ଦୁର୍ଘଟଣାରେ ସାଇକେଲ ଚାଳକଙ୍କ ଜୀବନ ଗଲା

ଚୌଦ୍ୱାର,୨୦ା୭(ଆଶୁତୋଷ ଦାସ): ୫୫ନମ୍ବର ଜାତୀୟ ରାଜପଥ କଟକ ଜିଲା ଚୌଦ୍ୱାର ଧୂମାବତୀ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୌରପାଳିକା ୧୩ନମ୍ବର ଓ୍ବାର୍ଡ ପାଇକରାପୁର ଗ୍ରାମର ଅଲିଆ ନାୟକ (୭୬)। ଅଲିଆ ଆଜି ସକାଳୁ ନିଜ ଗ୍ରାମରୁ ସାଇକେଲରେ ଚୌଦ୍ୱାର ଆସୁଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ପଡ଼ି ଗୁରୁତର ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ୍‌ ଓ ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।