ଋଣ ଭାର ୧.୧୨ ଲକ୍ଷ କୋଟି ଟପିବ

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ଏକ ଲକ୍ଷ ୧୨ ହଜାର କୋଟି ଟଙ୍କାକୁ ଟପିଯିବ। ଚଳିତ ବର୍ଷ ରାଜ୍ୟ ସରକାର ବିଭିନ୍ନ ଖର୍ଚ୍ଚ ତୁଲାଇବାକୁ ପ୍ରାୟ ୧୧ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୩ ମାର୍ଚ୍ଚ ୩୧ ବେଳକୁ ଏହା ୧,୧୨,୪୦୧ କୋଟି ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ତାହା ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠାରେ ବ୍ୟୟ କରୁଛନ୍ତି। ଋଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିନିଯୋଗ ହେଉଥିବା ଯୋଗୁ ସରକାର ଋଣ ପରିଶୋଧ କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ୁନାହାନ୍ତି। ଋଣ କରି ଯଦି ବ୍ୟୟରେ ବିନିଯୋଗ ହେଉଥାନ୍ତା, ତାହେଲେ ସରକାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା।
ମଧ୍ୟମ ମିଆଦୀ ଆକଳନ ଅନୁଯାୟୀ, ରାଜ୍ୟର ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଅନୁପାତରେ ମୋଟ ଋଣ ୨୦୨୫-୨୬ ଆର୍ଥିକ ବର୍ଷରେ ୧୮.୧ ପ୍ରତିଶତ ସ୍ତରରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଫିସ୍‌କାଲ ରେସ୍‌ପନ୍‌ସିବିଲିଟି ଆଣ୍ଡ୍‌ ବଜେଟ ମ୍ୟାନେଜ୍‌ମେଣ୍ଟ(ଏଫ୍‌ଆର୍‌ବିଏମ୍‌) ଆଇନ-୨୦୦୩ ଅନୁଯାୟୀ ଋଣଭାର ଜିଏସ୍‌ଡିପିର ୨୫ ପ୍ରତିଶତ ମଧ୍ୟରେ ରହିବା କଥା। ଏଫ୍‌ଆରବିଏମ୍‌ ଧାର୍ଯ୍ୟ କରିଥିବା ସୀମାରେଖା ମଧ୍ୟରେ ଋଣ ହେଉଥିବାରୁ କୌଣସି ସମସ୍ୟା ନାହିଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ଅଭିବୃଦ୍ଧି ଅଧିକ ହେଉଥିବା ଯୋଗୁ ସୁଧ ପୈଠ କ୍ଷେତ୍ରରେ କୌଣସି ସମସ୍ୟା ନାହିଁ। ରାଜ୍ୟର ରାଜସ୍ବ ଅଭିବୃଦ୍ଧିର ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି। ଦେଶ ଓ ରାଜ୍ୟର ଋଣଭାର ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଏ ଯେ, ଓଡ଼ିଶାର ଋଣଭାର ଜିଏସ୍‌ଡିପିର ୧୫.୮ ପ୍ରତିଶତ ଥିବାବେଳେ ଦେଶର ଋଣଭାର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ୬୧ ପ୍ରତିଶତରେ ପହଞ୍ଚତ୍ଲାଣି।
ଖୋଲା ବଜାରରୁ ଋଣ ନ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଖୋଲାବଜାର ଋଣ ପାଇଁ ସରକାରଙ୍କୁ ଉଚ୍ଚହାରରେ ସୁଧ ଦେବାକୁ ହୋଇଥାଏ। ତାହା ନ କରି ସ୍ବଳ୍ପ ସୁଧହାରରେ ବିଶ୍ୱ ବ୍ୟାଙ୍କ, ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି), ଇଣ୍ଟରନ୍ୟାଶନାଲ ଫଣ୍ଡ୍‌ ଫର୍‌ ଏଗ୍ରିକଲ୍‌ଚରାଲ୍‌ ଡେଭେଲପ୍‌ମେଣ୍ଟ, ଜାପାନ ଇଣ୍ଟରନ୍ୟାଶନାଲ କର୍ପୋରେଶନ ଏଜେନ୍ସି, ନାବାର୍ଡ, ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ପାଣ୍ଠି ଏବଂ କ୍ଷତିପୂରକ ବନୀକରଣ (କାମ୍ପା) ପାଣ୍ଠିରୁ ସରକାର ସ୍ବଳ୍ପ ସୁଧହାରରେ ଋଣ ନେଉଛନ୍ତି।
ସରକାର ଖୋଲା ବଜାରରୁ ଋଣ କରୁନାହାନ୍ତି। ୨୦୨୧-୨୨ ମଧ୍ୟରେ ଖୋଲାବଜାର ଋଣ ପରିମାଣ ଶୂନ ଥିବାବେଳେ ୨୦୨୨-୨୩ରେ ଏହା ସମାନ ସ୍ତରରେ ରହିବ। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ସରକାରୀ ସଂସ୍ଥା, ପୌରସଂସ୍ଥା ଏବଂ ସମବାୟ ଅନୁଷ୍ଠାନକୁ ମୋଟ୍‌ ୬,୧୪୦.୯୧ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେଇଛନ୍ତି। ଏହା ଜିଏସ୍‌ଡିପିର ୦.୯୬ ପ୍ରତିଶତ। ଏହି ଗ୍ୟାରେଣ୍ଟି ସରକାରଙ୍କ ଋଣଭାରର ଅଂଶ ନୁହେଁ। ଏହି ଋଣକୁ ଉପରୋକ୍ତ ସଂସ୍ଥା ପରିଶୋଧ କରିଥାନ୍ତି।
ସମସ୍ତ ଋଣ ସାମାଜିକ ଲାଭଦାୟକ ପୁଞ୍ଜି ପ୍ରକଳ୍ପରେ ବ୍ୟବହୃତ ହୋଇଛି, ଯାହା ଅର୍ଥନୈତିକ କାର୍ଯ୍ୟକଳାପ, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟବାସୀଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ପାଇଁ ସହାୟକ ହେଉଛି। ସେହି ଅନୁଯାୟୀ ଭଲ ପ୍ରକଳ୍ପ ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଅପେକ୍ଷାକୃତ କମ୍‌ ପରିମାଣର ଋଣ, ସ୍ବଳ୍ପ ସୁଧହାରରେ ଋଣ ସଂଗ୍ରହ ଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ,୨୦୦୯-୧୦ରେ ରାଜ୍ୟରେ ମୁଣ୍ଡ ପିଛା ଋଣ ୯୧୮୦ ଟଙ୍କା ଥିବା ବେଳେ ୧୦ ବର୍ଷ ପରେ ଅର୍ଥାତ୍‌ ୨୦୨୧-୨୨ରେ ଏହା ୨୩ ହଜାର ୫୨୪ ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri