କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ

ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ ପୋଡି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ବାଘଟି ଫାଶରେ ପଡିଥିବାରୁ ଶ୍ୱାସରୁଦ୍ଧ ଓ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାଘର ମୃତ୍ୟୁ ପାଇଁ ଦାୟୀ କିଏ ଏହାର ତଦନ୍ତ କରିବାକୁ ଡିଏଫ୍‌ଓ ଓ ବନବିଭାଗର ଇଣ୍ଟେଲିଜେନ୍ସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଘଟି କିପରି ଫାଶରେ ପଡିଲା, କିଏ ଫାଶ ବସାଇଥିଲା ଏସବୁ ଦିଗକୁ ନେଇ ତଦନ୍ତ ହେବ।
ବାଘର ମୃତଦେହକୁ ବୁଗୁଡା ପ୍ରାଣୀ ଚିକିତ୍ସା ଅଧିକାରୀ ଭଗବତୀ ପ୍ରସାଦ ଦାଶ ବ୍ୟବଛେଦ କରିଥିଲେ। ଫାଶରେ ଥିବା ଷ୍ଟିଲ୍‌ ତାର ଛାତିରେ ପଶି ଶ୍ୱାସରୁଦ୍ଧ ହୋଇ ବାଘର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଥିଲେ। ବାଘଟି ୧୦ ବର୍ଷର ଏକ ଅଣ୍ଡିରା କଲରାପତରିଆ ବୋଲି ସେ କହିଛନ୍ତି। ଏହାପରେ କାର୍ଯ୍ୟାଳୟ ମଧ୍ୟରେ ବାଘର ଦାହ କରାଯାଇଥିଲା। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫ୍‌ ପ୍ରଭାକର ନାୟକ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବନସୁରକ୍ଷା ସମିତି କର୍ମକର୍ତ୍ତା, ସରପଞ୍ଚ, ସମିତିସଭ୍ୟ ଏବଂ ବନକର୍ମଚାରୀଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟ ହୋଇଥିଲା।
ପ୍ରକାଶ ଯେ, ଗୁରୁବାର ସକାଳେ ବୁଗୁଡା ବ୍ଲକ ମାଣିତରା ରାସ୍ତା ବଡପଥର ନିକଟ କୁଣ୍ଡାଖାଇ ମୁଣ୍ଡିଆରେ ବାର୍‌ହା ଫାଶରେ ବାଘଟି ପଡିଯାଇଥିଲା। ବନାଞ୍ଚଳ ଅଧିକାରୀ ବେହେରାଙ୍କ ନେତୃତ୍ୱରେ ବନକର୍ମଚାରୀ ଓ ସ୍ଥାନୀୟ ଯୁବକ ତାକୁ କାବୁକରି କିରିଆମ୍ବା ଜଙ୍ଗଲକୁ ଛାଡିବାକୁ ନେବା ବେଳେ ସେଠାରେ ତାର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri