ତମାଖୁର ଭୟାବହତା

ଧୂମପାନ ହେଉ କି ତମାଖୁ ସେବନର ଭୟାବହତା ବିଷୟରେ ଆମକୁ ଚେତେଇ ଚାଲିବାରେ ଚିକିତ୍ସକମାନେ କୌଣସି ଊଣା କରିନାହାନ୍ତି। ଅଥଚ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ଏହି ପରାମର୍ଶକୁ ଏ କାନରେ ଶୁଣି ସେ କାନରେ ବାହାର କରିଦେଉଛନ୍ତି। କାହିଁକି ସେମାନେ ଟାଣି ଚାଲିଛନ୍ତି ପ୍ୟାକେଟ୍‌ ପ୍ୟାକେଟ ସିଗାରେଟ୍‌, କଠା କଠା ବିଡି ? କିଏ ପିକା ଟାଣୁଛି ତ କିଏ ଗୁଣ୍ଡିପାନ ଖାଉଛି। କିଏ ଗୁଟ୍‌ଖା ଖାଉଛି ତ କିଏ ଗୁଡାଖୁରେ ଦାନ୍ତ ଘଷୁଛି। ଆଉ କିଏ ଶୁଙ୍ଘୁଛି ନାସ। ଏସବୁର ମୁଖ୍ୟ ଉତ୍ପାଦନ ତମାଖୁ ଏବଂ ତମାଖୁ ବା ଧୂଅଁାପତ୍ରର ଗୋଟିଏ ବୋଲି ହିତକର ଗୁଣ ନାହିଁ। ତେବେ କାହିଁକି ସେମାନଙ୍କର ଏଭଳି ପାଗଳାମି ?
ଏହି ପରପ୍ରେକ୍ଷୀରେ ଦେଖିଲେ ତମାଖୁ ଏବଂ ଅନ୍ୟପ୍ରକାର ନିଶା ବ୍ୟବହାରକୁ ବର୍ଜନ କରିବା ନିମନ୍ତେ ଜନସଚେତନତା ଜାଗ୍ରତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ ୩୧ରେ ପାଳିତ ହେଉଛି ‘ବିଶ୍ୱ ତମାଖୁ ବର୍ଜନ ଦିବସ’ (ଓ୍ବାଲର୍‌ଡ ନୋ ଟବାକୋ ଡେ)। ଏହି ଦିବସରେ ତଥା ବର୍ଷସାରା ତମାଖୁର ଆସକ୍ତି ସୃଷ୍ଟିକାରୀ ଏବଂ କ୍ଷତିକାରୀ ପ୍ରକୃତି ସମ୍ବନ୍ଧରେ ଜନସାଧାରଣମାନଙ୍କୁ ସଚେତନ କରାଇବା ସଙ୍ଗେ ସଙ୍ଗେ ତମାଖୁ ବ୍ୟବହାରରେ କଟକଣା ଜାରି କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରହିବା ଦରକାର। ଚଳିତବର୍ଷର ତମାଖୁ ବର୍ଜନ ଦିବସର ଥିମ୍‌ ହେଉଛି ‘ତମାଖୁ ପରିବେଶ ପ୍ରତି ବିପଦ’।
ବାସ୍ତବରେ ତମାଖୁରେ ଥିବା ରାସାୟନିକ ଉପାଦାନମାନ ସେମାନଙ୍କର ମସ୍ତିଷ୍କକୁ ଏପରି ଆସକ୍ତ କରି ଦେଇଥାଆନ୍ତି ଯେ, ତମାଖୁ ପାଇବା ପାଇଁ ସେମାନଙ୍କର ମସ୍ତିଷ୍କ ଆକୁଳରେ ରଡି ଛାଡିଥାଏ। ସେମାନଙ୍କ ପାଇଁ ଧୂମପାନ ତଥା ତମାଖୁ ବ୍ୟବହାର ହୋଇପଡେ ଭୋକ କଲେ ଖାଇବା ପ୍ରକାରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ତମାଖୁ ନ ପାଇଲେ ସେମାନଙ୍କ ପାଇଁ ଏହା ଉପବାସ ରହିବା ଭଳି। ହେଲେ ଏଥିପାଇଁ ଧୂମପାନକାରୀମାନଙ୍କୁ ଯେ କି ମୂଲ୍ୟ ଦେବାକୁ ପଡୁଛି ସେମାନେ ତାହା ଜାଣି ମଧ୍ୟ ଅଜଣା ପରି ଆଚରଣ ଦେଖାଉଛନ୍ତି। ଫଳରେ ଏହାର କୁପରିଣାମ ସେମାନେ ଭୋଗୁଛନ୍ତି, ଭୋଗୁଛନ୍ତି ସେମାନଙ୍କର ପରିବାର ଏବଂ ଭୋଗୁଛି ସ୍ବାସ୍ଥ୍ୟ ବିଭାଗ।
ମଣିଷର ଅନ୍ୟାନ୍ୟ ଉଦ୍ଭାବନଗୁଡିକଠାରୁ ଧୂମପାନର ଉଦ୍ଭାବନ ଏକ ବ୍ୟତିକ୍ରମ। ମଣିଷ ଧୂମପାନ ଉଦ୍ଭାବନ କରିଥିଲା ଏକ ଅଶୁଭ ମୁହୂର୍ତ୍ତରେ। ସିଗାରେଟ୍‌ ଟାଣୁ୍‌ଥିବା ବ୍ୟକ୍ତି ଧୂଅଁା ଛାଡୁଥିବା ବେଳେ ସେମାନଙ୍କ ପାଖରେ ଠିଆ ହୋଇଥିବା ଲୋକଗୁଡାକ ବି ପାଲଟି ଯାଆନ୍ତି ପରୋକ୍ଷ ସିଗାରେଟ୍‌ ଟଣାଳି। ମାଆ ଗର୍ଭରେ ବଢ଼ୁଥିବା ଭ୍ରୂଣ, ସ୍କୁଲକୁ ଯାଉଥିବା ଶିଶୁ, ଯୁବତୀ, ବରିଷ୍ଠ ନାଗରିକ ଆଦି ସମସ୍ତଙ୍କ ପ୍ରତି ପରୋକ୍ଷ ଧୂମପାନ ଅତ୍ୟନ୍ତ ଆତଙ୍କର କାରଣ। କାରଣ ନିଜେ ସିଗାରେଟ୍‌ର ଧାର ନ ଧରି ସେମାନେ ଭୋଗିପାରନ୍ତି ସିଗାରେଟ୍‌ ଧୂଅଁାଜାତ ଫୁସଫୁସ କ୍ୟାନସର, ହୃଦରକ୍ତନଳୀ ରୋଗ, ଅଗ୍ନ୍ୟାଶୟ କ୍ୟାନସର, ଦୀର୍ଘକାଳୀନ ବ୍ରୋଙ୍କାଇଟିସ୍‌ ଇତ୍ୟାଦି।
ସିଗାରେଟ୍‌ ହେଉଛି ଏକମାତ୍ର ଖାଉଟି ଦ୍ରବ୍ୟ ଯାହା ଖାଉଟିକୁ ଖାଇଦିଏ। ଯେଉଁ ମୃତ୍ୟୁକୁ ସହଜରେ ନିବାରଣ କରାଯାଇପାରେ ସେହି ମୃତ୍ୟୁକୁ ସୁଗମ କରିଦେଉଛି ତମାଖୁ। ତାହା କବଳରେ ପଡି ପ୍ରତିବର୍ଷ ପୃଥିବୀର ୬୦ ଲକ୍ଷରୁ ଅଧିକ ଲୋକ ଅକାଳରେ ମୃତ୍ୟୁବରଣ କରିବାପାଇଁ ବାଧ୍ୟ ହେଉଛନ୍ତି। ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ, ତେବେ ୨୦୩୦ ମସିହା ବେଳକୁ ସେହି ହତଭାଗ୍ୟ ଅକାଳ ମୃତକମାନଙ୍କ ମଧ୍ୟରୁ ଅଶୀ ପ୍ରତିଶତ ହୋଇଥିବେ ଦରିଦ୍ର ଦେଶଗୁଡିକର ବାସିନ୍ଦା।
ଯଦି ନିବାରଣମୂଳକ ଆଶୁ ପଦକ୍ଷେପ ନିଆ ନ ଯାଏ, ତେବେ ଏଇ ଶତାଦ୍ଦୀ ଶେଷ ବେଳକୁ ତମାକୁ ହାତରେ ହତ ହୋଇଥିବେ ପୃ୍‌ଥିବୀର ଶହେକୋଟି କି ତାହାଠାରୁ ବେଶୀ ଲୋକ। ଆମ ଭାରତ ମଧ୍ୟ ଏ ଦିଗରୁ ଆଦୌ ସୁରକ୍ଷିତ ନୁହେଁ। ତମାଖୁ ମହାମାରୀ ଭାରତର ମଧ୍ୟ ଅନ୍ୟତମ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା। ୩୦-୬୯ ବର୍ଷ ବୟସ୍କ ଭାରତୀୟମାନଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଧୂମପାନ ସମ୍ବନ୍ଧିତ ବ୍ୟାଧିଗୁଡିକରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାଆନ୍ତି। ମହିଳମାନଙ୍କ ମଧ୍ୟରୁ ପାଖାପାଖି ୫୦ ଲକ୍ଷ ମହିଳା କୌଣସି ନା କୌଣସି ତମାଖୁଜାତ ଦ୍ରବ୍ୟ ବ୍ୟବହାର କରୁଥିବାର ଦେଖାଯାଉଛି। ସେମାନଙ୍କ ମଧ୍ୟରୁ ୯୦,୦୦୦ ମହିଳାଙ୍କ ମୃତ୍ୟୁ ହୋଇଥାଏ ଧୂମପାନ ଯୋଗୁ। ଭାରତରେ ପରିଲକ୍ଷିତ ହେଉଥିବା କ୍ୟାନ୍‌ସର ରୋଗୀମାନଙ୍କ ମଧ୍ୟରୁ ତମାଖୁ କ୍ୟାନ୍‌ସର ରୋଗୀ ବେଶି।
ତମାଖୁ ବ୍ୟବହାର କରିବା ନିମିତ୍ତ କୌଣସି ଆଇନଗତ ବାଧା ନାହିଁ। ଅଥଚ ନିୟମିତ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରୁ ଅଧାଅଧି ସଂଖ୍ୟକ ବ୍ୟବହାରକାରୀଙ୍କ ମୃତ୍ୟୁ ପାଇଁ ତମାଖୁ ହିଁ ଦାୟୀ। ଜଣେ ବ୍ୟକ୍ତି ଧୂମପାନ କଲେ ତାଙ୍କର ଫୁସଫୁସ୍‌ରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ର ମାତ୍ରା ବଢ଼ିଯାଏ। କାଳବିଳମ୍ବ ନ କରି ଏହି ବିଷାକ୍ତ ଗ୍ୟାସ୍‌ ଶୋଷିତ ହୋଇଯାଏ ରକ୍ତ ଭିତରକୁ। ରକ୍ତରେ ଏହାର ଉପସ୍ଥିତି ଯୋଗୁ ରକ୍ତର ଅକ୍ସିଜେନ ବହନକାରୀ କ୍ଷମତା ହ୍ରାଇ ପାଇଥାଏ। ଫଳରେ ଶରୀରର ଜୀବକୋଷଗୁଡିକୁ ଅକ୍ସିଜେନ୍‌ ଯୋଗାଇବା ନିମନ୍ତେ ହୃତ୍‌ପିଣ୍ଡକୁ କରିବା ପାଇଁ ପଡେ ଅଧିକ ପରିଶ୍ରମ।
ଫାଷ୍ଟ ହ୍ୟାଣ୍ଡ, ସେକେଣ୍ଡ ହ୍ୟାଣ୍ଡ, ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌ : କେହି ଜଣେ ସିଗାରେଟ୍‌ ଟାଣୁଥିବା ବେଳେ ତା’ ନିଜ ଫୁସଫୁସ ଭିତରକୁ ଯେଉଁ ସିଗାରେଟ୍‌ ଧୂଅଁା ପ୍ରବେଶ କରିଥାଏ, ସେହି ଧୂଅଁାକୁ କୁହାଯାଏ ‘ଫାଷ୍ଟ ହ୍ୟାଣ୍ଡ ସ୍ମୋକ୍‌’। ସେମାନେ ସିଗାରେଟ୍‌ ଟାଣି ଯେଉଁ ଧୂଅଁା ଛାଡନ୍ତି ସେହି ଧୂଅଁା ଟାଣି ସାରିବା ପରେ ଜଳି ଚାଲିଥିବା ସିଗାରେଟ୍‌ର ବାକି ଅଂଶର ଧୂଅଁା ବାୟୁରେ ମିଶି ଅନ୍ୟମାନଙ୍କ ଫୁସ୍‌ଫୁସ୍‌ ଭିତରକୁ ଗଲେ ତାହାକୁ କୁହାଯାଏ ‘ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌’। କିନ୍ତୁ ସେହି ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌ କେଶ, ଚର୍ମ, ପୋଷାକ, ଆସବାବପତ୍ର, ବିଛଣାଚଦର, ପରଦା, ଗାଲିଚା, କାନ୍ଥ, ଧୂଳିକଣା ତଥା ଯାନବାହନ ଉପରେ ଲାଗି ରହିଲେ ତାକୁ କୁହାଯାଏ ‘ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌’। ଏହି ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌ ମଧ୍ୟ ସ୍ବାସ୍ଥ୍ୟହାନି କରିବାର ଆଶଙ୍କା ରହିଛି।
ସୁତରାଂ ଧୂମପାନ କରୁ ନ ଥିବା ବ୍ୟକ୍ତିଙ୍କୁ ଥାର୍ଡ ହ୍ୟାଣ୍ଡ ସ୍ମୋକରୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ବାସଗୃହ, ଯାନବାହନ ତଥା ହୋଟେଲ ଆଦି ସର୍ବସାଧାରଣସ୍ଥଳଗୁଡିକୁ ଧୂମପାନମୁକ୍ତ ରଖିବା ଅପରିହାର୍ଯ୍ୟ।
ଧୂମପାନର କ୍ଷତିକାରୀ ପ୍ରଭାବ : ଜାଣି ରଖନ୍ତୁ ଯେ, ତମାଖୁ ଧୂଅଁାରେ ଥାଏ ୪୦୦୦ରୁ ଅଧିକ ସଂଖ୍ୟକ କ୍ଷତିକାରୀ ରାସାୟନିକ ଉପାଦାନ। ସେଗୁଡିକ ମଧ୍ୟରୁ ୬୦ ପାଖାପାଖି ଉପାଦାନରେ ରହିଛି କ୍ୟାନସର ସୃଷ୍ଟିକାରୀ ପ୍ରଭାବ। ଧୂମପାନ କଲେ ଯେଉଁସବୁ ସ୍ବାସ୍ଥ୍ୟହାନି ଘଟିଥାଏ ସେଗୁଡିକ ହେଲା-
ମସ୍ତିଷ୍କ ଓ ମାନସିକ ପ୍ରଭାବ : ଷ୍ଟ୍ରୋକ୍‌ ବା ବ୍ରେନ୍‌ ଆଟାକ୍‌, ଆସକ୍ତି ଓ ପ୍ରତ୍ୟାହାର ସମ୍ପର୍କିତ ଲକ୍ଷଣ, ମସ୍ତିଷ୍କରେ ରାସାୟନିକ ପରିବର୍ତ୍ତନ ଓ ଉତ୍କଣ୍ଠା ।
ନାକ : ଗନ୍ଧ ବାରିବା କ୍ଷମତା ହ୍ରାସ ।
ଦାନ୍ତ : ସ୍ବାଭାବିକ ରଙ୍ଗ ପରିବର୍ତ୍ତନ ଓ ଦାଗ, ଦାନ୍ତ ଉପରେ ଜମି ଯାଇଥିବା ପ୍ଲାକ୍‌ ଏବଂ ମାଢ଼ି ପ୍ରଦାହ ।
ପାଟି ଓ ଗଳା : ଓଠ, ପାଟି, ଗଳା ଓ ସ୍ବର ଯନ୍ତ୍ରରେ କ୍ୟାନ୍‌ସର ଏବଂ ସ୍ବାଦ ହ୍ରାସ ।
ଶ୍ୱାସକ୍ରିୟା ଓ ଫୁସଫୁସ୍‌ : ଫୁସଫୁସ୍‌ କ୍ୟାନସର, କାଶ, କଫ ଓ ଶ୍ୱାସ କଷ୍ଟ, ଦୀର୍ଘମକାଳୀନ ଫୁସଫୁସୀୟ ରୋଗ ଓ ଯକ୍ଷ୍ମା ରୋଗର ଜଟିଳତା ବୃଦ୍ଧି ।
ଯକୃତ୍‌ : ଯକୃତ୍‌ ବା ଲିଭର କ୍ୟାନସର।
କିଡ୍‌ନୀ ଓ ମୂତ୍ରାଶୟ : କିଡନୀ ଓ ମୂତ୍ରାଶୟ କ୍ୟାନସର।
ପୁରୁଷ ପ୍ରଜନନତନ୍ତ୍ର : ଶୁକ୍ରାଣୁଗୁଡିକର ଆକୃତିରେ ପରିବର୍ତ୍ତନ ଓ ଚଳନ କ୍ଷମତା ହ୍ରାସ, ବନ୍ଧ୍ୟାତ୍ୱ ଏବଂ କ୍ଳିବତ୍ୱ ।
ଚର୍ମ : କୁଞ୍ଚତ୍ତ ଚର୍ମ ଓ ଅକାଳ ବାର୍ଦ୍ଧକ୍ୟ ।
ଆଖି : ଯନ୍ତ୍ରଣା, ଲୁହ ଗଡିବା, ଅନ୍ଧତ୍ୱ, ମୋତିଆବିନ୍ଦୁ ବା କ୍ୟାଟରାକ୍ଟ ।
ହୃତ୍‌ପିଣ୍ଡ ବା ହାର୍ଟ : ହାର୍ଟ ଆଟାକ ଓ ହାର୍ଟ ବ୍ଲକ୍‌ ।
ଛାତି : ଖାଦ୍ୟବାହୀ ନଳୀ ବା ଏସୋଫାଗସର କ୍ୟାନ୍‌ସର ।
ପେଟ : ପାକସ୍ଥଳୀ ଓ ଗ୍ରହଣୀରେ ଘାଆ, ପାକସ୍ଥଳୀ, ଅଗ୍ନ୍ୟାଶୟ ଓ ବୃହଦନ୍ତ୍ରରେ କ୍ୟାନ୍‌ସର।
ହାଡ : ଅଷ୍ଟିସପୋରୋସିସ କ୍ୟାନ୍‌ସର ।
ମହିଳା ପ୍ରଜନନ ତନ୍ତ୍ର : ଯନ୍ତ୍ରଣାଦାୟକ ଋତୁସ୍ରାବ, ସର୍ଭିକ୍ସର କ୍ୟାନ୍‌ସର, ବନ୍ଧ୍ୟାତ୍ୱ, ଗର୍ଭଧାରଣରେ ବିଳମ୍ବ ।
ଇନସୁଲିନ୍‌ ଅଣନିର୍ଭରଶୀଳ : ଡାଇବେଟିସ ।
ପ୍ରତିରକ୍ଷାତନ୍ତ୍ର : ପ୍ରତିରକ୍ଷାତନ୍ତ୍ର ଦୁର୍ବଳ ।
ରକ୍ତ : ରକ୍ତ କ୍ୟାନସର ବା ଲିଭକେମିଆ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri