ଝୁଲିଲା ରୁପା ଛାଉଣି ଡିଜାଇନ୍‌ ନିଷ୍ପତ୍ତି

ପୁରୀ ଅଫିସ, ୧୦।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଦ୍ୱାରଗୁଡ଼ିକର କବାଟକୁ ରୁପା ଛାଉଣି କରାଯିବ। ଏଥିପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକ ସୋମବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଥିଲା। ତଥାପି ନିଷ୍ପତ୍ତି ଝୁଲି ରହିଲା। ମଙ୍ଗଳବାର କମିଟି ସଦସ୍ୟ ଶିଳ୍ପୀ ଗ୍ରାମ ରଘୁରାଜପୁର ଗସ୍ତ କରିବେ। ଆବଶ୍ୟକ ପଡ଼ିଲେ କଟକ ମଧ୍ୟ ଯିବେ। ସେଠାରେ ବିଭିନ୍ନ ପ୍ରକାର ଡିଜାଇନ ଦେଖିବା ପରେ ଆସନ୍ତା ୧୯ ତାରିଖ ବୈଠକରେ ଆଲୋଚନା ହେବ। କଳିଙ୍ଗ କଳା, ସ୍ଥାପତ୍ୟ ଶୈଳୀରେ ଡିଜାଇନ କରାଯିବା ଲାଗି ସହମତି ପ୍ରକାଶ ପାଇଛି।
ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପା ଛାଉଣି ଲାଗି ଜଣେ ଭକ୍ତ ଆଗେଇ ଆସିଛନ୍ତି। ସମ୍ପୃକ୍ତ ଦାତାଙ୍କ ପକ୍ଷରୁ ବୈଠକରେ ଯୋଗଦେଇଥିବା ପ୍ରତିନିଧିମାନେ ରୁପା ଛାଉଣି ଲାଗି ବିଭିନ୍ନ ପ୍ରକାର ଡିଜାଇନ ଦେଖାଇଥିଲେ। ୨ଟି ଡିଜାଇନକୁ କେତେଜଣ ସଦସ୍ୟ ପସନ୍ଦ କରିଥିଲେ। କିନ୍ତୁ ସର୍ବସମ୍ମତ ଭାବେ ଏହା ଗ୍ରହଣ ଯୋଗ୍ୟ ହୋଇ ନ ଥିଲା। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆପତ୍ତି ଉଠାଇଥିଲେ। ଶ୍ରୀମନ୍ଦିରରେ ବାହାର କଳା, ଭାସ୍କର୍ଯ୍ୟ ସ୍ଥାନିତ ହୋଇପାରିବ ନାହିଁ। କେବଳ କଳିଙ୍ଗ କଳା, ସ୍ଥାପତ୍ୟ ଆଧାରରେ ଡିଜାଇନ କରାଯିବ ବୋଲି କହିଥିଲେ। ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଶିଳ୍ପୀ ଗ୍ରାମ ରଘୁରାଜପୁରରେ ଉତ୍କଳୀୟ କଳା ସଂସ୍କୃତିକୁ ଆଧାର କରି ମହାପ୍ରଭୁଙ୍କର ଅନେକ ପଟଚିତ୍ର ତିଆରି କରାଯାଉଥିବାରୁ ସେଠାକୁ କମିଟି ସଦସ୍ୟ ମଙ୍ଗଳବାର ଯିବେ। ବିଭିନ୍ନ ପ୍ରକାର ଡିଜାଇନ ଦେଖିବା ପରେ ଆସନ୍ତା ୧୯ ତାରିଖରେ ପୁଣି ବୈଠକ ବସିବ। ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଆବଶ୍ୟକ ପଡ଼ିଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରାମର୍ଶ ମଧ୍ୟ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ସେହିପରି ୮ଟି ଦ୍ୱାର ମଧ୍ୟରୁ ମୁଖ୍ୟ ମନ୍ଦିରର ଜୟ ବିଜୟ, କଳାହାଟ, ବେହେରଣ ଦ୍ୱାର ଗୋଟିଏ ଡିଜାଇନ ହେବ। ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ ଗୋଟିଏ ପ୍ରକାର ଡିଜାଇନ କରାଯିବ। ପାର୍ଶ୍ୱ ମନ୍ଦିର ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାର ଗୋଟିଏ ପ୍ରକାର ଡିଜାଇନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ପ୍ରଥମେ ୮ଟିଯାକ କବାଟ ବର୍ମାଟିକ୍‌ କାଠରେ ନୂତନ ଭାବେ ତିଆରି କରାଯାଇ ଏହା ଉପରେ ରୁପା ଛାଉଣି କରାଯିବ। ସୂଚନାଥାଉ କି, ଗତମାସ ୨୭ ତାରିଖରେ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ କବାଟ ତିଆରି, ରୁପା ରହିବା ପାଇଁ ଷ୍ଟ୍ରଙ୍ଗରୁମ୍‌, କାରିଗରଙ୍କ ରହଣି, କାମ ଅନୁଧ୍ୟାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲେ ମଧ୍ୟ ରୁପା ଛାଉଣି ଡିଜାଇନ ଚୂଡ଼ାନ୍ତ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri