ବିଶ୍ୱ ପ୍ରସିଦ୍ଧ ଗହୀରମଥା ମହୋତ୍ସବ ଦାବି ଜୋର ଧରିଲା

ମହାକାଳପଡ଼ା,୧୫ା୩(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଗହୀରମଥାରେ ମହୋତ୍ସବ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦାବି ଜୋର ଧରିଛି। ବିଶେଷକରି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ରାଜନଗର ବ୍ଲକ ଅଧୀନ ନଳିତାପାଟିଆରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ମହୋତ୍ସବ ପାଳନ କରାଯାଇଛି। ବିଦେଶାଗତ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଭୂସ୍ବର୍ଗ ଓ ଅନ୍ତୁଡ଼ିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦାନ ପାଇଁ ସମାଗମ ହୋଇଥାଏ। ଏହି ସାମୁଦ୍ରିକ ଅଭୟାରଣ୍ୟ ବାଲୁକା ଶଯ୍ୟାକୁ ଆକୃଷ୍ଟ ହୋଇ ଶ୍ରୀଲଙ୍କା, କୋଷ୍ଟାରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ସମୁଦ୍ର ପଥରେ ଲକ୍ଷ ଲକ୍ଷ ଯୋଜନ ଅତିକ୍ରମ କରି ମିଳନ ଓ ସାମୂହିକ ଅଣ୍ଡାଦାନ କରିବାକୁ ଅଲିଭ୍‌ ରିଡେ୍‌ଲ କଇଁଛ ଧାଇଁ ଆସିଥାନ୍ତି। ଜିଲାର ଐତିହ୍ୟ ଅବଲୋକନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ି ଭିତରକନିକା ମହୋତ୍ସବକୁ ପ୍ରଚାର ପ୍ରସାର କରି କରୁଛନ୍ତି। ତେବେ ଜିଲାର ମହାକାଳପଡ଼ା ବ୍ଲକରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମହୋତ୍ସବ ପାଳନ କରିବାକୁ ସାଗରିକା ସାହିତ୍ୟ ସଂସଦ, ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି ଜୋର୍‌ ଧରିଛି। ଅଦ୍ୟାବଧି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବାଲୁକାଶଯ୍ୟାରେ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ସାମୂହିକ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ତେବେ ବନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ପାଇଁ କଡାକଡି ନିୟମ କରାଯାଇଛି। ଅପରପକ୍ଷରେ ଏହି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର ମଧ୍ୟରେ ଶତାଧିକ ଟ୍ରଲର ବେଆଇନ ଭାବେ ମାଛ ମାରୁଛନ୍ତି।
ସୂଚନାଯୋଗ୍ୟ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାନଦୀ ଅବବାହିକା ତ୍ରିକୋଣଭୂମି ମୁହାଣଠାରୁ ୧୭ଶହ ବର୍ଗ କିମିରେ ୧୪ଟି ଭାସମାନ ସୌରଶକ୍ତିରେ ଚାଳିତ ବଇଅଁା ଚିହ୍ନଟ ବା ସଂକେତ ରହିଛି। ସ୍ଥଳଭାଗରୁ ୨୦ କିମି ପର୍ଯ୍ୟନ୍ତ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ଖୁଲମ୍‌ଖୁଲା ରାତିରେ ଟ୍ରଲରଗୁଡ଼ିକ ମାଛ ଧରି ସକାଳ ସୁଦ୍ଧା ନିକଟ ନଦୀ, ଯୋରିରେ ଆଶ୍ରୟ ନେଉଥିବା କେତେଜଣ ମତ୍ସ୍ୟଜୀବୀ (ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଧାମରା ଅଞ୍ଚଳର) ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଆଉ କେତେଜଣ ମତ୍ସ୍ୟଜୀବୀ କହିଛନ୍ତି, ବନ ବିଭାଗର କେତେଜଣ ତଳିଆ କର୍ମଚାରୀ ଆଗୁଆ ସୂଚନା ଦେଉଥିବାରୁ ବିଭାଗୀୟ ଚଢ଼ାଉ ପୂର୍ବରୁ ସମୁଦ୍ର ମଧ୍ୟରେ ଟ୍ରଲରଗୁଡିକ ଖସିଯିବା ସହଜ ହେଉଥିବା କହିଛନ୍ତି, ଯାହାକି ଏବେ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଳିତବର୍ଷ ବିଳମ୍ବ ହେଲେ ମଧ୍ୟ ଗହୀରମଥାରେ ଅଲିଭ୍‌ ରିଡେ୍‌ଲଙ୍କ ଆଗମନକୁ ନେଇ ପରିବେଶବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ରାଜନଗରରେ ଭିତରକନିକା ମହୋତ୍ସବ ପାଳନ କରାଯାଉଛି, ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବିଶ୍ୱପ୍ରସିଦ୍ଧ ଗହୀରମଥା ମହୋତ୍ସବ ପାଳନ ହେଲେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଉପରେ ବିସ୍ତୃତ ଆଲୋଚନା ହେବ। ଏହାସହ ଦେଶୀ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ଅଧିକ ସଚେତନତା ସୃଷ୍ଟି କରାଯାଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କୁ ଅବଗତ କରାଯାଇଛି। ଅପରପକ୍ଷରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଗହୀରମଥା ମହୋତ୍ସବ ପାଳନକୁ ସ୍ବାଗତ କରୁଛି। ଏ ସଂକ୍ରାନ୍ତରେ ଜିଲାପାଳଙ୍କ ସହ ସେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଅଣ୍ଡାଦାନ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ କଡ଼ାକଡ଼ି ନଜର ରଖାଯାଇଛି। ସମୁଦ୍ର ମଧ୍ୟରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri