ସମୟର ଚକ୍ରବ୍ୟୁହ

ଜଚ୍ଚିଦାନନ୍ଦ ଦାଶ

ଦିନରାତି, ସୁଖଦୁଃଖ ପରି ଉତ୍ଥାନ ପତନ ସୃଷ୍ଟି ଓ ସମୟର ଏକ ବିଭବ। ଏକୁ ଏଡ଼ିବ ତେଢ଼ିବ ବା କିଏ? ସଂସ୍କୃତରେ ପ୍ରବାଦ ଅଛି- ”ଚକ୍ରବତ୍‌ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ“। ଆଜି ଯେ ରାଜେନ୍ଦ୍ରାସେନ କାଲି ସେ ଫକିର। ଏ ସମୟ ଚକ୍ରବୂ୍ୟହରେ କାହାର ବଡ଼ପଣ ବା ଦମ୍ଭ ରହିଛି ଯେ? ସମୟର ଚକ୍ର ଘୂରି ଚାଲିଛି। ସେଥିରେ ମଣିଷ ପଡ଼ି କେତେବେଳେ ଉତ୍ଥାନମୁଖୀ ହେଉଛି ତ ଆଉ କେତେବେଳେ ପତନୋନ୍ମୁଖୀ ହେଉଛି। ସମୟର ଚକ୍ରବୂ୍ୟହକୁ ହାତମୁଠାର ନିୟନ୍ତ୍ରଣରେ ରଖିବା ଏତେ ସହଜ ନୁହେଁ। ସମସ୍ତକୁ ପଛରେ ପକାଇ ମଣିଷ ବହୁ ଉଚ୍ଚକୁ ଉଠିଯାଇଛି ଏ କଥା ତା’ ଭାବନାକୁ ସଂକ୍ରମିତ ହେଲେ, ସମୟ ଏଇ ମଣିଷକୁ ଉପର ପାହାଚ ନ ଦେଖାଇ ତଳ ପାହାଚ ଦୃଶ୍ୟାବଲୋକନ କରାଇଥାଏ। ସମୟର ସ୍ରୋତ ଏଇଆ ଶିଖେଇଛି ଯେ, ନିଜର କାର୍ଯ୍ୟଦକ୍ଷତାକୁ ନେଇ ଜିଉଥିବା ଅଖଣ୍ଡ ବିଶ୍ୱାସ ତାକୁ ଆଗକୁ ଆଗକୁ ଅଗ୍ରସର ହେବାକୁ ଶକ୍ତି ଯୋଗାଇଥାଏ। ଆତ୍ମବିଶ୍ୱାସ ଦୁର୍ବଳ ହୋଇଗଲେ, ନିଜ ଭିତର ନିଷ୍ଠା ଓ ଦୃଢ଼ତା ସମୟକ୍ରମେ ନଷ୍ଟ ହୋଇଥାଏ। ଭଗବାନ୍‌ ଶ୍ରୀରାମଚନ୍ଦ୍ର ସମୟର ଚକ୍ରବୂ୍ୟହରେ ପଡ଼ି ଦିନେ ରାଜା ହେବା ପରିବର୍ତ୍ତେ ୧୪ ବର୍ଷ ବନବାସ ଯାଇଥିଲେ। ଇତିହାସରେ ବହୁତ ବଡ଼ ମଣିଷ ଏଇ ଦଶାର ସମ୍ମୁଖୀନ ହୋଇଛନ୍ତି। ପୁରାତନ ଇତିହାସକୁ ଗଲେ ଦେଖିବା, ସମୟର ଚକ୍ରରେ କୁଆଡ଼େଗଲା ସେ ଜମିଦାରି ରାଜା ମହାରାଜାଙ୍କର ବିଳାସର ଦିନକଥା। ରାଜରାଜୁଡ଼ାଙ୍କ ଗର୍ବ, ଦର୍ପ ରାଜନଅର ବିଷୟରେ କବିବର ପାର୍ବତୀ କାବ୍ୟରେ ବଡ଼ ଚମତ୍କାର ଭାବେ ଲେଖିଛନ୍ତି, ”କାଳ ଗର୍ଭେ ଭବେ ଲୀନ ହେଲେ କେତେ ମହାପତି ମହାଯଶା, ହୋଇଅଛି ୟା’ଙ୍କ ଜୀର୍ଣ୍ଣ ସୌଧ ଏବେ ବ୍ୟାଘ୍ର, ଭଲ୍ଲୁକର ବସା।“ ନିଜର ସ୍ଥିତିକୁ ବଜାୟ ରଖିବା ବା ଆଗକୁ ନେବାରେ ସେଇ ଲୋକ ବିଫଳ ହୋଇଥାଏ, ଯିଏ ସମୟ ଅନୁସାରେ ନିଜର ସ୍ଥିତିକୁ ଠିକ୍‌ ଭାବେ ଆକଳନ କରିବାରେ ଅସମର୍ଥ ହୋଇଥାଏ। ବଳୀୟାନ ହିଟଲର ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଲେ। ମାତ୍ର ସେ ଯେତେବେଳେ ଭାବିଲେ- ମୋତେ ଛୁଇଁବାକୁ କାହାର ବି ସାମର୍ଥ୍ୟ ନାହିଁ, ସେତେବେଳେ ସେ ସମୟ ଆହ୍ବାନରେ ପତନର ଗହ୍ବରକୁ ଦେଖିଲେ।
ରାଜନୈତିକ କ୍ଷେତ୍ରରେ ମଧ୍ୟ ସମୟ ଚକ୍ରବୂ୍ୟହ ମଣିଷକୁ ପ୍ରଭାବିତ କରିଥାଏ। ସମୟର କରାଳ ସ୍ରୋତରେ ଏମିତି କିଛି ଘଟିଥାଏ ଯେ, ରାଜନୀତିର ବଡ଼ ବଡ଼ ନେତାଙ୍କୁ ବେଳେ ବେଳେ ଛୋଟ ନେତା ପାଖରୁ ବି ପରାଜିତ ହେବାକୁ ପଡ଼ିଥାଏ। କିଛି ସମୟକୁ ନେଇ ଛୋଟ ନେତା ନିଜକୁ ସର୍ବଶକ୍ତିମାନ ବୋଲି ଦାବି କରିଥାଏ ଯେ, ତାକୁ ସାମ୍ନା କରିବାକୁ କେହି ସମକକ୍ଷ ନୁହନ୍ତି। ଏଇ ସମୟର କ୍ରୂର ଭାବନା ତାକୁ ଅହଂକାରୀ କରିଦେଇଥାଏ। ଫଳରେ ତାକୁ ବାଟ ଝୁଣ୍ଟିବାର ଘୋର ଆଶଙ୍କା ଥାଏ। ସମୟର ଚକ୍ରବୂ୍ୟହ ଖୁବ୍‌ ଜଟିଳ। ସମୟର ଚକ୍ରବୂ୍ୟହରେ ପଡ଼ି ଛୋଟ ନେତା ପାଖରେ ଆଉ ସୁଯୋଗ ନ ଥାଏ ପଶ୍ଚାତ୍ତାପ କରିବାକୁ। ବେଳେ ବେଳେ ବଡ଼ ବଡ଼ ନେତାମାନେ ମଧ୍ୟ ସମ୍ମାନଜନକ ପଦବୀର ସ୍ଥାୟିତ୍ୱକୁ ପାଞ୍ଚବର୍ଷ ପୂରିବାକୁ ଦେଇପାରନ୍ତି ନାହିଁ । ଅଧାରୁ ପଦବୀ ତାଙ୍କୁ ଛାଡ଼ି ଚାଲିଯାଏ। କୌଣସି କାରଣରୁ ରାତିଅଧିଆ ଧନ ସମ୍ପତ୍ତିରେ ବଡ଼ ହୋଇଯାଇଥିବା ମଣିଷ ଅନ୍ୟମାନଙ୍କୁ ତୁଚ୍ଛ ମନେ କରିଥାଏ। ପାହାଡ଼ର ଶୀର୍ଷରେ ଠିଆ ହୋଇଥିବା ମଣିଷର ଗୋଡ଼ ଯେ ସଦାକାଳ ଶକ୍ତ ଏ କଥା ପାହାଡ଼ ଉପରେ ଠିଆ ହୋଇଥିବା ବ୍ୟକ୍ତି ଭାବିବା ଉଚିତ ନୁହେଁ । ଆଖିବୁଜି ଖୋଲିବା ସମୟ ଭିତରେ ସେ ପାହାଡ଼ରୁ ତଳକୁ ଖସି ପଡ଼ିବାର ଆଶଙ୍କା ଥାଏ। ସାମାଜିକ କ୍ଷେତ୍ରରେ ମଧ୍ୟ ମଣିଷ ଚକ୍ରବୂ୍ୟହରେ ପ୍ରଭାବିତ ହୋଇଥାଏ। ସକାରାତ୍ମକ ବ୍ୟକ୍ତି ସମୟର ଚକ୍ରକୁ ସାମ୍‌ନା କରେ ଠିକ୍‌ ଭାବରେ। ସେ ସମୟର ସ୍ରୋତକୁ ଉପଯୁକ୍ତ ଭାବେ ବିନିଯୋଗ କରିଥାଏ। ମାତ୍ର ନକାରାମତ୍କ ବ୍ୟକ୍ତି ସମୟର ମୂଲ୍ୟ ବୁଝି ନ ଥାଏ, ସମୟର ଚକ୍ରବୂ୍ୟହରେ ପଡ଼ି ସମୟକୁ ଅପଚୟ କରିଥାଏ ଏବଂ ଅବାଟରେ ଯାଇଥାଏ। ସମୟ ଆଜିର ଯୁବଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସେମାନେ ସମୟର ସଦୁପଯୋଗ କରନ୍ତୁ ଏବଂ ଯୁବ ପ୍ରତିଭାକୁ ଦେଶର ଗଠନମୂଳକ କାର୍ଯ୍ୟରେ ଲଗାନ୍ତୁ। ଏଇ ମର୍ମରେ ସ୍ବାମୀ ବିବେକାନନ୍ଦ ଯୁବ ଶକ୍ତି ଆହ୍ବାନ ଦେଇ କହିଥିଲେ, ”ହେ ଯୁବଶକ୍ତି, ସମୟର ଠିକ୍‌ ଉପଯୋଗ କର।
ସମୟର ଶକ୍ତିକୁ ଅପଚୟ କରନାହିଁ। ସମୟକୁ ନେଇ ନିଜ କର୍ତ୍ତବ୍ୟରେ ଏବଂ ଦେଶମାତୃକା ସେବାରେ ଆଗେଇ ଚାଲ, ସମୟକୁ ଅପେକ୍ଷା କର ନାହିଁ । ସମୟ ସାଙ୍ଗରେ ତାଳ ଦିଅ“।
ସିଡିଏ, ସେକ୍ଟର-୭, କଟକ
ମୋ :୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri