Posted inଭଦ୍ରକ

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବପୁର ବ୍ଲକ ବାଷଠୀ ଗ୍ରାମର ବିପିନ କୁମାର ବେହେରା(୩୦)। ଏହି ଦୁର୍ଘଟଣାରେ ବିପିନଙ୍କ ସହ ଥିବା ତାଙ୍କ ବନ୍ଧୁ ବ୍ରହ୍ମପୁରର ବାଲିଗଡ଼ ଗଁାର ମୁକେଶ କୁମାର ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ପାଇଁ ନିର୍ମାଣକାରୀ ସଂସ୍ଥାକୁ ଦାୟୀ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ।
ଅନୁଯାୟୀ, ସୋମବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ବିପିନଙ୍କ ବାପା ନବକିଶୋର ରବିବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବିପିନ ସେଠାରୁ ବାଇକ୍‌ରେ ବାସୁଦେବପୁର ଅଭିମୁଖେ ଆସୁଥିବା ବେଳେ ଉକ୍ତ ପୋଲ ନିକଟରେ ଭାରସାମ୍ୟ ହରାଇବା ଫଳରେ ଗାଡ଼ିଟି ତଳକୁ ଖସି ପଡ଼ିଥିଲା। ଫଳରେ ସେ ପୋଲ କଂକ୍ରିଟ ପିଲରରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରାସ୍ତା ନିର୍ମାଣକାରୀ ସଂସ୍ଥା ଦୀର୍ଘଦିନ ଧରି ଏହି ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ ନ ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ, କଂଗ୍ରେସ ନେତା ଅଶୋକ କୁମାର ଦାସ, କାଉନ୍‌ସିଲର ଭକ୍ତରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ଖିଲାର ପ୍ରମୁଖ ଉକ୍ତ ପୋଲଠାରେ ରାସ୍ତା ଅବରୋଧ କରିଥିଲେ। ପୋଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେମାନେ ଦାବି କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri