ଆମେରିକାର ପରାଜୟ, ପାକିସ୍ତାନର ବିଜୟ

ଆମେରିକା ଓ ନାଟୋ ସୈନ୍ୟ ଆଫଗାନିସ୍ତାନରୁ ଅପସରି ଯିବା ପରେ ସେଠାରେ ନିର୍ଦ୍ୱନ୍ଦ୍ୱରେ ସରକାର ଗଠନ କରିବ ବୋଲି ତାଲିବାନ୍‌ ଧରିନେଇଥିଲା। ସମଗ୍ର ପୃଥିବୀ ମଧ୍ୟ ଭାବିଥିଲା ଯେ, ତାଲିବାନ୍‌ର ଶାସନ ଏକତରଫା ହୋଇଚାଲିବ। କିନ୍ତୁ ଏବେ ଭିନ୍ନ ଚିତ୍ର ପଦାକୁ ଆସିଲାଣି। ୪ ସେପ୍ଟେମ୍ବରରେ ତାଲିବାନ୍‌ ସହପ୍ରତିଷ୍ଠାତା ତଥା ପଲିଟିକାଲ ଅଫିସ୍‌ ମୁଖ୍ୟ ମୁଲ୍ଲା ଅବଦୁଲ୍‌ ଗନି ବରାଦର ରାଷ୍ଟ୍ରପତି ହେବେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ସରକାର ଗଠନ କେବେ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଯାଇଛି। କାରଣ ଇତିମଧ୍ୟରେ ପାକିସ୍ତାନ ସମର୍ଥିତ ହକ୍କାନି ନେଟ୍‌ଓ୍ବର୍କ ଭାବୀ ରାଷ୍ଟ୍ରପତି ବରାଦରଙ୍କୁ ଗୁଳି କରିଥିବା ପଞ୍ଜଶିର୍‌ ଅବ୍‌ଜର୍ଭର ଓ୍ବେବସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ) ଛତ୍ରଛାୟା ତଳେ ପରିଚାଳିତ ହକ୍କାନି ବରାଦରଙ୍କ କ୍ଷମତା ଆରୋହଣକୁ ବିରୋଧ କରିଛି। ହକ୍କାନିର ଇଚ୍ଛା ଆଫଗାନିସ୍ତାନର ଶାସନ କ୍ଷେତ୍ରରେ ତାକୁ ବଡ଼ ଅଂଶ ମିଳୁ। ଓଡ଼ିଆରେ ଢଗ ଅଛି-‘ଘରେ ନ ପଶୁଣୁ ଚାଳ ବାଜିବା।’ ଆଫଗାନିସ୍ତାନରେ କେଉଁ ପ୍ରକାରର ସରକାର ଗଠନ ହେବ ତାହା ସ୍ଥିର ହେବା ପୂର୍ବରୁ ସର୍ବୋଚ୍ଚ ନେତାମାନଙ୍କ ମଧ୍ୟରେ ଗୁଳି ଫୁଟିଲାଣି।
ଇତିହାସକୁ ଦେଖିଲେ ବିଭିନ୍ନ ସମୟରେ ସମଗ୍ର ପୃଥିବୀରେ ସବୁଠାରୁ ବଡ଼ ସାମରିକ ଶକ୍ତି ଭାବେ ପରିଚିତ ହେଉଥିବା ଦେଶ ଆଫଗାନିସ୍ତାନ ମାଟିରେ ଘୋର ପରାଜୟ ଚାଖିଛି। ଊନବିଂଶ ଶତାବ୍ଦୀରେ ବିଶ୍ୱ ଶକ୍ତି ଭାବେ ପରିଚିତ ବ୍ରିଟେନ ସେଠାରେ ଯୁଦ୍ଧ ଲଢ଼ି ପରାଜିତ ହୋଇଥିଲା। ବିଂଶ ଶତାବ୍ଦୀରେ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ଦୀର୍ଘବର୍ଷ ଆଫଗାନିସ୍ତାନରେ ଯୁଦ୍ଧ କରି ହାରିଯାଇଥିଲା। ଏକବିଂଶ ଶତାବ୍ଦୀର ଆରମ୍ଭରୁ ଅର୍ଥାତ୍‌ ୨୦୦୧ ମସିହାରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋର ସିଧାସଳଖ ସାମରିକ ହସ୍ତକ୍ଷେପ ଏବଂ ଦୀର୍ଘ ଦୁଇ ଦଶନ୍ଧି ଧରି ଯୁଦ୍ଧ ଲଢ଼ିବା ସତ୍ତ୍ୱେ ମିିଳିତ ପାଶ୍ଚାତ୍ୟ ଦେଶଗୁଡ଼ିକର ସେନା ପୁନର୍ବାର ୨୦୨୧ ଅଗଷ୍ଟ ୧୫ ତାରିଖରେ ଜୀବନବିକଳରେ ଆଫଗାନିସ୍ତାନ ଛାଡ଼ି ପଳାଇଲା। ଏହାପରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନ ଦଖଲ କରି କ୍ଷମତା ଜାବୁଡ଼ି ଧରିବାକୁ ଅଣ୍ଟା ଭିଡ଼ିଛି। ନିଜ ଦେଶର ନାଗରିକ ଓ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଭାବମୂର୍ତ୍ତି ନିର୍ମଳ ରଖିବାକୁ ଚାହିଁ କେତେକ ଉଦାରବାଦୀ ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲା। ମହିଳାମାନଙ୍କ ପ୍ରତି ତାଲିବାନ୍‌ର ସମ୍ମାନ ରହିଛି ବୋଲି ମଧ୍ୟ କହିଥିଲା। କିନ୍ତୁ ଆଫଗାନିସ୍ତାନ ଦଖଲ କରୁ କରୁ ମହିଳାଙ୍କ ଉପରେ ଯେଭଳି ଅକଥନୀୟ ଅତ୍ୟାଚାର କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଦୃଶ୍ୟମାନ ହେଉଛି ସେଥିରୁ ତାଲିବାନ୍‌ର କଥା ଓ କାର୍ଯ୍ୟ ମଧ୍ୟରେ ଫରକ୍‌ ରହିଥିବା ବାରିହୋଇ ପଡ଼ୁଛି । ଏକ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ଯେତେବେଳେ ଏକ ଉଗ୍ରପନ୍ଥୀ ଗୋଷ୍ଠୀ ଦେଶକୁ କବଳିତ କରୁଛି, ତା’ଠାରୁ ସୁଶାସନ ସହଜରେ ମିଳିବ ବୋଲି ଆଶା କରିବା ବୃଥା। କାରଣ ମୌଳବାଦୀ ଚିନ୍ତାଧାରା ପୋଷଣ କରୁଥିବା ଦଳ ବା ବ୍ୟକ୍ତି କଦାପି ନାଗରିକଙ୍କୁ ସୁଶାସନ ଦେଇପାରି ନ ଥାଏ। ଆଉ ଏକ ବିଷୟ ଯାହା ଆଫଗାନିସ୍ତାନ ଭଳି ଏକ ସୁନ୍ଦର ଦେଶକୁ ନଷ୍ଟ କରିବାକୁ ଯାଉଛି ତାହା ହେଲା ଆତଙ୍କବାଦୀ ଓ ଉଗ୍ରବାଦୀଙ୍କ ମେଳି। ଜନସାଧାରଣଙ୍କୁ ଡରେଇ, ରକ୍ତପାତ କରି ସେମାନଙ୍କୁ ବଶତା ସ୍ବୀକାର କରିବାକୁ ଯାଇ ତାଲିବାନ୍‌ ଅନେକାଂଶରେ ସଫଳ ହୋଇଥିବା ଦେଖିବା ପରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌), ହକ୍କାନି ନେଟ୍‌ଓ୍ବର୍କ, ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଓ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ତାଲିବାନ୍‌ ସରକାରରେ ସେମାନଙ୍କ ଯୋଗଦାନ ରହିବା ଦରକାର ବୋଲି ଭାବିନେଲେଣି। ଏବେ ତାଲିବାନ୍‌ ଓ ହକ୍କାନି ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବା ସକାଶେ ପାକିସ୍ତାନ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ୍‌ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପହଞ୍ଚତ୍ ମଧ୍ୟସ୍ଥତା କାର୍ଯ୍ୟରେ ଲାଗିଛନ୍ତି।
ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ, ମୁଲ୍ଲା ବରାଦରଙ୍କୁ ଚିକିତ୍ସା ପାଇଁ ପାକିସ୍ତାନ ନିଆଯାଇଛି। କାବୁଲରେ ସ୍ଥିତି ଅସମ୍ଭାଳ ହେବାର ଖବର ପ୍ରକାଶ ପାଇବା ପରେ ଆଇଏସ୍‌ଆଇ ମୁଖ୍ୟ ହମିଦ ଆଫଗାନିସ୍ତାନରେ ପହଞ୍ଚି ମିଳାମିଶାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଦୁଇଟି ଖବରକୁ ଏକସଙ୍ଗେ ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଆଗାମୀ ସମୟରେ ଆଫଗାନିସ୍ତାନ ସରକାର ଯିଏବି ଗଠନ କଲେ ମଧ୍ୟ ତା’ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ କବଳରେ ରହିବ। ସମ୍ଭବତଃ ସେଥିପାଇଁ ଉଭୟ ଚାଇନା ଓ ରୁଷିଆ ଭଳି ବୃହତ୍‌ ସୀମାନ୍ତ ଦେଶଦୁହଁିଙ୍କର ଆଫଗାନିସ୍ତାନ ସହ ସୁସମ୍ପର୍କ ରକ୍ଷା କରିବା ପାଇଁ ପାକିସ୍ତାନ ଏକମାତ୍ର ମାଧ୍ୟମ ସାଜିଛି। ଏଥିରୁ ଆଇଏସ୍‌ଆଇର ଅନ୍ତର୍ଜାତୀୟ ପ୍ରଭାବକୁ ଏବେ ବିଶ୍ୱ ସ୍ବୀକାର କରିବାକୁ ବାଧ୍ୟ ହେଉଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୁର୍ବଳ ସତ୍ତ୍ୱେ ପାକିସ୍ତାନର ସାମରିକ ରାଜନୀତି ଓ ଗୋଇନ୍ଦା ପ୍ରଭାବ ଖୁବ୍‌ ଶକ୍ତିଶାଳୀ ଅଛି ବୋଲି ଆଫଗାନିସ୍ତାନ ବ୍ୟାପାରରୁ ପ୍ରମାଣ ମିଳୁଛି। ଆଫଗାନିସ୍ତାନ ସମ୍ପର୍କିତ ଖବର ପଢ଼ିଲେ ସବୁ ବଡ଼ ଦେଶର ବହିର୍ବ୍ୟାପାର ମନ୍ତ୍ରୀମାନେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବା ଏବଂ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ୍‌ଙ୍କୁ ଭେଟି ଗୁହାରି କରୁଛନ୍ତି। ଆଫଗାନିସ୍ତାନରେ ଆମେରିକାର ପରାଜୟ, ପାକିସ୍ତାନର ବିଜୟରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri