Categories: ଖେଳ

ପାରା ଶୁଟିଂ ବିଶ୍ୱକପରେ ରାହୁଲଙ୍କୁ ସ୍ବର୍ଣ୍ଣ

ଚାଙ୍ଗଓନ୍‌,୧୯ା୮(ପି.ଟି): ପାରା ଶୁଟିଂ ବିଶ୍ୱକପରେ ଭାରତ ଏହାର ପଦକ ଖାତା ଖୋଲିଛି। ପିସ୍ତଲ ଶୁଟର ରାହୁଲ ଜାଖଡ ଭାରତ ପାଇଁ ଜିତିଛନ୍ତି ପ୍ରଥମ ସ୍ବର୍ଣ୍ଣ ପଦକ। ପି-୩ ବର୍ଗରେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ପଛୁଆ ରହି ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇଥିଲେ। ଗୁରୁବାର ଭାରତୀୟ ଦଳ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ସହିତ ୩ଟି ପଦକ ହାସଲରେ ସମର୍ଥ ହୋଇଛି। ଫାଇନାଲରେ କିମ୍‌ ଜଙ୍ଗାମଙ୍କ ସହିତ ଶୁଟ୍‌ ଅଫ୍‌ରେ(୩+୩+୨ :୩+୩+୦) ପଏଣ୍ଟରେ ବିଜୟୀ ହୋଇଥିଲେ। କ୍ୱାଲିଫାଇଙ୍ଗ ରାଉଣ୍ଡରେ ୫୭୪ ସ୍କୋର ସହିତ ଜାଖଡ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପାରାଲିମ୍ପିକ୍ସ ଚାମ୍ପିୟନ ଅବନୀ ଲେଖାରା ରୌପ୍ୟ ଓ ପୂଜା ଅଗ୍ରଓ୍ବାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚଳିତ ବିଶ୍ୱକପ ପାଇଁ ଭାରତ ୧୪ ଜଣିଆ ଦଳ ପଠାଇଛି।

Share