ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ:ପିପିପି ମୋଡ୍‌ରେ ଖୋଲାଯିବ ଶୀତଳଭଣ୍ଡାର

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର):କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷର ଖର୍ଚ୍ଚଦାବିକୁ ଗୁରୁବାର ବିଧାନସଭାରେ ଅନୁମୋଦନ ମିଳିଛି। ଏହି ବିଭାଗର ଆଲୋଚନା ପରେ ଏହା ଉପରେ ଉତ୍ତର ରଖିବା ସମୟରେ ବିଭାଗୀୟ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମନ୍ତ୍ରୀ ଉତ୍ତର ରଖିବା ସମୟରେ ବିରୋଧୀ ଗୃହ ଛାଡ଼ି ଚାଲିଯିବାରୁ ରାଗିଯାଇଥିଲେ। ଏହି ଅବସରରେ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟକରି କହିଛନ୍ତି, ତାଙ୍କୁ ଜଣା ଥିଲା ବିରୋଧୀ ଏହା ହିଁ କରିବେ। ବିରୋଧୀମାନେ ଭୀରୁ ଭଳି କାର୍ଯ୍ୟ କରୁଛନ୍ତି। ରାଜ୍ୟବାସୀ କେବେହେଲେ ସେମାନଙ୍କୁ କ୍ଷମା ଦେବେ ନାହିଁ। ଇତିହାସ ଏହାର ସାକ୍ଷୀ ରହିବ। ଏଇଟା କ’ଣ କ୍ଲବ୍‌, ଆସିକି ଏମିତି ହେଉଛ। ସତ୍ୟକୁ କେହି ମନା କରିପାରିବେ ନାହିଁ। ତୁମମାନଙ୍କୁ ଲଜ୍ଜା ଲାଗିବା କଥା। ବିରୋଧୀ ଦଳ ସରକାରରେ ଥିବା ବେଳେ ଆଣିଥିବା କାଳିଆ ଯୋଜନା କେବଳ ନିଜ ଦଳୀୟ କର୍ମୀଙ୍କୁ ପୋଷିବା ପାଇଁ କରିଥିଲେ। ସେଇଟା କାଳିଆ ନୁହେଁ, ଖାଲିଆ ଯୋଜନା ଥିଲା। ଏଠି ବିରୋଧୀ ବସି ଶୁଣିଥିଲେ ଜାଣିଥାଆନ୍ତେ ମୋହନ ମାଝୀଙ୍କ ସରକାର କୃଷକଙ୍କ ପାଇଁ କେତେ ପ୍ରତିବଦ୍ଧ। ଖୁବ୍‌ଶୀଘ୍ର ୫୮ଟି ସବ୍‌ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ। ପିପିପି ମୋଡ୍‌ରେ ଏହା ନିର୍ମାଣ କରାଯିବ।

ଏହା ସଫଳ ହେଲେ ଆଗକୁ ବ୍ଲକ୍‌ ଓ ଜିଲାସ୍ତରରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତଳଭଣ୍ଡାର ନିର୍ମାଣ ଲାଗି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ସମବାୟ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ନେଇ ଏକ ଯୁଗ୍ମ କମିଟି ଗଠନ କରିବେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବିତ ପଦକ୍ଷେପ ଏବଂ ସବିଶେଷ କାର୍ଯ୍ୟଶୈଳୀ ଉପରେ ଯୋଜନା ପ୍ରସ୍ତୁତ ହେବ ବୋଲି କନକବର୍ଦ୍ଧନ କହିଛନ୍ତି।
ସେ ଆହୁରି କହିଛନ୍ତି, ପରିବେଶର ଚିନ୍ତା କେବଳ ଏକ ଗୁଜବ ନୁହେଁ ବରଂ ଏହା ଏକ ଆବଶ୍ୟକତା। ବର୍ତ୍ତମାନ ମାଟିର ସ୍ବାସ୍ଥ୍ୟରକ୍ଷା, ଖାଦ୍ୟ ନିରାପତ୍ତା ବଜାୟ ରଖିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ଉତ୍ସକୁ ସଂରକ୍ଷଣ ଇତ୍ୟାଦି ପାଇଁ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ କରିବା ଏକ ସମୟୋପଯୋଗୀ ପଦକ୍ଷେପ। ପୃଥିବୀର ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ଜୀବନ ଧାରଣର ସୁରକ୍ଷା ନିମନ୍ତେ ସ୍ଥାୟୀ ପଦକ୍ଷେପର ଆବଶ୍ୟକତା ରହିଛି। କୃଷି କ୍ଷେତ୍ର ପାଇଁ ଗତବର୍ଷ ତୁଳନାରେ ଏ ବର୍ଷ ବଜେଟରେ ପ୍ରାୟ ୨ ଗୁଣ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି। ୨୦୨୩-୨୪ରେ ୭,୧୩୫.୮୯ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ ପାଇଁ ୧୩,୧୭୮.୮୪ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ସମୃଦ୍ଧ କୃଷକ ଯୋଜନାରେ କୃଷକଙ୍କୁ ଗୁଣାତ୍ମକ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଇନ୍‌ପୁଟ କ୍ରୟରେ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ସରକାର ଚାଷୀଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ସରକାର ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପିଏମ୍‌ କିଷାନ ଯୋଜନା ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବାସ କରୁଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଏକ ସ୍ବତନ୍ତ୍ର ପଦକ୍ଷେପ ନୂଆଖାଇଠାରୁ ଆରମ୍ଭ ହେବ। ସିଏମ୍‌ କିଷାନ ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବିଋତୁ ଆରମ୍ଭରେ ୨,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ରାଜ୍ୟର ଭୂମିହୀନ କୃଷକ ପରିବାରମାନଙ୍କୁ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କାର ଜୀବିକା ନିର୍ବାହ ସହାୟତା ମଧ୍ୟ ଯୋଗାଇଦିଆଯିବ। କୃଷି ବିଦ୍ୟାନିଧି ଯୋଜନା ଜରିଆରେ ରାଜ୍ୟରେ ସିଏମ୍‌ କିଷାନ ହିତାଧିକାରୀ ପିଲାଙ୍କୁ ସରକାରୀ ଅନୁଷ୍ଠାନରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ପର୍ଯ୍ୟନ୍ତ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ କ୍ଷୁଦ୍ରଶସ୍ୟର ଉତ୍ପାଦନ ଏବଂ ବ୍ୟବହାରକୁ ପ୍ରାଧାନ୍ୟ ଦେଇ ଓଡ଼ିଶାକୁ କ୍ଷୁଦ୍ରଶସ୍ୟ ହବ୍‌ ଭାବେ ପରିଣତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri