ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୪।୫: ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ୩ ଭାଗ୍ୟଶାଳୀ ବିଜେତା ଭାବେ ବ୍ରହ୍ମପୁରର ପୂର୍ଣ୍ଣବାସୀ ହୋତା, ଜେ. ସନ୍ତୋଷ ରାଓ ଏବଂ ମାଲକାନଗିରିର ଇପାରୀ ସୁବର୍ଣ୍ଣମାଳା ପାତ୍ର ଇ-ସ୍କୁଟର ଜିତିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ବ୍ରହ୍ମପୁର ଧର୍ମନଗର ନିକଟସ୍ଥ ଶୁଭମ୍‌ ସେଲିବ୍ରେସନ୍‌ସଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କ ନାମ ଘୋଷଣା ସହ ପୁରସ୍କାର ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ବ୍ରହ୍ମପୁରବାସୀ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପ୍ରତି ଯଥେଷ୍ଟ ଭରସା ଦେଖାଇଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। ଏପରିକି ଉକ୍ତ ଶୋ’ରୁମ୍‌ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ଲାଲଚାନ୍ଦ୍‌ ପକ୍ଷରୁ ଆୟୋଜିତ ମେଗା ଲକି ଡ୍ର’ରେ ଇ-ସ୍କୁଟର ଜିତିଥିବା ଭାଗ୍ୟଶାଳୀ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଉଛୁ। ବିଶେଷକରି ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ରେ ଆମେ ବିଭିନ୍ନ ଡିଜାଇନ୍‌ର ଅଳଙ୍କାର ସବୁବର୍ଗର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଇପାରିଛୁ। ସେହିଭଳି ଆଗାମୀ ଦିନରେ ମଧ୍ୟ ଏହିପରି ଅନେକ ଆକର୍ଷଣୀୟ ଅଫର ଆଣିବା ପାଇଁ ଲାଲଚାନ୍ଦ୍‌ ଜୁଏଲର୍ସ ପ୍ରୟାସ ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଥିଲେ।