ବାରଖମାକୁ ନୂଆ ବ୍ଲକ ଘୋଷଣା ଦାବି ଜୋର୍‌ ଧରିଲା

ବାଲିଗୁଡ଼ା,୧୭ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ାର ୧୫ ନମ୍ବର ଜିଲା ପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବି ଜୋର ଧରିଛି। ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡ଼ା ଗାନ୍ଧୀଛକଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବାଲିଗୁଡା ବ୍ଲକ ଅଧୀନରେ ରହିଥିବା ୧୫ ନମ୍ବର ଜିଲାପରିଷଦ ଜୋନ୍‌ରେ ବାରଖମା, ରେବିଙ୍ଗିଆ, ସଲାଗୁଡ଼ା, ସୁଡ୍ରା,ସିନ୍ଦ୍ରିଗାଁ, କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ଏପରି ୮ଟି ପଞ୍ଚାୟତ ରହିଛି। ବାଲିଗୁଡ଼ା ବ୍ଲକ ସଦର ମହକୁମାଠାରୁ ଏହି ପଞ୍ଚାୟତଗୁଡ଼ିକ ୨୦ କିଲୋମିଟରଠାରୁ ଆରମ୍ଭ କରି ୫୦ କିଲୋମିଟର ଦୂରତା ମଧ୍ୟରେ ରହିଛି। ୧୫ ନମ୍ବର ଜିଲାପରିଷଦ ଜୋନ୍‌ରେ ୧୬୦ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ଜନସଂଖ୍ୟା ୮୦ ହଜାରରୁ ଊର୍ଦ୍ଧ୍ୱ ଓ ୩୭ ହଜାର ୭ ସହ ୯୩ ଭୋଟର ରହିଛନ୍ତି। ଏହି ପଞ୍ଚାୟତଗୁଡ଼ିକ ଭୌଗୋଳିକ ଦୃଷ୍ଟିକୋଣରୁ ପାହାଡ଼, ପର୍ବତ, ନଦୀ, ନାଳ ଓ ଜଙ୍ଗଲ ଘେରା ଅଞ୍ଚଳ ରହୁଛି। ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଲୋକଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚି ପାରୁନାହିଁ। ଯଦି ସରକାର କ୍ଷମତାର ବିକେନ୍ଦ୍ରୀକରଣ କରି ୧୫ ନମ୍ବର ଜିଲାପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା କଲେ ସାଧାରଣ ଲୋକଙ୍କ ନିକଟରେ ଶିକ୍ଷା,ସ୍ବାସ୍ଥ୍ୟ, ଜଳ ପରିମଳ, ମହିଳା ଓ ଶିଶୁ ବିକାଶ ଯୋଜନା ବିଭିନ୍ନ ଅଞ୍ଚଳରେ ହାତ ପାଆନ୍ତାରେ ପହଞ୍ଚିବାରେ ସହଜ ହେବ ଓ ଲୋକେ ଉପକୃତ ହୋଇପାରିବେ। ଏହି ଶୋଭାଯାତ୍ରାରେ ବ୍ଲକ ସଂଗ୍ରାମ ମଞ୍ଚର ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁଙ୍କ ସମେତ ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଦେବେନ୍ଦ୍ର କହଁର, ବିଜେଶ୍ୱର ମଲ୍ଲିକ,ପରମାନନ୍ଦ ନାୟକ, ଜୟରାମ ଦଣ୍ଡିଆ,ପୁରୁଷୋତ୍ତମ ବେହେରା, ହେରଦ ନାୟକ, ଲକ୍ଷ୍ମୀନାରାୟଣ ଦଣ୍ଡିଆ, ଉମାଚରଣ ଦିଗାଳ, ନୀଳକଣ୍ଠ ଦଣ୍ଡିଆ, ବଂଶୀଧର ଦଣ୍ଡିଆ, ରାଧାକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri