ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ କରି ବ୍ୟବସାୟୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଏହାର ସୁଯୋଗ ନେଇ ସହରର କିଛି ଅସାଧୁ ବ୍ୟବସାୟୀ ପାନ ଓ ଚା’ ଦୋକାନ କରି ସେଠାରେ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି। ରାଉରକେଲା ଜେଲ୍‌ ରୋଡ୍‌ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଭେଣ୍ଡିଂଜୋନରେ ଏଭଳି ଦେଖିବାକୁ ମିଳିଛି।
ଏହି ଭେଣ୍ଡିଂ ଜୋନରେ ସମୁଦାୟ ୧୩୦ଟି ଦୋକାନ ଓ ପିଣ୍ଡି ରହିଛି। ଏହି ମାର୍କେଟ ନିର୍ମାଣ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ରାସ୍ତାକଡ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ପାଇ ବ୍ୟବସାୟ କରିବେ ବୋଲି ଆଶା କରାଯାଇଥିଲା। ମାତ୍ର ଅଧିକାଂଶ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ହାତେଇବା ପରେ ପୂର୍ବଭଳି ରାସ୍ତାକଡରେ ବସି ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ମିଳିଥିବା ଦୋକାନ ନ ଖୋଲି ଏହାକୁ ୩ ହଜାର ଟଙ୍କାରେ ଭଡା ଦେଉଛନ୍ତି। ୧୦ ଜଣ ଦୋକାନୀ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବାବେଳେ ଅଧିକାଂଶ ପାନ ଓ ଚା’ ଦୋକାନ ରହିଛି। ଏହି ଦୋକାନରେ ଗଞ୍ଜେଇ, ଗୋଗୋ ସିଗାରେଟ ସାଙ୍ଗକୁ ଧଳାପାଉଡର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସେହିପରି ଅଧିକାଂଶ ଦୋକାନ ବନ୍ଦ ପଡିଥିବାରୁ ଏଠାରେ ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି । ଏହି ଭେଣ୍ଡିଂ ଜୋନ ପାଖରେ ବହୁ ଶିକ୍ଷାନୁଷ୍ଠାନ ରହିଛି। ବିଭିନ୍ନ ସମୟରେ କଲେଜ ବିଦ୍ୟାର୍ଥୀମାନେ ଏହି ମାର୍କେଟକୁ ଆସି ନିଶାଦ୍ରବ୍ୟ ନେଉଥିବା ଦେଖାଯାଉଛି। ଗଞ୍ଜେଇ ସିଗାରେଟ ଗୋଟା ପିଛା ୧୫ରୁ ୨୦ ଟଙ୍କା ଓ ଗୋଗୋ ସିଗାରେଟ୍‌ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ସିଲଭର ପେପର ଖଣ୍ଡକୁ ୧୦ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ମାର୍କେଟ ପରିସରରେ ଅସାମାଜିକ ଯୁବକମାନେ ମଦ୍ୟପାନ କରି ମଦବୋତଲ ପକାଉଛନ୍ତି। ଅଧିକାଂଶ ସମୟରେ ବିଦ୍ୟାର୍ଥୀମାନେ ନିଶାଦ୍ରବ୍ୟ ଖାଇ ଉକ୍ତ ଭେଣ୍ଡିଂ ଜୋନରେ ଗଣ୍ଡଗୋଳ କରିଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ତଥାପି ପୋଲିସ ପକ୍ଷରୁ ଉକ୍ତ ମାର୍କେଟ ଉପରେ ସେଭଳି ଆଖିଦୃଷ୍ଟିଆ ଚଢାଉ କରାଯାଇ ନ ଥିବା କିଛି ବ୍ୟବସାୟୀ କହିଛନ୍ତି। ଏ ନେଇ ଗୋପବନ୍ଧୁ ଭେଣ୍ଡିଂଜୋନ ମାର୍କେଟର ଯୁଗ୍ମ ସମ୍ପାଦକ ଲୁନା ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏଠାରେ ବହୁ ବ୍ୟବସାୟୀ ନିଜ ଦୋକାନ ପାଇଥିଲେ ମଧ୍ୟ ଖୋଲୁ ନ ଥିବାରୁ ଏଭଳି ପରିସ୍ଥିତି ହୋଇଛି। ଦୋକାନ ଗୁଡିକ ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଏଠାରେ ଅସାମାଜିକ ଯୁବକଙ୍କ ପାଇଁ ଆଡ୍ଡା ଜମାଇବାକୁ ସୁବିଧା ହେଉଛି। ଏଥିପ୍ରତି ସ୍ଥାନୀୟ ଆରଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟିଦେଲେ ଏହାର ସମାଧାନ ହେବ ବୋଲି ଜେନା କହିଥିଲେ। ଏ ନେଇ ରଘୁନାଥପାଲି ଥାନାଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଗୋପବନ୍ଧୁ ଭେଣ୍ଡିଂ ଜୋନରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଥିବା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଆମେ ଉକ୍ତ ମାର୍କେଟକୁ ପ୍ରତିଦିନ ପୋଲିସ ପାଟ୍ରୋଲିଂ ଗାଡି ପଠାଇ ଯାଞ୍ଚ କରିବୁ। ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri