ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ କରି ବ୍ୟବସାୟୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଏହାର ସୁଯୋଗ ନେଇ ସହରର କିଛି ଅସାଧୁ ବ୍ୟବସାୟୀ ପାନ ଓ ଚା’ ଦୋକାନ କରି ସେଠାରେ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି। ରାଉରକେଲା ଜେଲ୍‌ ରୋଡ୍‌ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଭେଣ୍ଡିଂଜୋନରେ ଏଭଳି ଦେଖିବାକୁ ମିଳିଛି।
ଏହି ଭେଣ୍ଡିଂ ଜୋନରେ ସମୁଦାୟ ୧୩୦ଟି ଦୋକାନ ଓ ପିଣ୍ଡି ରହିଛି। ଏହି ମାର୍କେଟ ନିର୍ମାଣ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ରାସ୍ତାକଡ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ପାଇ ବ୍ୟବସାୟ କରିବେ ବୋଲି ଆଶା କରାଯାଇଥିଲା। ମାତ୍ର ଅଧିକାଂଶ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ହାତେଇବା ପରେ ପୂର୍ବଭଳି ରାସ୍ତାକଡରେ ବସି ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ମିଳିଥିବା ଦୋକାନ ନ ଖୋଲି ଏହାକୁ ୩ ହଜାର ଟଙ୍କାରେ ଭଡା ଦେଉଛନ୍ତି। ୧୦ ଜଣ ଦୋକାନୀ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବାବେଳେ ଅଧିକାଂଶ ପାନ ଓ ଚା’ ଦୋକାନ ରହିଛି। ଏହି ଦୋକାନରେ ଗଞ୍ଜେଇ, ଗୋଗୋ ସିଗାରେଟ ସାଙ୍ଗକୁ ଧଳାପାଉଡର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସେହିପରି ଅଧିକାଂଶ ଦୋକାନ ବନ୍ଦ ପଡିଥିବାରୁ ଏଠାରେ ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି । ଏହି ଭେଣ୍ଡିଂ ଜୋନ ପାଖରେ ବହୁ ଶିକ୍ଷାନୁଷ୍ଠାନ ରହିଛି। ବିଭିନ୍ନ ସମୟରେ କଲେଜ ବିଦ୍ୟାର୍ଥୀମାନେ ଏହି ମାର୍କେଟକୁ ଆସି ନିଶାଦ୍ରବ୍ୟ ନେଉଥିବା ଦେଖାଯାଉଛି। ଗଞ୍ଜେଇ ସିଗାରେଟ ଗୋଟା ପିଛା ୧୫ରୁ ୨୦ ଟଙ୍କା ଓ ଗୋଗୋ ସିଗାରେଟ୍‌ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ସିଲଭର ପେପର ଖଣ୍ଡକୁ ୧୦ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ମାର୍କେଟ ପରିସରରେ ଅସାମାଜିକ ଯୁବକମାନେ ମଦ୍ୟପାନ କରି ମଦବୋତଲ ପକାଉଛନ୍ତି। ଅଧିକାଂଶ ସମୟରେ ବିଦ୍ୟାର୍ଥୀମାନେ ନିଶାଦ୍ରବ୍ୟ ଖାଇ ଉକ୍ତ ଭେଣ୍ଡିଂ ଜୋନରେ ଗଣ୍ଡଗୋଳ କରିଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ତଥାପି ପୋଲିସ ପକ୍ଷରୁ ଉକ୍ତ ମାର୍କେଟ ଉପରେ ସେଭଳି ଆଖିଦୃଷ୍ଟିଆ ଚଢାଉ କରାଯାଇ ନ ଥିବା କିଛି ବ୍ୟବସାୟୀ କହିଛନ୍ତି। ଏ ନେଇ ଗୋପବନ୍ଧୁ ଭେଣ୍ଡିଂଜୋନ ମାର୍କେଟର ଯୁଗ୍ମ ସମ୍ପାଦକ ଲୁନା ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏଠାରେ ବହୁ ବ୍ୟବସାୟୀ ନିଜ ଦୋକାନ ପାଇଥିଲେ ମଧ୍ୟ ଖୋଲୁ ନ ଥିବାରୁ ଏଭଳି ପରିସ୍ଥିତି ହୋଇଛି। ଦୋକାନ ଗୁଡିକ ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଏଠାରେ ଅସାମାଜିକ ଯୁବକଙ୍କ ପାଇଁ ଆଡ୍ଡା ଜମାଇବାକୁ ସୁବିଧା ହେଉଛି। ଏଥିପ୍ରତି ସ୍ଥାନୀୟ ଆରଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟିଦେଲେ ଏହାର ସମାଧାନ ହେବ ବୋଲି ଜେନା କହିଥିଲେ। ଏ ନେଇ ରଘୁନାଥପାଲି ଥାନାଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଗୋପବନ୍ଧୁ ଭେଣ୍ଡିଂ ଜୋନରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଥିବା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଆମେ ଉକ୍ତ ମାର୍କେଟକୁ ପ୍ରତିଦିନ ପୋଲିସ ପାଟ୍ରୋଲିଂ ଗାଡି ପଠାଇ ଯାଞ୍ଚ କରିବୁ। ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri