ବିଭାଗ ଅଜାଣତରେ ଚାଲିଛି ରାସ୍ତା କାମ

ନାଉଗାଁ ,୩ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତରେ ଦେବୀ ନଦୀବନ୍ଧ ପାର୍ଶ୍ୱରେ ବସବାସ କରୁଥିବା ଜନବସତି ନିକଟରେ ଏକାଧିକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ଉକ୍ତ ରାସ୍ତା କିଏ ନିର୍ମାଣ କରୁଛି ଓ ଏଥିପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯାଇଛି, କିଏ ଚୁକ୍ତି କରିଛି ସେ ବିଷୟରେ କେହି କହିପାରୁନାହାନ୍ତି। ଏହି ସଂଯୋଗୀକରଣ ରାସ୍ତାଗୁଡିକ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ମାତ୍ର ଏଠାରେ ଚାଲିଥିବା କାର୍ଯ୍ୟ ବିଷୟରେ ବିଭାଗ ମଧ୍ୟ ଅବଗତ ନ ଥିବା ଜଣାପଡ଼ିଛି। ଏନେଇ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, କେତେଜଣ ଠିକାଦାର ମନମୁଖିଭାବେ ନିମ୍ନମାନର କାର୍ଯ୍ୟ କରି ବିଭାଗ ପାଖରୁ ଅଧିକ ଟଙ୍କାର ବିଲ୍‌ ହାତେଇ ନେଉଛନ୍ତି। ବିନା ସୂଚନା ଫଳକରେ ଠିକାଦାର ଓ ଯନ୍ତ୍ରୀ କାର୍ଯ୍ୟ କରି ହାତ ଚିକ୍କଣ କରୁଛନ୍ତି ବୋଲି ଲୋକେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସେହିପରି ଗତ କିଛି ଦିନ ତଳେ ତଳିଆ ଅଞ୍ଚଳକୁ ନଦୀ ପାଣି ନ ପଶିବା ପାଇଁ ଦେବୀ ନଦୀ ବନ୍ଧ ପାର୍ଶ୍ୱରେ ଘେରି ବନ୍ଧ ନିର୍ମାଣ କରାଯାଇଥିଲା। ତେବେ ବିଭାଗୀୟ ଯନ୍ତ୍ରୀଙ୍କ ସୂଚନା ମୁତାବକ ଏହି ଘେରି ବନ୍ଧ ପାଇଁ କୌଣସି ଟେଣ୍ଡର ହୋଇ ନ ଥିବାବେଳେ ଚିଠା ମାଧ୍ୟମରେ ଠିକାଦାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ବିଭାଗ ତରଫରୁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସମ୍ପୃକ୍ତ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଘେରି ବନ୍ଧ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଅସରାଏ ବର୍ଷା ପରେ କାର୍ଯ୍ୟରେ ଲାଗିବା ପୂର୍ବରୁ ଏଠାରୁ ମାଟି ଧୋଇଯାଇଛି। ଘେରି ବନ୍ଧରେ ମାଟି ଓ ପରେ ମୋରମ ପକାଇବାର ନିୟମ ଥିବାବେଳେ ଠିକାଦାର ପୂର୍ବରୁ ଥିବା ଘେରିବନ୍ଧ ଉପରେ କେବଳ ଅଳ୍ପ କିଛି ମାଟି ପକାଇ ନିର୍ମାଣ ନାମରେ ବିଲ୍‌ କରିଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ଏସବୁ କାର୍ଯ୍ୟ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri