ଭିନ୍ନମୋଡ଼ ନେଉଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ମାମଲା

ରାଉରକେଲା,୧୩ା୧୦(ଦିନେଶ ମିଶ୍ର): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଭିନ୍ନମୋଡ ନେଉଛି। ସୁସ୍ମିତାଙ୍କ ଓକିଲ ବିସ୍ମୟ ଦାସଙ୍କ କହିବା ଅନୁଯାୟୀ, ସୁସ୍ମିତା ୨୦୨୦ ଫେବୃଆରୀ ୧୪ରେ ରାଜଗାଙ୍ଗପୁରରେ ବାସ କରୁଥିବା ଶୁସିଲ ଟୋପ୍ପଙ୍କୁ ଜିଏଲ ଚର୍ଚ୍ଚରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଶାରିରୀକ, ମାନସିକ ଅତ୍ୟାଚାର କରୁଥିଲେ। ଫଳରେ ସୁସ୍ମିତା ଗତ ବର୍ଷ ମେ’ ମାସରେ ରାଉରକେଲା ପରିବାର ଅଦାଲତରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଫାଇଲ କରିଥିଲେ। ସ୍ବାମୀ ଶୁସିଲଙ୍କ ଅତ୍ୟାଚାର ସହି ନ ପାରି ସୁସ୍ମିତା ବହୁ ଦିନ ଧରି ଅଲଗା ରହୁଥିଲେ। ଛାଡପତ୍ର ସମସ୍ୟାର ସମାଧାନ ହୋଇ ନ ଥିବାବେଳେ ହଠାତ ଗତ ମାସ୧୯ରେ ସୁସ୍ମିତାଙ୍କ ମୃତଦେହ ରାଉରକେଲା ସେନ୍ସରୀ ପାର୍କରେ ଥିବା ଏକ କୃତ୍ରିମ ପୋଖରୀରୁ ପୋଲିସ ଜବତ କରିଥିଲା। ସୁସ୍ମିତାଙ୍କ ମୃତ୍ୟୁ ଖବର ସହରର ବିଭିନ୍ନ ମହଲରେ ଖେଳିଯିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଯାଇଥିଲା। ଏଥିସହ ସୁସ୍ମିତାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗକାରୀଙ୍କୁ ଯଥାଶୀଘ୍ର ଗିରଫ ପାଇଁ ଦାବି କରାଯାଇଥିଲା। ଏହି ଘଟଣାକୁ ନେଇ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଉଚ୍ଚସ୍ତରୀୟ ତଦନ୍ତ ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଥିଲା। ଅନ୍ୟପକ୍ଷେ ସୁସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସେ ଆତ୍ମହତ୍ୟା କରିଥିବା ଦର୍ଶାଯାଇଥିଲା। ହେଲେ ତାଙ୍କ ପରିବାର ଲୋକେ ଏହାକୁ ସ୍ବୀକାର କରି ନ ଥିଲେ। ଏହାକୁ ନେଇ ମୃତ୍ୟୁ ମାମଲାର ତଦନ୍ତଙ୍କୁ ବ୍ୟାପକ କରାଯାଇଛି। ଏନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ବିଭିନ୍ନ ଦିଗରୁ ତଦନ୍ତ ବର୍ତ୍ତମାନ ଜାରି ରଖିଛୁ। ଏହି ତଦନ୍ତ ପ୍ରକ୍ରିୟାରେ ପୋଲିସ ତାଙ୍କ ସ୍ବାମୀ ଶୁସିଲଙ୍କ ସହ ପରିବାର ଲୋକଙ୍କୁ ମିଶାଇ ୧୪ ଜଣଙ୍କୁ ଜେରା କରି ସାରିଲାଣି ା ଆଗାମୀ ଦିନରେ ଉକ୍ତ ଘଟଣାର ତଦନ୍ତ ସରିବା ପରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଏସ୍‌ପି ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri