ଗେମ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର

ବାହାନଗା,୧୯ା୬: ମୋବାଇଲରେ ଗେମ୍‌ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ନାବାଳକ ଶନିବାର ଘରେ ମୋବାଇଲରେ ଗେମ୍‌ ଖେଳୁଥିଲେ। ହେଲେ ତାଙ୍କର ମା’ ପାଠ ପଢିବାକୁ ତାଙ୍କୁ ତାଗିଦ୍‌ କରିଥିଲେ। ଏଥିରେ ସେ ରାଗିଯାଇ ଶୋଇବା ଘର ଭିତରେ ଫ୍ୟାନରେ ରଶି ଲଗାଇ ଆମତ୍ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନାବାଳକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ।