ଓଡ଼ିଶାକୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶା ପକ୍ଷରୁ ଆମକୁ ଯଥେଷ୍ଟ ଅକ୍ସିଜେନ ମିଳିଛି । ଓଡ଼ିଶାରୁ ବିମାନ ଯୋଗେ ଅକ୍ସିଜେନ ଆସୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ।
ସେହିପରି ଦିଲ୍ଲୀ ଅକ୍ସିଜେନ କୋଟା ୪୮୦ ଟନ୍‌ ବୃଦ୍ଧି ପାଇଁ କେଜରିଓ୍ବାଲ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ କେଜରିଓ୍ବାଲ ନିବେଦନ କରିଛନ୍ତି।