ବାରଖମାକୁ ନୂଆ ବ୍ଲକ ଘୋଷଣା ଦାବି ଜୋର୍‌ ଧରିଲା

ବାଲିଗୁଡ଼ା,୧୭ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ାର ୧୫ ନମ୍ବର ଜିଲା ପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବି ଜୋର ଧରିଛି। ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡ଼ା ଗାନ୍ଧୀଛକଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବାଲିଗୁଡା ବ୍ଲକ ଅଧୀନରେ ରହିଥିବା ୧୫ ନମ୍ବର ଜିଲାପରିଷଦ ଜୋନ୍‌ରେ ବାରଖମା, ରେବିଙ୍ଗିଆ, ସଲାଗୁଡ଼ା, ସୁଡ୍ରା,ସିନ୍ଦ୍ରିଗାଁ, କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ଏପରି ୮ଟି ପଞ୍ଚାୟତ ରହିଛି। ବାଲିଗୁଡ଼ା ବ୍ଲକ ସଦର ମହକୁମାଠାରୁ ଏହି ପଞ୍ଚାୟତଗୁଡ଼ିକ ୨୦ କିଲୋମିଟରଠାରୁ ଆରମ୍ଭ କରି ୫୦ କିଲୋମିଟର ଦୂରତା ମଧ୍ୟରେ ରହିଛି। ୧୫ ନମ୍ବର ଜିଲାପରିଷଦ ଜୋନ୍‌ରେ ୧୬୦ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ଜନସଂଖ୍ୟା ୮୦ ହଜାରରୁ ଊର୍ଦ୍ଧ୍ୱ ଓ ୩୭ ହଜାର ୭ ସହ ୯୩ ଭୋଟର ରହିଛନ୍ତି। ଏହି ପଞ୍ଚାୟତଗୁଡ଼ିକ ଭୌଗୋଳିକ ଦୃଷ୍ଟିକୋଣରୁ ପାହାଡ଼, ପର୍ବତ, ନଦୀ, ନାଳ ଓ ଜଙ୍ଗଲ ଘେରା ଅଞ୍ଚଳ ରହୁଛି। ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଲୋକଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚି ପାରୁନାହିଁ। ଯଦି ସରକାର କ୍ଷମତାର ବିକେନ୍ଦ୍ରୀକରଣ କରି ୧୫ ନମ୍ବର ଜିଲାପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା କଲେ ସାଧାରଣ ଲୋକଙ୍କ ନିକଟରେ ଶିକ୍ଷା,ସ୍ବାସ୍ଥ୍ୟ, ଜଳ ପରିମଳ, ମହିଳା ଓ ଶିଶୁ ବିକାଶ ଯୋଜନା ବିଭିନ୍ନ ଅଞ୍ଚଳରେ ହାତ ପାଆନ୍ତାରେ ପହଞ୍ଚିବାରେ ସହଜ ହେବ ଓ ଲୋକେ ଉପକୃତ ହୋଇପାରିବେ। ଏହି ଶୋଭାଯାତ୍ରାରେ ବ୍ଲକ ସଂଗ୍ରାମ ମଞ୍ଚର ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁଙ୍କ ସମେତ ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଦେବେନ୍ଦ୍ର କହଁର, ବିଜେଶ୍ୱର ମଲ୍ଲିକ,ପରମାନନ୍ଦ ନାୟକ, ଜୟରାମ ଦଣ୍ଡିଆ,ପୁରୁଷୋତ୍ତମ ବେହେରା, ହେରଦ ନାୟକ, ଲକ୍ଷ୍ମୀନାରାୟଣ ଦଣ୍ଡିଆ, ଉମାଚରଣ ଦିଗାଳ, ନୀଳକଣ୍ଠ ଦଣ୍ଡିଆ, ବଂଶୀଧର ଦଣ୍ଡିଆ, ରାଧାକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri