ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହରିଣକୁ ଦେଖିବାକୁ ମିଳୁଛି। ହାରିଣଟି ତା ଜୀବନ ନେଇ ଦୌଡ଼ୁଛି। ତାହାକୁ ଦେଖିଲେ ଏପରି ଲାଗୁଛି ଯେପରି ସେ ପବନରେ ଉଡୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Strength without agility is a mere mass. pic.twitter.com/3ll3kxzu7x
— Susanta Nanda IFS (@susantananda3) August 28, 2021