ଆଲଟ୍‌ମେଣ୍ଟକୁ ବିଭାଜନ କରି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ

ବାଲେଶ୍ୱର ଅଫିସ,୧୫।୪ ବାଲେଶ୍ୱର ପୂର୍ତ୍ତ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯାଉଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଟେଣ୍ଡର କରି କାର୍ଯ୍ୟ କରିବା ବଦଳରେ ସ୍ଥାନୀୟ ଅଧିକାରୀ ପ୍ରକଳ୍ପର ଆଲଟମେଣ୍ଟକୁ ଛୋଟ ଛୋଟ ଭାଗରେ ବିଭାଜନ (ସ୍ପ୍ଲିଟ୍‌ ଅପ୍‌) କରି କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ଏହା ଯୋଗୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କରିବାର ମାନ କମିବା ସହ ଫଲ୍‌ସ ବିଲ୍‌ ମାଧ୍ୟମରେ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।
ମିଳିଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଣୀତାଲ-କୁପାରୀ ରୋଡ୍‌ରେ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣ ଏବଂ ରାସ୍ତାର ପୁନରୁଦ୍ଧାର ଲାଗି ୧କୋଟି ୭୪ଲକ୍ଷ ୭୯ହଜାର ୧ଶହ ଟଙ୍କା ଅଟକଳ କରାଯାଇଥିଲା। ଏହାକୁ ଓଡ଼ିଶା ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ କୋଡ୍‌ ଭଲ୍ୟୁମ୍‌-୧ର ପାରା ୩, ୫, ୨୪ ଅଧିନିୟମକୁ ଉଲ୍ଲଂଘନ କରି ୫ଲକ୍ଷରୁ କମ୍‌ ଟଙ୍କା ଲେଖାଏ ୩୮ଟି ଛୋଟ ଛୋଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପୂର୍ତ୍ତ ବିଭାଗ (ରାସ୍ତା ଓ ଗୃହ) ବିଭାଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଅନୁମୋଦନ କରାଇଥିବା ଜଣାପଡ଼ିଛି। ସେହିପରି ସେରଗଡ଼-ନୀଳଗିରି ଝରଣାଘାଟି ରୋଡ୍‌ର ୮୯ଲକ୍ଷ ୯୮ହଜାର ୨ଶହ ୩୮ ଟଙ୍କାର ଅଟକଳକୁ ୨୩ଟି ଛୋଟ ଛୋଟ ପ୍ରକଳ୍ପ, ବାଲେଶ୍ୱର-ମିତ୍ରପୁର-ବଇଞ୍ଚା ରୋଡ୍‌ ପାଇଁ ୧କୋଟି ୫ଲକ୍ଷ ୫୬ହଜାର ୪ଶହ ୨୬ ଟଙ୍କାର ଅଟକଳକୁ ୩୧ଟି ଛୋଟ ଛୋଟ ପ୍ରକଳ୍ପ, ଓଟି ରୋଡ୍‌-ସୁରଜ ହୋଟେଲ ରୋଡ୍‌ ପାଇଁ ୫୬ଲକ୍ଷ ୧୬ହଜାର ୫ଶହ ୭୮ଟଙ୍କାର ଅଟକଳକୁ ୧୨ଟି ଛୋଟ ଛୋଟ ପ୍ରକଳ୍ପ, ଗଡ଼ଗଡ଼ିଆ-ପୁରୁଣାବାଲେଶ୍ୱର ରୋଡ୍‌ ପାଇଁ ୧କୋଟି ୧୧ଲକ୍ଷ ୧୬ହଜାର ୯ଶହ ୧୯ ଟଙ୍କାର ଅଟକଳକୁ ୨୩ଟି ଛୋଟ ଛୋଟ ପ୍ରକଳ୍ପ, ଚାନ୍ଦିପୁର ବାଇପାସ୍‌ ରୋଡ୍‌ ପାଇଁ ୩୫ଲକ୍ଷ ୧୩ହଜାର ୬ଶହ ୬୮ ଟଙ୍କାର ଅଟକଳକୁ ୭ଟି ଛୋଟ ଛୋଟ ପ୍ରକଳ୍ପ ସହ ବାଲେଶ୍ୱର କଲେକ୍ଟୋରିଏଟ୍‌-ସିଡିଭିଓ ଅଫିସ୍‌ ରୋଡ୍‌ ପାଇଁ ୪୨ଲକ୍ଷ ୨୪ହଜାର ୭ଶହ ୪୩ ଟଙ୍କାର ଅଟକଳକୁ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣ ପାଇଁ ୯ଟି ଛୋଟ ଛୋଟ ପ୍ରକଳ୍ପ ଭଳି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ସ୍ପ୍ଲିଟ୍‌ ଅପ୍‌ କରାଯାଇ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହାକୁ ‘ଦୁର୍ନୀତି ବିରୋଧରେ ଆମେ’ ସଙ୍ଗଠନ ପକ୍ଷରୁ ଓଡ଼ିଶା ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ କୋଡ୍‌ ଭଲ୍ୟୁମ୍‌-୧ର ଅଧିନିୟମକୁ ଉଲ୍ଲଂଘନ କରାଯାଇ ଫଲ୍‌ସ ବିଲ୍‌ ମାଧ୍ୟମରେ ଅଧିକାରୀମାନେ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ଅଣାଯାଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗପତ୍ରରେ ଜଣାଇଛନ୍ତି। ବଡ଼ ବଡ଼ ପ୍ରକଳ୍ପକୁ ସ୍ପ୍ଲିଟ୍‌ ଅପ୍‌ କରିବା ଏବଂ ଗୋଟିଏ କାର୍ଯ୍ୟକୁ ନାମ ବଦଳାଇ ବାରମ୍ବାର ପ୍ରକଳ୍ପ ପ୍ରସ୍ତୁତ କରିବା, ଫଲସ୍‌ ବିଲ୍‌ କରି ଅର୍ଥ ହଡ଼ପ କରିବା ସୁଯୋଗ ଥିବା ସଙ୍ଗଠନ ତରଫରୁ ଅଭିଯୋଗ କରାଯାଇଛି।
ଏ ନେଇ ବାଲେଶ୍ୱର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହନ୍ତି, ପ୍ରକଳ୍ପକୁ କୌଣସି ପ୍ରକାର ସ୍ପ୍ଲିଟ୍‌ ଅପ୍‌ କରାଯାଇନାହଁି। ନିୟମ ଅନୁସାରେ କାର୍ଯ୍ୟ ସମ୍ପାଦନା କରାଯାଉଥିବା ପ୍ରକାଶ କରିଛନ୍ତି। ବାଲେଶ୍ୱର ଡିଭିଜନ ପୂର୍ତ୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରଥାଙ୍ଗଧର ରାଉତ କହନ୍ତି, କୌଣସି ବୃହତ୍‌ ପ୍ରକଳ୍ପ ଆଲଟମେଣ୍ଟକୁ ସ୍ପ୍ଲିଟ୍‌ ଅପ୍‌ କରାଯାଇପାରିବ ନାହଁି। ଯଦି ପୂର୍ବରୁ ସ୍ପ୍ଲିଟ୍‌ ଅପ୍‌ କରି ଆଲଟମେଣ୍ଟ ଅଣାଯାଇଥିବ, ତା’ହେଲେ ଆଇନ ସମ୍ମତ। ଏଭଳି କୌଣସି ଅଭିଯୋଗ ମିଳିନାହଁି। ଯଦି ଜଣାପଡ଼େ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri