ଅପହରଣ କରାଯାଇଛି କହି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଡେଲିଭରି ବୟ: ସ୍ତ୍ରୀଙ୍କୁ ଛାଡ଼ି ପ୍ରେମିକାଙ୍କୁ ନେଇ ଫେରାର

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀରେ ଡେଲିଭରି ବୟ ପତିତପାବନ ପୃଷ୍ଟିଙ୍କ ଅପହରଣକୁ ନେଇ ଚହଳ ପଡ଼ିଥିଲା । ସ୍ତ୍ରୀକୁ ଶେଷଥର ମୋତେ ଡର ଲାଗୁଛି,ପଛରେ କିଛି ମଦୁଆ ମୋ ଗାଡ଼ିକୁ ପିଛା କରୁଛନ୍ତି, ମୋ ଗାଡ଼ି ଖରାପ ହୋଇଯାଇଛି ବୋଲି କହିଥିଲେ । ପରେ ତାଙ୍କୁ ଅପହରଣ କରାଯାଇଥିବା ଏକ ଭଏସ ମେସେଜ ସ୍ତ୍ରୀକୁ ପଠାଇଥିଲେ। ସ୍ତ୍ରୀ ଏନେଇ ଧଉଳି ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ, ମନିପର୍ସ ଓ ଗଞ୍ଜି ମିଳିଥିଲା। ଯାହାକୁ ନେଇ ମନରେ ଭୟ ସୃଷ୍ଟି ହେବା ସହ ସନ୍ଦେହ ବଢ଼ିଥିଲା। ଘଟଣାକୁ ନେଇ ରାଜଧାନୀରେ ଡେଲିଭରି ବୟ ଅସୁରକ୍ଷିତ ନେଇ ଚର୍ଚ୍ଚା ହୋଇଥିଲା।
ଏବେ କିନ୍ତୁ କାହାଣୀ ନୂଆ ମୋଡ଼ ନେଇଛି। ବିବାହିତ ଥାଇ ବି ପୁଣି ଥରେ ରୋମାନ୍ସରେ ମାତିଥିଲେ ଡେଲିଭରି ବୟ ପତିତପାବନ। ସ୍ତ୍ରୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ସେ ରଚିଥିଲେ ସୁଚିନ୍ତିତ ଷଡଯନ୍ତ୍ର । ହେଲେ ଅଧା ବାଟରେ ସବୁ ଫସର ଫାଟିଗଲା। ବର୍ତ୍ତମାନ ଡେଲିଭରି ବୟ ପ୍ରେମିକା ସହ ମଧ୍ୟପ୍ରଦେଶରୁ ଠାବ ହୋଇଛନ୍ତି। ସେଠାକାର ପୋଲିସ ଉଭୟଙ୍କୁ ଅଟକ ରଖିଥିବା ବେଳେ ଓଡ଼ିଶାର ପୁଲିସ ଟିମ୍‌ ସେମାନଙ୍କୁ ଆଣିବାକୁ ମଧ୍ୟପ୍ରଦେଶ ଯିବ ବୋଲି ଜଣାପଡ଼ିଛି। ପତିତପାବନ ଅପହରଣ ମାମଲାରେ ଏପରି ନୂଆ ଟ୍ବିଷ୍ଟ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି ।
ଗତ ଶନିବାର ରାତିରୁ ପତିତପାବନ ଅପହରଣ ଡ୍ରାମା ପରେ ରବିବାର ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନିଖୋଜ ହୋଇ ଯାଇଥିଲେ। ଏନେଇ ଗୋପ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିସହ ପତିତପାବନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।
ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ଘର ନିକଟରେ ପତିତପାବନଙ୍କ ସମ୍ପର୍କୀୟ ମାଉସୀ ଘର। ତେଣୁ ସେ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ବେଳେ ସେମାନଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏପରିକି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮ ମାସ ତଳେ ସେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ପୂର୍ବ ପରି ଥିଲା। ହେଲେ ଗତ ରବିବାର ରାତିରେ ଝିଅ ନିଖୋଜ ହୋଇ ଯାଇଥିବା ବେଳେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ସେଥିରେ ସେ ପତିତପାବନଙ୍କୁ ଭଲ ପାଉଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଲେ।
ଅନ୍ୟପଟେ ଏକ ଗ୍ୟାରେଜ କରିବା ନିମନ୍ତେ ଗତ ଶନିବାର ପତିତପାବନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ପରେ ରାତିରେ ସ୍ତ୍ରୀଙ୍କୁ ଭଏସ ମେସେଜ ପଠାଇ ତାଙ୍କୁ କେହି ଛୁରି ଦେଖାଇ ନେଇ ଯାଉଥିବା ଜଣାଇଥିଲେ। ଏ ନେଇ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri