ଆରମ୍ଭ ହେଲା ଦେବତାଙ୍କ ଦିନ

ଡା.ଉମେଶ ଚନ୍ଦ୍ର ପାତ୍ର

ସଂସାରର ସବୁ ସଂସ୍କୃତିରେ ସୂର୍ଯ୍ୟଙ୍କୁ ଆଲୋକ ଓ ଶକ୍ତିର ଦେବତା ଭାବେ ଗ୍ରହଣ କରାଯାଏ। ଧର୍ମ ଓ ବିଜ୍ଞାନ ଉଭୟ ସୂର୍ଯ୍ୟଙ୍କ ମହତ୍ୱକୁ ସ୍ବୀକାର କରନ୍ତି। ମକର ସଂକ୍ରାନ୍ତିରେ ପ୍ରୟାଗର ତ୍ରିବେଣୀ ସଙ୍ଗମଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନକରି ଅନୁଚିତ୍‌ ଚିନ୍ତା ଛାଡ଼ି ସତ୍‌ମାର୍ଗରେ ଚାଲିବାର ସଂକଳ୍ପ ନିଅନ୍ତି। ବିଶ୍ୱାସ କରାଯାଏ, ଏହି ଦିନଠାରୁ ପୃଥିବୀର ସବୁ ତୀର୍ଥ ପ୍ରୟାଗ ଆସନ୍ତି। ଉତ୍ତରାୟଣ ସୂର୍ଯ୍ୟ ଆମକୁ ଦୃଢ଼ ସଂକଳ୍ପବାନ୍‌ ଓ କର୍ମଯୋଗୀ ହେବାର ପ୍ରେରଣା ଦିଅନ୍ତି। ଉତ୍ତରାୟଣଠାରୁ ସବୁ ଶୁଭକାର୍ଯ୍ୟ ଆରମ୍ଭ ହେବ। ଏ ବର୍ଷ ସୂର୍ଯ୍ୟ ଉତ୍ତରାୟଣ ହେବା ପରେ ଦେଶ ଦୁନିଆ ଉପରେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ପଡ଼ିବ। ଅଧିକାଂଶ ଶୁଭଫଳ ପ୍ରଦାନ କରିବ। ତେବେ ସରକାର, ପ୍ରଶାସନ ଏବଂ ଜନତା ମଧ୍ୟରେ ବିରୋଧ ବଢ଼ିବାରେ ସମ୍ଭାବନା ରହିଛି। ହିନ୍ଦୁ ଧର୍ମର ପ୍ରତ୍ୟେକ ପର୍ବ କୌଣସି ନା କୌଣସି ଦେବତାଙ୍କ ପାଇଁ ଉଦ୍ଦିଷ୍ଟ। ଉତ୍ତରାୟଣ ପର୍ବ ଅର୍ଥାତ୍‌ ମକର ସଂକ୍ରାନ୍ତି ସୂର୍ଯ୍ୟ ଉପାସନାର ପର୍ବ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ଯୋଗୁ ମନୁଷ୍ୟ ମନରେ ମଧ୍ୟ ପରିବର୍ତ୍ତନ ଆସେ। ସମସ୍ତେ ମିଳିମିଶି ରୁହନ୍ତୁ, ସମସ୍ତଙ୍କ ଜୀବିକା ନିର୍ବିଘ୍ନରେ ଚାଲୁ, ସମସ୍ତେ ଶକ୍ତିମାନ୍‌ ହୁଅନ୍ତୁ, ସତ୍‌କର୍ମରୁ ଆମକୁ ଶକ୍ତି ମିଳୁ- ଏହା ମକର ସଂକ୍ରାନ୍ତିର ସନ୍ଦେଶ।
ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ବସନ୍ତ ପର୍ବର ଉତ୍ସବ ଲୋହଡି ଉତ୍ତର-ଭାରତ ବିଶେଷକରି ପଞ୍ଜାବରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଦିନ ତାମିଲ ହିନ୍ଦୁମାନେ ପୋଙ୍ଗଲ ପର୍ବ ମନାନ୍ତି। ସମଗ୍ର ଦକ୍ଷିଣ ଭାରତୀୟଙ୍କ ପାଇଁ ଏହା ବଡ଼ ପର୍ବ। ଆସାମରେ ବିହୁ ଭାବରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଭାରତର ବିଭିନ୍ନ ପ୍ରଦେଶରେ ମକର ସଂକ୍ରାନ୍ତି, ଏହାର ପୂର୍ବ ଓ ପରଦିନରେ ନାନା ପର୍ବ ପାଳନ କରାଯାଏ। ସୂର୍ଯ୍ୟଙ୍କ ଗତି ସହ ସମ୍ପର୍କ ଥିବା ଯୋଗୁ ଏହି ପର୍ବ ଋତୁଚକ୍ର ଓ ଫସଲ ସହ ଜଡ଼ିତ। ସାରା ଭାରତରେ ଏହା ବିଭିନ୍ନ ରୂପରେ ମନାଯାଏ। ଦକ୍ଷିଣାୟନକୁ ଦେବତାମାନଙ୍କ ରାତି ଅର୍ଥାତ୍‌ ନକାରାତ୍ମକତା ଓ ଉତ୍ତରାୟଣକୁ ଦେବତାମାନଙ୍କ ଦିନ ଅର୍ଥାତ୍‌ ସକାରାତ୍ମକତାର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଅନ୍ୟ ଅର୍ଥରେ କୁହାଯାଇପାରେ ଦକ୍ଷିଣାୟନରେ ରାତି ସୁଖଦ ହୁଏ, ଉତ୍ତରାୟଣରେ ଦିନ ଭଲ ହୁଏ। ବୈଦିକ ଯୁଗରେ ଉତ୍ତରାୟଣକୁ ଦେବାୟନ ଓ ଦକ୍ଷିଣାୟନକୁ ପିତୃୟାନ କୁହାଯାଉଥିଲା। ବିଶ୍ୱାସ କରାଯାଏ ପୁଣ୍ୟବାନ୍‌ ଆତ୍ମାମାନେ ସ୍ବର୍ଗରେ ମଧ୍ୟ ଏହି ଦିନରେ ପ୍ରବେଶ କରନ୍ତି। ତେଣୁ ଏହା ଆଲୋକର ପର୍ବ। ମକର ସଂକ୍ରାନ୍ତି ଦିନସାରା ଦେଶରେ ଗୁଡ଼ିଉଡ଼ା ଆରମ୍ଭ କରାଯାଏ। ଭାରତୀୟ ସଂସ୍କୃତିରେ ପଞ୍ଚଦେବତାଙ୍କ ପୂଜାକୁ ଗୁରୁତ୍ୱ ଦିଆଯାଏ। ଶିବ, ବିଷ୍ଣୁ, ଗଣପତି, ଆଦ୍ୟାଶକ୍ତି ଓ ସୂର୍ଯ୍ୟ ଏହି ପଞ୍ଚଦେବତା। ପଞ୍ଚଦେବତାଙ୍କ ପୂଜା, ଉପାସନା, ଆରାଧନା ଓ ଜପ ଦ୍ୱାରା ସାଧକଙ୍କୁ ଲୌକିକ – ପରଲୌକିକ, ନୈତିକ – ଆଧ୍ୟାତ୍ମିକ ସମସ୍ତ ପ୍ରକାର ଲାଭ ମିଳେ। ମକର ସଂକ୍ରାନ୍ତିରେ ନୂତନ ସଂକଳ୍ପ ମଧ୍ୟ ନିଆଯାଏ। ମହାଭାରତ ଯୁଦ୍ଧ ପରେ ପିତାମହ ଭୀଷ୍ମ ଶରଶଯ୍ୟାରେ ରହି ୫୮ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ଅପେକ୍ଷା କରିଥିଲେ। ସୂର୍ଯ୍ୟ ଆତ୍ମଦେବର ପ୍ରତୀକ ଅର୍ଥାତ୍‌ ଆମ ଆତ୍ମାର ଯେଉଁ ଦେବତ୍ୱ ନିହିତ ଅଛି ତାହାର ପ୍ରତୀକ। ସୂର୍ଯ୍ୟ ଜ୍ଞାନଶକ୍ତି ଓ ତେଜର ପ୍ରତୀକ। ସେ ସାରା ସଂସାରକୁ ପ୍ରକାଶିତ କରନ୍ତି। ମକର ସଂକ୍ରାନ୍ତି ନିଜ ଭିତରେ ଏହି ଚେତନାକୁ ବିକଶିତ କରିବାର ପର୍ବ। ଆମ ଭିତରେ, ଆମ ଆତ୍ମାରେ ଯେଉଁ ସୂର୍ଯ୍ୟ ଅଛନ୍ତି, ତାଙ୍କ ତେଜ ପ୍ରଖର କରିବାର ଏହା ପର୍ବ। ସୂର୍ଯ୍ୟ ଯେମିତି ବାଦଲରେ ଢାଙ୍କି ହୋଇଯାଆନ୍ତି, ସେମିତି ଆମ ଆତ୍ମା ମଧ୍ୟ କାମ, କ୍ରୋଧ ଓ ଅହଂକାରରୂପୀ ବାଦଲରେ ଆଚ୍ଛାଦିତ ହୋଇ ରୁହେ। ସୂର୍ଯ୍ୟ ବାଦଲ ମଧ୍ୟରୁ ପୁନଃ ପ୍ରକାଶିତ ହେବାପରି ଆମେ ନିଜ ଆତ୍ମାର ତେଜ ବିକାଶ କରିବା ଉଚିତ। ଯେମିତି କି ନିରାଶଜନକଙ୍କ ମନରେ ମଧ୍ୟ ଉତ୍ସାହ ଓ ଆନନ୍ଦ ଭରିଯିବ। ତେଣୁ ମନକୁ ବିକାରମୁକ୍ତ କରିବା ପାଇଁ ଆମେ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ଉଚିତ।
ଭାରତୀୟ ପରମ୍ପରାର ମହାନ୍‌ ପର୍ବ ହେଉଛି ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ପୌଷମାସର ଏହି ସଂକ୍ରାନ୍ତି ତିଥିରେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରିଥାନ୍ତି। ଏଥିସହିତ ଦେବତାମାନଙ୍କ ଦିନ ଏବଂ ପିତୃପୁରୁଷଙ୍କ ରାତ୍ରି ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତି ପରଠାରୁ ସମସ୍ତ ପ୍ରକାରର ମାଙ୍ଗଳିକ କାର୍ଯ୍ୟ, ଯଜ୍ଞୋପବିତ, ବିବାହ ବ୍ରତ, ଗୃହ ପ୍ରବେଶ ଆଦି ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପୃଥିବୀବାସୀଙ୍କ ପାଇଁ ବରଦାନ ସଦୃଶ। ସମସ୍ତ ଦେବୀ ଦେବତା, ଯକ୍ଷ, ଗନ୍ଧର୍ବ, ନାଗ, କିନ୍ନର ଆଦି ଏହି ଅବଧିରେ ତୀର୍ଥରାଜ ପ୍ରୟାଗରେ ଏକତ୍ରିତ ହେବା ସହ ସଙ୍ଗମ ତଟରେ ସ୍ନାନ କରିଥାନ୍ତି। ଏହି ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କୁ ମୁକ୍ତି ମିଳିଥାଏ। ପ୍ରାତଃକାଳରୁ ଉଠି ସ୍ନାନ କରିବା ସହ ସୂର୍ଯ୍ୟଦେବଙ୍କ ପୂଜା କଲେ ମନୁଷ୍ୟର ସମସ୍ତ ଗ୍ରହଦୋଷ ଖଣ୍ଡିତ ହୋଇଥାଏ। ମକର ସଂକ୍ରାନ୍ତି ପର୍ବକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଥିଲେ ମଧ୍ୟ ସବୁଆଡ଼େ ଗୋଟିଏ ଉଦ୍ଦେଶ୍ୟ ନେଇ ଏହି ପର୍ବ ପାଳିତ ହୁଏ। ଆସାମର ଲୋକମାନେ ଏହି ଦିନକୁ ମାଘ ବିହୁ କୁହନ୍ତି। ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶରେ ମାଘି ନାମରେ ଏହି ପର୍ବ ପାଳିତ ହୁଏ। ସାରା ଦେଶରେ ଏହା ମକର ସଂକ୍ରାନ୍ତି ନାମରେ ପାଳିତ ହେଉଥିବାବେଳେ ଉତ୍ତରାଖଣ୍ଡ, ଗୁଜରାଟ ଓ ରାଜସ୍ଥାନରେ ଏହା ଉତ୍ତରାୟଣ ନାମରେ ପାଳନ କରାଯାଇଥାଏ। ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ନାମରେ ପ୍ରସିଦ୍ଧ। ତାମିଲ ନୂଆବର୍ଷ ପୋଙ୍ଗଲଠାରୁ ଆରମ୍ଭ ହୋଇଥାଏ। ଦେଶବ୍ୟାପୀ ଗୁଡ଼ିଉଡ଼ା ଉତ୍ସବ ମଧ୍ୟ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri