ଦିନକରେ ସରିଲା ଡଲଫିନ୍‌ ଗଣନା

ବ୍ରହ୍ମଗିରି,୧୮।୧(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍‌ୱାଡି ଡଲ୍‌ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ ଗୋଟିଏ ଦିନରେ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ଫଳାଫଳ ଅଘୋଷିତ ରହିଛି। ଇର୍‌ୱାଡି ଡଲ୍‌ଫିନ ପାଇଁ ଚିଲିକା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏହି ବିରଳ ଡଲ୍‌ଫିନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରତିବର୍ଷ ଏମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଗଣନା କରାଯାଉଛି। ରବିବାର ସକାଳ ୬ଟା ୩୦ରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଗଣନା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ଓୟୁଏଟିର ଛାତ୍ର ଓ ପରିବେଶବିତ୍‌ମାନେ ସାମିଲ ଥିଲେ। ଏମାନେ ୧୮ଟି ଦଳରେ ବିଭକ୍ତ ହୋଇ ଚିଲିକାର ନର୍ଦ୍ଦନ ସେକ୍ଟର, ସେଣ୍ଟ୍ରାଲ ସେକ୍ଟର ଓ ବାହ୍ୟ ନାଳି ଅଞ୍ଚଳକୁ ଯାଇ ଗଣନା କରିଥିଲେ। ଟ୍ରାନ୍ସେକ୍ଟ ସର୍ଭେ ମେଥଡ୍‌ରେ ଜିପିଏସ୍‌, ବାଇନା କୁଲାର, ରେଞ୍ଜ ଫାଇଣ୍ଡର ମାଧ୍ୟମରେ ଡଲ୍‌ଫିନର ଗତିବିଧି ଅନୁଧ୍ୟାନ କରାଯାଇ ଗଣନା ହୋଇଥିଲା। କିନ୍ତୁ ଘନକୁହୁଡି ଯୋଗୁ ଗଣନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଗଣନାକାରୀ ଦଳର ସଦସ୍ୟମାନେ କହିଛନ୍ତି। ବାଲୁଗାଁ ରେଞ୍ଜ୍‌ରୁ ୧୦ ଗଣନାକାରୀ ଦଳ ନର୍ଦ୍ଦନ ସେକ୍ଟର, ସେଣ୍ଟ୍ରାଲ ସେକ୍ଟର କାଳିଜାଇ, ନଳବଣ, ନଇରି ଆଦି ଅଞ୍ଚଳ ଓ ସାତପଡ଼ା ରେଞ୍ଜ୍‌ରୁ ୮ଟି ଦଳ ନର୍ଦ୍ଦନ ସେକ୍ଟରର ଗୋଟିଏ ଚ୍ୟାନେଲ ଓ ବାହ୍ୟ ଚିଲିକା ଅଞ୍ଚଳ ଯାଇ ଗଣନା କରିଥିଲେ। ସମସ୍ତ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ୨ଟି ରେଞ୍ଜର ଗଣତି ସଂଖ୍ୟାକୁ ମିଶାଇ ପରବର୍ତ୍ତୀ ସମୟରେ ଏହାର ଫଳାଫଳ ଘୋଷଣା କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି।
ଗତବର୍ଷ ଚିଲିକାରେ ଡଲଫିନ ସଂଖ୍ୟା ୧୫୬ ରହିଥିଲା। କିନ୍ତୁ ଶୁକ୍ରବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରେ ସର୍ବେକ୍ଷଣକାରୀ ଦଳ ସେହିଦିନ ଚିଲିକାରେ ୧୫୬ ଡଲ୍‌ଫିନ ଦେଖିଥିବା ରିପୋର୍ଟ ଦେଇଥିଲେ। ହେଲେ ରବିବାର ଗଣନା ସମୟରେ ଚିଲିକାରେ ଏହି ସଂଖ୍ୟ କେତେ ରହିଛି ଚୂଡ଼ାନ୍ତ ରିପୋର୍ଟ ଘୋଷଣା ପରେ ସ୍ପଷ୍ଟ ହେବ। ଏହି ଗଣନାକାରୀ ଦଳରେ ସିଡିଏର ଏସିଏଫ୍‌ ବିନୋଦ ଆଚାର୍ଯ୍ୟ, ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ମାଇକେଲ ପିଟର, ବିଶ୍ୱଜିତ ପରିଡ଼ା, ମନୋଜ ଦାସ, ମିନାକୁମାରୀ ନାୟକ, ରୋଟାରୀ ଶ୍ରୀକ୍ଷେତ୍ର ପୁରୀର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri