କଟକଣା ହେଲା ବାଟବଣା

ନୟାଗଡ଼,୧୪ା୩(ଲୋକନାଥ ମିଶ୍ର)ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଗୋରୁଙ୍କ ଉପରେ ନୟାଗଡ଼ ମ୍ୟୁନିସିପାଲିଟି ଲଗାଇଥିବା କଟକଣା ବାଟବଣା ହୋଇଛି । ଗୋରୁ କଟକଣା ନିଷ୍ପତ୍ତି ଶୀତଳଭଣ୍ଡାରରେ ରହିଯିବାରୁ ଏପରି ଦୁର୍ଘଟଣାରେ ଗତ ୨ମାସରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୨ ଜଣ ଆହତ ହୋଇ ସାରିଲେଣି। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥ, ୨୧ନଂ.ରାଜ୍ୟ ରାଜପଥ ନୟାଗଡ଼-ନାଉଖାଲ ରାସ୍ତା, ନୟାଗଡ଼-ଖଣ୍ଡପଡ଼ା ଓ ନୟାଗଡ଼-ଦଶପଲ୍ଲା ରାସ୍ତାର ନୟାଗଡ଼ ସହର ପାଲଟିଛି ଗୋରୁ,କୁକୁରଙ୍କ ଆଶ୍ରୟ ସ୍ଥଳ । ସ୍ଥିତି ଏଭଳି ହେଲାଣି ଗୋରୁ ଓ କୁକୁରଙ୍କ ଯୋଗୁ ରାସ୍ତା ଏବେ ଆଉ ନିରାପଦ ନୁହେଁ । ମ୍ୟୁନିସିପାଲିଟି ପକ୍ଷରୁ ଏନେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମୃତାହତଙ୍କ ସଂଖ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି ା
ଜିଲା ସଦର ମହକୁମାରେ ଥିବା ନୟାଗଡ଼ ମ୍ୟୁନିସିପାଲିଟିରେ ଗୋରୁ ଓ କୁକୁର ରାସ୍ତାଘାଟରେ ସବୁବେଳେ ବୁଲୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ସହର ମଧ୍ୟଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ.ନୟାଗଡ଼- ନାଉଖାଲ ରାଜ୍ୟ ରାଜପଥ ଯାଇଛି । ଉଭୟ ରାଜପଥରେ ଗାଈ ଓ କୁକୁରଙ୍କ ଉତ୍ପାତ ଲାଗି ରହିଛି । ମାଲିକମାନେ କ୍ଷୀର ଦୁହିଁ ଗାଈକୁ ରାସ୍ତା ଉପରକୁ ଛାଡି ଦେଉଛନ୍ତି । ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ବାରମ୍ବାର ତାଗିଦ୍‌ ପରେ ସୁଫଳ ମିଳି ନ ଥିଲା । ଶେଷରେ ବିପର୍ଯ୍ୟସ୍ତ ଟ୍ରାଫିିକକୁ ସୁଧାରିବାକୁ ନୟାଗଡ଼ ମ୍ୟୁନିସିପାଲିଟି ଉଦ୍ୟମ କରିଛି । ରାସ୍ତାରେ ଗାଈଗୋରୁ ବୁଲିଲେ ସେମାନଙ୍କୁ ଧରି ଗୋଶାଳାରେ ରଖାଯିବ। ଗୋ ମାଲିକ ଜରିମାନା ଦେଲେ ଛଡାଯିବ। କେହି ଦାବିଦାର ନ ଥିଲେ ବିକ୍ରି ବି କରାଯିବ। ଗୋରୁଗାଈଙ୍କ ଉପରେ ଲାଗିଥିବା କଟକଣା ନେଇ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସଚେତନତା ମଧ୍ୟ କରାଯାଇଥିଲା । ସଫେଇ ଗାଡ଼ିରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ୨୦୨୩ ଅକ୍ଟୋବରରେ ପ୍ରଚାର କରାଯାଇଥିଲା। ଅନ୍ୟପକ୍ଷେ ଗତ ୨୦୨୩ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା କାଉନସିଲ ବୈଠକରେ ରାସ୍ତାରେ ବୁଲୁଥିବା ଗୋରୁଙ୍କ ଉପରେ କଟକଣା ଲାଗୁ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅକ୍ଟୋବର ଯାଇ ମାର୍ଚ୍ଚ ମାସ ଅଧା ହେବାକୁ ବସିଲାଣି । ୫୭ନଂ.ଜାତୀୟ ରାଜପଥ, ନୟାଗଡ଼-ନାଉଖାଲ ରାସ୍ତା, ସହରର ଗଳିକନ୍ଦିରେ ଗାଈଗୋରୁ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି । ରାସ୍ତାରେ ସେମାନଙ୍କ ବିଚରଣକୁ ଅନୁଧ୍ୟାନ କଲେ ନୟାଗଡ଼ ମ୍ୟୁନିସିପାଲିଟିର ପ୍ରଚାର ଗୋରୁ ମାଲିକଙ୍କ ଉପରେ କିଛି ପ୍ରଭାବ ପକାଇଲା ନାହିଁ । କଟକଣା ବାଟବଣା ହୋଇ ଯିବାରୁ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହୋଇ ଚାଲିଛି ।
ଏନେଇ ନୟାଗଡ଼ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା କୁହନ୍ତି, ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସେବାକୁ ସୁଧାରିବାକୁ ଯାଇ ଗାଈଗୋରୁଙ୍କ ଉପରେ ଲଗାମ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ରାସ୍ତାରୁ ଗୋରୁ ହଟିଲେ ଟ୍ରାଫିକ୍‌ ବିଶୃଙ୍ଖଳା ଦୂର ହେବ ବୋଲି ଆଶା କରାଯାଉଥିଲା । ହେଲେ ସରକାରୀ ଅନୁଦାନ ନ ମିଳିବାରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ସହର ବାସିନ୍ଦା ରାମଚନ୍ଦ୍ର ସାହୁୁ କୁହନ୍ତି, ଗୋ କଟକଣା ଉପରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ ଥିଲା। ହେଲେ ଗାଈଗୋରୁଙ୍କ ଉପରେ ଲାଗିଥିବା କଟକଣାକୁ କଡାକଡି ଭାବେ ପାଳନ କରା ନ ଯିବାରୁ ନିଷ୍ପତ୍ତି ବିଫଳ ହେଲା । ବିଭିନ୍ନ ସମୟରେ ଗୋରୁଙ୍କ ଉପରେ ଲାଗିଥିବା କଟକଣା ଚାପରେ ଚେପା ହୋଇ ନିୟମ ବାଟବଣା ହୋଇଯିବା ପରି ଅକ୍ଟୋବର ମାସର ନିଷ୍ପତ୍ତି ବାଟବଣା ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?