ଭୁବନେଶ୍ୱର,୨୪ା୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ୧୮୯୧ କୋଟି ୬୦ ଲକ୍ଷ ୪୭ ହଜାର ଟଙ୍କାର ଖର୍ଚ୍ଚଦାବି ମଙ୍ଗଳବାର ବିଧାନସଭାରେ ଗୃହୀତ ହେଇଛି। ସେଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୦୧ କୋଟି ୭୦ ଲକ୍ଷ ଟଙ୍କା, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧୩୮୯ କୋଟି ୯୦ଲକ୍ଷ ଟଙ୍କା। ଏହାମଧ୍ୟରୁ ୧୧୬୮ କୋଟି ୩ ଲକ୍ଷ ଟଙ୍କା ରାଜ୍ୟସ୍ତରୀୟ, ୨୨୦ କୋଟି ୮୭ ଲକ୍ଷ ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଓ ୧ କୋଟି ଟଙ୍କା କେନ୍ଦ୍ରୀୟ ଯୋଜନାରେ ବ୍ୟୟବରାଦର ପ୍ରସ୍ତାବ ଅଛି। ରାଜ୍ୟରେ ସର୍ବମୋଟ ୬୧, ୨୦୪.୧୭ ବର୍ଗ କିଲୋମିଟର ଜଙ୍ଗଲ ଅଛି । ରାଜ୍ୟ ଭୌଗୋଳିକ କ୍ଷେତ୍ରର ଏହା ୩୯.୩୦ ପ୍ରତିଶତ। ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ ଲକ୍ଷ୍ୟ ରଖାଯାଇଛି । ସେଥିରୁ ୪୪ ହଜାର ୫୦୦ ହେକ୍ଟର କାମ୍ପା ମାଧ୍ୟମରେ ଓ ୫୦ ହଜାର ହେକ୍ଟର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ କରିବାକୁ ସ୍ଥିର ହୋଇଛି ।
ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁ, ଚାରା ରୋପଣରେ ଦୁର୍ନୀତି ଏବଂ କାମ୍ପା ଫଣ୍ଡରେ ହେରଫେର ବିଷୟ ଉଠାଇଥିଲେ। ଏଥିସହିତ ଡିଏମଏଫ, ଓଏମ୍ବିଡିଏସି ପାଣ୍ଠିର ବ୍ୟବହାର ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଭାଜପା ଦାବି କରିଛି। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତରରେ କହିଥିଲେ ଯେ, ଓଡିଶା ଜଙ୍ଗଲ ସୃଷ୍ଟି କରିବାରେ ଦେଶରେ ୧ ନମ୍ବର ସ୍ଥାନରେ ରହିଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷ ତ୍ୟାଗ କରି ବାହାରକୁ ଚାଲି ଯାଇଥିଲେ। ଶେଷରେ ଜଙ୍ଗଲ ଓ ପରିବେଶ ବିଭାଗର ଖର୍ଚ୍ଚ ଦାବି ବାଚନିକ ଭୋଟରେ ପାରିତ ହୋଇଥିଲା।
ଶିକ୍ଷାବିତ୍ ବିମଳ ଷଡ଼ଙ୍ଗୀଙ୍କ ପରଲୋକ
ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…
ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…
ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…
ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…
ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…
ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…
ବାଇକ୍ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…
କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍ ଉପରେ ପଡ଼ିବା ସହ…
ଗୋଟିଏ ରୁମ୍ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…
ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…
ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…
ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

