ଢିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବିଫଳ

କୁଜଙ୍ଗ,୪।୧୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଢ଼ିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବୁଧବାର ଦ୍ୱିତୀୟ ଦିନରେ ବିଫଳ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ଘଟଣାସ୍ଥଳରେ ମୁତୟନ ରହିଛନ୍ତି।
ସୂଚନାଯୋଗ୍ୟ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗ୍ରାମର ପଡ଼ା ଗ୍ରାମ ପାଟଣା ଓ ମାହାଳ ୨ଟି ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପାଇଲା ପରେ ଢ଼ିଙ୍କିଆ ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ମାତ୍ର ପାଟଣା ଓ ମାହାଳ ଗଁା ରାଜସ୍ବ ଗ୍ରାମର ମାନ୍ୟତା ପାଇଲା ପରେ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ନୂଆ ରାଜସ୍ବ ଗ୍ରାମର ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ତପତ୍ର ହୋଇଉଠିଛି। ପାଟଣା ଗ୍ରାମକୁ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ଢ଼ିଙ୍କିଆ ସମିତିସଭ୍ୟ ଦେବେନ୍ଦ୍ର ସ୍ବାଇଁ ଅଭିଯୋଗ କରୁଛନ୍ତି ଆମେ ଢ଼ିଙ୍କିଆ ଚାରିଦେଶର ଲୋକ ଜଙ୍ଗଲ ଜମି ଅଧିକାରକୁ ନେଇ ଲଢେଇ କରୁଛୁ। ସରକାର ଆମ୍ଭଙ୍କୁ ଉଚ୍ଛେଦ କରି ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଆମର ଜୀବନଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ। ତେଣୁ ପ୍ରଶାସନ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ଆଳରେ ଆମ୍ଭମାନଙ୍କ ମଧ୍ୟରେ ବିଭାଜନ କରାଇ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ପାଟଣା ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣ କେଉଁ ଅନୁଦାନରେ ହେଉଛି ବ୍ଲକ ପ୍ରଶାସନ ନ ଜଣାଇବାରୁ ଆମ୍ଭେ ବିରୋଧ କରୁଛୁ। କାହିଁକି ନା ପ୍ରଶାସନ କମ୍ପାନୀ ପଇସାରେ ରାସ୍ତା ନିର୍ମାଣ କରୁଥିବା ସେମାନେ ସନ୍ଦେହ ପ୍ରକାଶ କରୁଛନ୍ତି ବୋଲି ସମିତିସଭ୍ୟ ସ୍ବାଇଁ କହିଥିଲେ। ଆମ୍ଭେ ପ୍ରଶାସନର କମ୍ପାନୀ ସମ୍ପର୍କ ବିଷୟରେ ଜନସାଧାରଣଙ୍କୁ ସଭା କରି ଜଣାଇବାକୁ ଯିବାରେ ପାଟଣାର କେତେଜଣ ଲୋକ ଗଁା ମଧ୍ୟକୁ ଯିବାକୁ ବିରୋଧ କଲେ। ଫଳରେ ଆମ୍ଭେ ରେଡ୍‌କ୍ରସ୍‌ ଗୃହଠାରେ ସଭା କରି ଫେରିଲୁ। କେଉଁ ଅନୁଦାନରେ ପାଟଣାରେ ରାସ୍ତା କାମ ହେଉଛି ତାହା କାହିଁକି ସର୍ବସାଧାରଣ ଓ ସମିତି ସଭ୍ୟଙ୍କୁ ଅବଗତ କରାଯାଉନାହିଁ ଏ ସମ୍ପର୍କରେ ପଚାରିବାରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କହୁଛନ୍ତି, ପ୍ରଶାସନ ଯେତେବେଳେ ଢ଼ିଙ୍କିଆ ପଞ୍ଚାୟତକୁ ଯାଉଛି ସେତେବେଳେ ସମିତି ସଭ୍ୟ ଜାଣିପାରୁଥିବା ବେଳେ, କେଉଁ ଅନୁଦାନରେ ରାସ୍ତା କାମ ହେଉଛି ତାହା ଜାଣି ପାରୁନାହାନ୍ତି କେମିତି। ସେ ଅନ୍ଧାରରେ ବାଡ଼ି ବୁଲାଇ ଜେଏସ୍‌ଡବ୍ଲ୍ୟୁ ପଇସାରେ ରାସ୍ତା କାମ ହେଉଛି ବୋଲି କହୁଛନ୍ତି। ବାସ୍ତବରେ ଜିଲାପାଳଙ୍କ ନିର୍ଦ୍ଦେଶରେ ପାରାଦୀପ ବନ୍ଦର, ପିପିଏଲ୍‌ ଓ ଆଇଓସିଏଲ୍‌ ଦେଇଥିବା ପଇସାରେ ରାସ୍ତା କାମ ହେଉଛି। ଆଜି ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ରାସ୍ତା କାମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri