାକୁ ପାସୋରି ଦେଉଛି। ତା’ର ଜନ୍ମ କ’ଣ ପାଇଁ, ପରମାତ୍ମା କାହିଁକି ମଣିଷ କରି ଜନ୍ମଦେଲେ ତାହା ବୁଝିବାକୁ ଆତ୍ମଚିନ୍ତନ କରୁନାହିଁ।
ନଦୀ ଧାରଣ କରିଥିବା ଜଳକୁ ନିଜେ ବ୍ୟବହାର କରେ ନାହିଁ। ଝରଣା ନିଜ ପାଣି ନିଜେ ପିଏ ନାହିଁ, ଗଛ ନିଜ ଫଳ ନିଜେ ଖାଏ ନାହିଁ, ଗାଈ ନିଜର ଦୁଗ୍ଧ ନିଜେ ସବୁ ପିଏ ନାହିଁ। ଅର୍ଥାତ୍‌ ସମସ୍ତେ ନିଜ ନିଜ ଢଙ୍ଗରେ ନିଜର ଧର୍ମ ପାଳନ ସହ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ମାତ୍ର ମଣିଷ ପାଖରେ ହିଁ ଦୃଶ୍ୟମାନ ସବୁ ପ୍ରକାର ବିଲକ୍ଷଣ। ମଣିଷର ଧର୍ମ ତା’ ହୃଦୟରେ ଦୟା, କରୁଣା, କ୍ଷମା, ଜୀବେଦୟା, କୃତଜ୍ଞ ଭାବ ଓ ସଂଯମୀ ହେବା। ମାତ୍ର ମଣିଷ ଏହି ମାନବୀୟ ଧର୍ମ ପାଳନ କରିବାକୁ କାଳେକାଳେ କୁନ୍ଥୁକୁନ୍ଥୁ। ଯେମିତି ସମୁଦ୍ରରେ ଥିବା ସବୁ ଶାମୁକା ଭିତରେ ମୋତି ନ ଥାଏ। ସ୍ବାତୀ ନକ୍ଷତ୍ରର ବର୍ଷା ବିନ୍ଦୁ ଯେଉଁ ଶାମୁକା ଗର୍ଭରେ ପଡ଼େ ସେଇ ଶାମୁକା ହିଁ ମୋତିଯୁକ୍ତ ହୋଇଥାଏ। ସେମିତି ଆମ ସମାଜରେ ଅନେକଙ୍କ ପାଖରେ ମଣିଷତ୍ୱ ନିଷ୍ପ୍ରଭ। ମଣିଷ ରୂପନେଇ ଜନ୍ମ ହୋଇଥିଲେ ହେଁ ମାତ୍ର ତା’ କ୍ଷେତ୍ରରେ ଏହି ମାନବୀୟ ଧର୍ମ ଦେଖା ନ ଯିବାରୁ ସେମାନେ ଆଜି ଅମଣିଷରେ ଗଣା। କଥା କଥାରେ କାହାର ନା କାହାର ପାଟିରୁ ବାହାରି ଆସୁଥିବ ‘ହେ… ସେଟା ଅମଣିଷଟା’। ଯେଉଁ କେତେଜଣ ନିଜର ଆଚରଣ, ଉଚ୍ଚାରଣ କର୍ତ୍ତବ୍ୟପରାୟଣତା, ମାନବିକତାକୁ ପାଥେୟକରି ବଞ୍ଚନ୍ତି ସେମାନେ ହିଁ ହେଉଛନ୍ତି ଅସଲ ମଣିଷ ପଦବାଚ୍ୟ ଓ ପ୍ରଶଂସନୀୟ।
ମଣିଷର ମନ ଏକ ଅମାନିଆ ଘୋଡ଼ା! ବିବେକର ଲଗାମ ଧରି ଆରୋହଣ କଲେ ସେ ଠିକ୍‌ ଆମ ଆୟତ୍ତରେ ରହିପାରିବ। ମନ ଲଗାମଛଡ଼ା ହୋଇଗଲେ ଅବାଟରେ ଯିବା ଥୟ। ମାୟାରେ ଭ୍ରମୁଥୁବା ମନ କେବେ ବୁଝେନାହିଁ, କେଉଁ ପଥ ତା’ ପାଇଁ ସୁଗମ। ସବୁବେଳେ ମନ ଚାହେଁ ଦୁନିଆର ସବୁରୋଚକ ଓ ଆକର୍ଷଣୀୟ ଜିନିଷ ତା’ର ଅଧୀନ କରିବାକୁ, ତାହା ସତ ହେଉ କି ଅସତ। ଏଣୁ କଳେବଳେ କୌଶଳେ ତାକୁ ହାସଲ କରିବାକୁ ଲାଗିପଡ଼େ। ପରିଶେଷରେ ବଳେବଳେ ସେ ନିଜେ ହିଁ ସେହି ମାୟାରେ ଛନ୍ଦି ହୋଇଯାଏ। ମଣିଷର ଲକ୍ଷଣ ଓ ଆଚରଣ ଆଧାରରେ ହିଁ ସମାଜରେ ମଣିଷ ଓ ରାକ୍ଷସର ଆଖ୍ୟା ପାଏ। ଲଙ୍କାର ରାଜା ରାବଣ ଜାତିରେ ବ୍ରାହ୍ମଣ ଓ ବେଦଜ୍ଞ ମହାଜ୍ଞାନୀ ବିଶ୍ରବା ଋଷିଙ୍କ ପୁତ୍ର ଥିଲା। ମହାଦେବଙ୍କ ପରମଭକ୍ତ ହୋଇ ବି ରାବଣ ନିଜର ଆଚରଣ ପାଇଁ ରାକ୍ଷସ ହୋଇଗଲା। ପ୍ରଭୁ ଶଙ୍କରଙ୍କୁ କୈଳାସରେ ଖୋଲାଜୀବନ ବିତାଉଥିବା ଦେଖି ଅନୁରୋଧ କଲା ସ୍ବର୍ଣ୍ଣମୟୀ ଲଙ୍କାକୁ ନେଇଯିବା ପାଇଁ। ଏଥିରେ ମହାଦେବ ଅନିଚ୍ଛା ପ୍ରକାଶ କରିବାରୁ ଉଦ୍ଭଟ ଓ ଅହଂକାରୀ ରାବଣ ଶଙ୍କରଙ୍କୁ କୈଳାସରୁ ଲଙ୍କାକୁ ନେବାକୁ ବାରମ୍ବାର ପ୍ରୟାସ କରି ବିଫଳ ହେଲା। ଶେଷରେ ରାବଣର ଔଦ୍ଧତାମି ଏତେ ବଢ଼ି ଚାଲିଲା ଯେ ଷଡ଼ରିପୁର ବଶବର୍ତ୍ତୀ ହୋଇ ବ୍ରାହ୍ମଣରୁ ରାକ୍ଷସ ହୋଇଗଲା। ମାତ୍ର ରାକ୍ଷସ କୁଳରେ ଜନ୍ମ ହୋଇ ବି ଭକ୍ତ ପ୍ରହଲ୍ଲାଦ ନିଜର ଆଚରଣ ପାଇଁ ଦେବତ୍ୱ ଲାଭ କଲା। ଦୈତ୍ୟ ହିରଣ୍ୟକଶିପୁ ପୁତ୍ର ପ୍ରହଲ୍ଲାଦର ତୁଣ୍ଡରେ ଭଗବାନ ବିଷ୍ଣୁଙ୍କ ନା ଶୁଣି ରକ୍ତଚାଉଳ ଚୋବାଇଲା। ନୃସଂଶ ପିତା ପୁତ୍ର ପ୍ରହଲ୍ଲାଦକୁ ହତ୍ୟା କରିବାକୁ ଅନେକ ଷଡ଼ଯନ୍ତ୍ର କରି ବି ବିଫଳ ହେଲା। ଶେଷରେ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଖମ୍ବରୁ ବାହାରି ହିରଣ୍ୟକଶିପୁକୁ ବଧ କରି ଭକ୍ତ ପ୍ରହଲ୍ଲାଦକୁ କୋଳେଇ ନେଲେ। ଅତଏବ ନିଜର କର୍ମ ଓ ଆଚରଣ ଫଳରେ ଜଣେ ମଣିଷରୁ ଅମଣିଷ ଓ ଜଣେ ଅମଣିଷରୁ ମଣିଷ ହୋଇପାରିବ।
ମଣିଷ ଅନ୍ୟର ଦୋଷ ଦୁର୍ବଳତା ବିଷୟରେ ଜାଣିବାରେ ଯେତିକି ସମୟ ଅପଚୟ କରେ ତା’ର କାଣିଚାଏ ସମୟ ବି ନିଜର ଦୋଷ ଦୁର୍ବଳତାକୁ ଖୋଜେନି। ପ୍ରତ୍ୟେକ ମଣିଷଙ୍କ ଭିତରେ ସୁଗୁଣ ସ୍ବରୂପ ଅସଲ ମଣିଷତ୍ୱର ମହକ ରହିଛି। ହେଲେ ସେସବୁର ସନ୍ଧାନ କରି ସେ ସୁବିନିଯୋଗ କରିପାରୁନି। ଅନେକାଂଶରେ କସ୍ତୁରୀମୃଗ ପରି ନିଜ ଭିତରର ମହାର୍ଘ ମଣିଷତ୍ୱକୁ ସେ ଏଣେତେଣେ ଖୋଜିବୁଲୁଛି। ନିଜ ଭିତରର ମଣିଷତ୍ୱକୁ ଆବିଷ୍କାର କରିବାରେ ଅନେକ ବିଳମ୍ବ କରିଦେଉଛି। ଅନେକ ସମୟରେ ମଣିଷ ବିଭିନ୍ନ ଭ୍ରମରେ ପଡ଼ି, ଏ ମୂଲ୍ୟବାନ ଜୀବନକୁ କାଣିଚାଏ ଭଲ କାମରେ ଲଗାଇ ପାରୁନାହିଁ। ଜୀବନ ସାରା ଭ୍ରମିଭ୍ରମି ନିଜକୁ ଏମିତି ଭାବରେ ଖର୍ଚ୍ଚ କରିଦେଇଥାଏ ଯେ, ଶେଷରେ ଭାଗଫଳ ବିଯୁକ୍ତ ହୋଇ ରହିଯାଏ। ଜୀବନର ଶେଷ ସମୟକୁ ଲୋକେ କହିବେ, ଜୀବନସାରା ମୋର ମୋର ହୋଇ ସବୁ ଆବୋରୁ ଥିଲା। ଅର୍ଥସର୍ବସ୍ବ ହୋଇ ନିଜ ଭିତରେ ବଞ୍ଚିବାକୁ ବିକଳ ହେଉଥିଲା ଦାନ, ଧର୍ମ, ଦୟାକୁ ନାକ ଟେକୁଥିଲା। ସିଏ ହୀନସ୍ତା ହେବନି କିଏ ହେବ ? ଯେମିତି କୋଟି କୋଟି ଲୋକ ମରି ପଚିଶଢ଼ିଯାଇ ମାଟିରେ ମିଶିଯାଇଛନ୍ତି, ସେମିତି ଇଏ ବି ମାଟିରେ ମିଶିଯିବ।
ଦିନକୁ ଦିନ ଅବଲୁପ୍ତ ହେବାରେ ଲାଗିଛି ମଣିଷର ଅନ୍ତର୍ନିହିତ ମଣିଷତ୍ୱ। ମଣିଷତ୍ୱର ଉନ୍ମେଷ ପାଇଁ ଗୋଟିଏ ମୁହୂର୍ତ୍ତ ବ୍ୟୟ କରିବାକୁ ସମୟ ନାହିଁ କାହା ପାଖରେ। ଜୀବ ମଧ୍ୟରେ ଶ୍ରେଷ୍ଠ, ବୁଦ୍ଧିମତ୍ତାରେ ଉଚ୍ଚତମ, ସଫଳତାରେ ଶୂନ୍ୟଜୟୀ, ସେହି ମଣିଷ ଆଜି ନିଜର ବିଚାରଧାରା, ଆତ୍ମଚିନ୍ତନକୁ ପ୍ରାୟ ମଣିଷ ସତକର୍ମରେ ବ୍ୟବହାର କରିପାରୁ ନାହିଁ। ଯେପର୍ଯ୍ୟନ୍ତ ମଣିଷ ନିଜକୁ ନିଜର ଭୌତିକ ଲାଳସାଠାରୁ ମୁକ୍ତ କରିପାରିନି, ସେପର୍ଯ୍ୟନ୍ତ ସିଏ କେମିତି ବା ମାୟାବନ୍ଧନରୁ ମୁକ୍ତ ହୋଇପାରିବ। ବରଂ ସେମିତି ମାୟା ବା ସ୍ବାର୍ଥଜଡ଼ିତ ହୋଇ ଦୁଃଖଯାତନାରେ ଘାଣ୍ଟି ଗୋଳେଇ ହେଉଥିବ ସିନା ଅସଲ ମଣିଷତ୍ୱର ଆବିଷ୍କାର କରିପାରିବ ନାହିଁ।

ରଶ୍ମିରଞ୍ଜନ ରାଉତ
୨୪ ପ୍ରହରୀ ମଣ୍ଡପ, ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri