Posted inଜାତୀୟ

ଜାତି ଜନଗଣନା ଦାବି ଜୋର ଧରିଲା

ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛି। ଏହାଦ୍ୱାରା ଲୋକଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରାଯିବା ସହ ସାମାଜିକ ସଶକ୍ତୀକରଣ କାର୍ଯ୍ୟକ୍ରମ ପାଇଁ ଏକ ଦୃଢ଼ ମୂଳଦୁଆ ପଡ଼ିପାରିବ। ଜାତି ଜନଗଣନାରୁ ବିହାରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮୪ ପ୍ରତିଶତ ବୋଲି ପ୍ରମାଣିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସଂଖ୍ୟା ଅନୁଯାୟୀ ସେମାନଙ୍କୁ ଭାଗ ମିଳିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି। କେନ୍ଦ୍ର ସରକାରରେ ୯୦ ସଚିବଙ୍କ ମଧ୍ୟରୁ ମାତ୍ର ୩ ଜଣ ଓବିସି ହୋଇଥିବାବେଳେ ସେମାନେ ବଜେଟର ମାତ୍ର ୫ ପ୍ରତିଶତ ପରିଚାଳନା କରିଥାନ୍ତି। ସେଥିପାଇଁ ଭାରତର ଜାତି ପରିସଂଖ୍ୟାନ ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ ଏକ୍ସ’ରେ ପୋଷ୍ଟ କରିଥିଲେ। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କରିଥିବା ଜନଗଣନାର ଫଳାଫଳକୁ ମୋଦି ସରକାର ଚାପି ଦେଇଥିଲେ। ବିହାର ସରକାରଙ୍କ ଜାତି ଜନଗଣନା ଭଳି କେନ୍ଦ୍ର ସରକାର ମଧ୍ୟ ଜାତୀୟ ସ୍ତରରେ ଅନୁରୂପ ସର୍ଭେ ତୁରନ୍ତ କରିବାକୁ ଜୟରାମ ଆହ୍ବାନ ଦେଇଛନ୍ତି। ଯଦି ମୋଦି ସରକାର ଜାତି ଜନଗଣନା ନ କରନ୍ତି, ତେବେ କଂଗ୍ରେସ ସରକାର ଗଢ଼ିବା ପରେ ଖୁବ୍‌ଶୀଘ୍ର ଏହି ସର୍ଭେ ହେବ ଏବଂ ପ୍ରତ୍ୟେକ ବର୍ଗ ସେମାନଙ୍କ ଅଧିକାର ପାଇବେ ବୋଲି ବିରୋଧୀ ଦଳ କହିଛି।
ଅନ୍ୟପକ୍ଷରେ ଜାତିଭିତ୍ତିକ ସର୍ଭେ କେବଳ ଲୋକ ଦେଖାଣିଆ କହି ଭାଜପା ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସମାଲୋଚନା କରିଛନ୍ତି। ଜାତି ଜନଗଣନା ରିପୋର୍ଟକୁ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନ ସମାଲୋଚନା କରି ନୀତୀଶ କୁମାର ସରକାର ବିହାର ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ଲାଗି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। କେତେକ ଲୋକ ଜାତି ଓ ଧର୍ମ ନାଁରେ ବିଭାଜନ ସୃଷ୍ଟି କରୁଛନ୍ତି। ନୀତୀଶଙ୍କୁ ତାଙ୍କ ରାଜନୀତି ପାଇଁ ଲୋକେ ବିଶ୍ୱାସକୁ ନେବେ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି ନେତା କହିଛନ୍ତି। ଅନ୍ୟପକ୍ଷରେ ଜାତୀୟସ୍ତରରେ ଅନୁରୂପ ଜାତି ସର୍ଭେ ରିପୋର୍ଟ ଆସିବା ଆବଶ୍ୟକ ବୋଲି ଇଣ୍ଡିଆ ମେଣ୍ଟରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି କହିଛି। କେନ୍ଦ୍ର ସରକାର ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କୁ ନ୍ୟାୟ ଦେବାକୁ ଚାହୁଁଥିଲେ ଜାତି ଜନଗଣନା କରନ୍ତୁ ବୋଲି ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି। କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଜାତି ଜନଗଣନା କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଛନ୍ତି।
ଜାତି ଜନଗଣନା ରିପୋର୍ଟ ପ୍ରକାଶ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଉପରେ ଆଲୋଚନା ପାଇଁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସମ୍ପର୍କରେ ସେ ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କ ସହ ସବିଶେଷ ଆଲୋଚନା କରିବା ସହ ଆଗକୁ କ’ଣ ପଦକ୍ଷେପ ନେବା ଆବଶ୍ୟକ ମତାମତ ଲୋଡ଼ିବେ। ରାଜ୍ୟର ସମସ୍ତ ୯ଟି ଯାକ ଦଳ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଜାତିଗତ ସର୍ଭେ ଫଳାଫଳରୁ ରାଜ୍ୟର ପ୍ରତ୍ୟେକ ପରିବାରର ଆର୍ଥତ୍କ ସ୍ଥିତି ଜଣାପଡ଼ିଛି। ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ନୀତୀଶ ଗଣମାଧ୍ୟମକୁ କହିଛନ୍ତି। ବିହାର ଜାତିଗତ ସର୍ଭେ ଫଳାଫଳ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଚ୍ୟାଲେଞ୍ଜ କରାଯାଇପାରିବ। ଏହା ୯୦ ଦଶକର ମଣ୍ଡଳ ରାଜନୀତିରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବ ବୋଲି ସମୀକ୍ଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri