ଡିସଚାର୍ଜ ହେଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାଜପା ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏକ ରାଲିରେ ଦେବଗଡ଼ ଅଭିମୁଖେ ଆଣିଥିଲେ।
ସୂଚନାନୁଯାୟୀ, ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ବାସଭବନରୁ ଗିରଫ କରିଥିଲା। ଗିରଫ ହେବା ପରେ ୨ ତାରିଖ ଠାରୁ ସେ ଅସୁସ୍ଥତା କାରଣରୁ ଦେବଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ପରେ ୪ ତାରିଖ ଦିନ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ୭ ତାରିଖରେ ଦେବଗଡ ଜିଲା ଦୌରା ଜଜ ତାଙ୍କ ଜାମିନ୍‌ ଆବେଦନ ମଞ୍ଜୁର କରିଥିଲେ।