ଅକାଳରେ ମରୁଛନ୍ତି ବନ୍ୟପ୍ରାଣୀ

କେନ୍ଦୁଝର,୨ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ  ଅନ୍ତର୍ଗତ ଘଟଗାଁଠାରୁ ପ୍ରାୟ ୧୦ କି.ମି. ଦୂର ଅଟେଇ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୨୦ରେ ବୁଧବାର ଭୋର୍‌ ସମୟରେ ରାସ୍ତା ଅତିକ୍ରମ ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ୪/୫ ବର୍ଷ ବୟସ୍କା ଚିତ୍ରା ହରିଣର ମୃତ୍ୟୁ ହୋଇଛି। ବନ ବିଭାଗ ହରିଣର ବ୍ୟବଚ୍ଛେଦ କରାଇ ଶିଙ୍ଗକୁ ରଖି ମୃତଦେହ ପୋତି ଦେଇଛନ୍ତି। ଦୁର୍ଘଟଣା ସ୍ଥଳ ନିକଟରେ ବନ୍ୟପ୍ରାଣୀମାନଙ୍କ ଯାତାୟତ ପାଇଁ ଏକ ଅଣ୍ଡରପାସ ରହିଛି। ତେବେ ହରିଣଟି ଅଣ୍ଡର ପାସରେ ରାସ୍ତା ପାର ନ ହୋଇ ରାସ୍ତା ଉପରେ ପାର ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏ ନେଇ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡି କହିଛନ୍ତି ଯେ, ହରିଣଟି ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଛି। ଜଙ୍ଗଲରେ ନିଅଁା ଲାଗିବା କାରଣରୁ କିମ୍ବା ପାଣି ପାଇଁ ବନ୍ୟପ୍ରାଣୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଇଥାନ୍ତି। ଉକ୍ତ ଅଟେଇ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜଣା ପଡ଼ିଥିବାରୁ ତାହାର ଗତି ବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି। ହାତୀ ଭଳି ବାଘକୁ ଘଉଡା ଯାଇ ପାରିବନାହିଁ। ଏଣୁ ରାସ୍ତା ପାର୍‌ ହୋଇ ଅନ୍ୟ ଅଞ୍ଚଳକୁ ଯିବା ସମ୍ଭାବନା ଥିବାରୁ ଏଥି ପ୍ରତି ବନ ବିଭାଗ ସତର୍କ ଦୃଷ୍ଟି ଦେବାକୁ ଦାବି ହେଉଛି।

ରାଜପଥନଂ.୨୦ର ପାର୍ଶ୍ୱରେ ଅଟେଇ ସଂରକ୍ଷିତ ଜଙ୍ଗଲ,ବାଲିବନ୍ଧ ସଂରକ୍ଷିତ ଜଙ୍ଗଲ, ଟାଙ୍ଗରାଣୀ ସଂରକ୍ଷିତ ଜଙ୍ଗଲ, ନରଣପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ ରାସ୍ତା କାମ ୪ଲେନ ହେବା ପରେ ରାତି ସମୟରେ ରାସ୍ତା ଅତିକ୍ରମ ହେଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣା ପରିବେଶବିତ ମହଲରେ ଉଦ୍‌ବେଗର କାରଣ ହୋଇଛି। ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ ବାଧା ନ ଉପୁଜିବା ପାଇଁ ଜଙ୍ଗଲର ମଧ୍ୟ ଭାଗରେ ଆନିମଲ ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି। ବନ୍ୟପ୍ରାଣୀମାନେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ କିଭଳି ଯିବେ ତାହା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ଐତିହ୍ୟ ପ୍ରାଣୀ ହାତୀ ମଧ୍ୟ ରହିଛନ୍ତି। କେବଳ ହାତୀ ନୁହେଁ ବାଘ,ଭାଲୁ,ହରିଣ,କୁଟାରୀ,ବାର୍‌ହା,ଝିଙ୍କ ଆଦି ଏହି ଅଞ୍ଚଳରେ ରାସ୍ତା ପାର ହୋଇ ଯାତାୟତ କରୁଛନ୍ତି । ଏଥିପ୍ରତି ବନବିଭାଗ ସ୍ବତନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri