ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ:ପିପିପି ମୋଡ୍‌ରେ ଖୋଲାଯିବ ଶୀତଳଭଣ୍ଡାର

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର):କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷର ଖର୍ଚ୍ଚଦାବିକୁ ଗୁରୁବାର ବିଧାନସଭାରେ ଅନୁମୋଦନ ମିଳିଛି। ଏହି ବିଭାଗର ଆଲୋଚନା ପରେ ଏହା ଉପରେ ଉତ୍ତର ରଖିବା ସମୟରେ ବିଭାଗୀୟ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମନ୍ତ୍ରୀ ଉତ୍ତର ରଖିବା ସମୟରେ ବିରୋଧୀ ଗୃହ ଛାଡ଼ି ଚାଲିଯିବାରୁ ରାଗିଯାଇଥିଲେ। ଏହି ଅବସରରେ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟକରି କହିଛନ୍ତି, ତାଙ୍କୁ ଜଣା ଥିଲା ବିରୋଧୀ ଏହା ହିଁ କରିବେ। ବିରୋଧୀମାନେ ଭୀରୁ ଭଳି କାର୍ଯ୍ୟ କରୁଛନ୍ତି। ରାଜ୍ୟବାସୀ କେବେହେଲେ ସେମାନଙ୍କୁ କ୍ଷମା ଦେବେ ନାହିଁ। ଇତିହାସ ଏହାର ସାକ୍ଷୀ ରହିବ। ଏଇଟା କ’ଣ କ୍ଲବ୍‌, ଆସିକି ଏମିତି ହେଉଛ। ସତ୍ୟକୁ କେହି ମନା କରିପାରିବେ ନାହିଁ। ତୁମମାନଙ୍କୁ ଲଜ୍ଜା ଲାଗିବା କଥା। ବିରୋଧୀ ଦଳ ସରକାରରେ ଥିବା ବେଳେ ଆଣିଥିବା କାଳିଆ ଯୋଜନା କେବଳ ନିଜ ଦଳୀୟ କର୍ମୀଙ୍କୁ ପୋଷିବା ପାଇଁ କରିଥିଲେ। ସେଇଟା କାଳିଆ ନୁହେଁ, ଖାଲିଆ ଯୋଜନା ଥିଲା। ଏଠି ବିରୋଧୀ ବସି ଶୁଣିଥିଲେ ଜାଣିଥାଆନ୍ତେ ମୋହନ ମାଝୀଙ୍କ ସରକାର କୃଷକଙ୍କ ପାଇଁ କେତେ ପ୍ରତିବଦ୍ଧ। ଖୁବ୍‌ଶୀଘ୍ର ୫୮ଟି ସବ୍‌ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ। ପିପିପି ମୋଡ୍‌ରେ ଏହା ନିର୍ମାଣ କରାଯିବ।

ଏହା ସଫଳ ହେଲେ ଆଗକୁ ବ୍ଲକ୍‌ ଓ ଜିଲାସ୍ତରରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତଳଭଣ୍ଡାର ନିର୍ମାଣ ଲାଗି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ସମବାୟ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ନେଇ ଏକ ଯୁଗ୍ମ କମିଟି ଗଠନ କରିବେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବିତ ପଦକ୍ଷେପ ଏବଂ ସବିଶେଷ କାର୍ଯ୍ୟଶୈଳୀ ଉପରେ ଯୋଜନା ପ୍ରସ୍ତୁତ ହେବ ବୋଲି କନକବର୍ଦ୍ଧନ କହିଛନ୍ତି।
ସେ ଆହୁରି କହିଛନ୍ତି, ପରିବେଶର ଚିନ୍ତା କେବଳ ଏକ ଗୁଜବ ନୁହେଁ ବରଂ ଏହା ଏକ ଆବଶ୍ୟକତା। ବର୍ତ୍ତମାନ ମାଟିର ସ୍ବାସ୍ଥ୍ୟରକ୍ଷା, ଖାଦ୍ୟ ନିରାପତ୍ତା ବଜାୟ ରଖିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ଉତ୍ସକୁ ସଂରକ୍ଷଣ ଇତ୍ୟାଦି ପାଇଁ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ କରିବା ଏକ ସମୟୋପଯୋଗୀ ପଦକ୍ଷେପ। ପୃଥିବୀର ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ଜୀବନ ଧାରଣର ସୁରକ୍ଷା ନିମନ୍ତେ ସ୍ଥାୟୀ ପଦକ୍ଷେପର ଆବଶ୍ୟକତା ରହିଛି। କୃଷି କ୍ଷେତ୍ର ପାଇଁ ଗତବର୍ଷ ତୁଳନାରେ ଏ ବର୍ଷ ବଜେଟରେ ପ୍ରାୟ ୨ ଗୁଣ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି। ୨୦୨୩-୨୪ରେ ୭,୧୩୫.୮୯ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ ପାଇଁ ୧୩,୧୭୮.୮୪ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ସମୃଦ୍ଧ କୃଷକ ଯୋଜନାରେ କୃଷକଙ୍କୁ ଗୁଣାତ୍ମକ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଇନ୍‌ପୁଟ କ୍ରୟରେ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ସରକାର ଚାଷୀଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ସରକାର ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପିଏମ୍‌ କିଷାନ ଯୋଜନା ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବାସ କରୁଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଏକ ସ୍ବତନ୍ତ୍ର ପଦକ୍ଷେପ ନୂଆଖାଇଠାରୁ ଆରମ୍ଭ ହେବ। ସିଏମ୍‌ କିଷାନ ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବିଋତୁ ଆରମ୍ଭରେ ୨,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ରାଜ୍ୟର ଭୂମିହୀନ କୃଷକ ପରିବାରମାନଙ୍କୁ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କାର ଜୀବିକା ନିର୍ବାହ ସହାୟତା ମଧ୍ୟ ଯୋଗାଇଦିଆଯିବ। କୃଷି ବିଦ୍ୟାନିଧି ଯୋଜନା ଜରିଆରେ ରାଜ୍ୟରେ ସିଏମ୍‌ କିଷାନ ହିତାଧିକାରୀ ପିଲାଙ୍କୁ ସରକାରୀ ଅନୁଷ୍ଠାନରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ପର୍ଯ୍ୟନ୍ତ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ କ୍ଷୁଦ୍ରଶସ୍ୟର ଉତ୍ପାଦନ ଏବଂ ବ୍ୟବହାରକୁ ପ୍ରାଧାନ୍ୟ ଦେଇ ଓଡ଼ିଶାକୁ କ୍ଷୁଦ୍ରଶସ୍ୟ ହବ୍‌ ଭାବେ ପରିଣତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri