ଷଡ଼ଯନ୍ତ୍ର ଉପରୁ ପରଦା ହଟୁନି

ବଲାଙ୍ଗୀର ଅଫିସ,୨୮।୧୦: ପରକୀୟା ପ୍ରୀତି ପ୍ରଘଟ ଭୟରେ କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିଲେ ବୋଲି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଦୀପକ କୁମାର ଖବରଦାତା ସମ୍ମିଳନୀରେ କହିଥିଲେ। ମମିତାଙ୍କୁ ହତ୍ୟା ଲାଗି ଗୋବିନ୍ଦ ସୁଚିନ୍ତିତ ଯୋଜନା କରିଥିବା କହିଥିଲେ। ଏହି ଷଡଯନ୍ତ୍ରରେ ଗୋବିନ୍ଦ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ (ରାଧେ) ସାମିଲ ଥିବା ଉଲ୍ଲେଖ କରିଥିଲେ। ଏପରି କି ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଇଥିବା ଜେସିବି ଡ୍ରାଇଭର ପୁସ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡୀଙ୍କୁ ରାଜସାକ୍ଷୀ କରାଯାଇଛି। ଏହି ଘଟଣାରେ ଗୋବିନ୍ଦ ଓ ରାଧେ ସମ୍ପୃକ୍ତ ଥିବାରୁ ଉଭୟଙ୍କୁ ଗିରଫ କରାଯାଇଛି। ଏଥିରେ ଅନ୍ୟ କାହାରି ସାମିଲ ନାହିଁ ବୋଲି ଡିଆଇଜି ଦୀପକ କୁମାର କହିଥିଲେ।
ମମିତା ହତ୍ୟା ଘଟଣାରେ ପରକୀୟା ପ୍ରୀତି ପ୍ରଘଟ ଭୟ ହିଁ ଏହାର କାରଣ ବୋଲି ପୋଲିସ କହୁଥିବାବେଳେ ଏନେଇ ସବିଶେଷ ସୂଚନା ଦେଇନାହିଁ। ଗୋବିନ୍ଦଙ୍କ କେଉଁ ପରକୀୟା ପ୍ରୀତି ବିଷୟରେ ମମିତା ଜାଣିଥିଲେ, ଏପରି କ’ଣ ପ୍ରଘଟ ହୋଇଗଲେ ଗୋବିନ୍ଦ ଅସୁବିଧାରେ ପଡୁଥିଲେ ସେନେଇ ମଧ୍ୟ ପୋଲିସ ସୂଚନା ଦେଇନାହିଁ। ମମିତା କେବଳ ଗୋବିନ୍ଦଙ୍କ ବିଷୟରେ ଜାଣିଥିଲେ ନା’ ଆଉ କାହା ସମ୍ପର୍କରେ ଜାଣିଥିଲେ ଏଭଳି ଅନେକ ଦିଗ ଏବେବି ରହସ୍ୟାବୃତ୍ତ ହୋଇ ରହିଯାଇଛି। ଟିଟିଲାଗଡ଼ ବାରାକ୍‌ରେ ପୋଲିସ ସୁରକ୍ଷା ବଳୟରୁ ପ୍ରାୟ ୪୦ଘଣ୍ଟା ପାଇଁ ଗୋବିନ୍ଦ ଫେରାର ହେବା ଓ ପରେ ଆଖୁ କିଆରିରୁ ଗିରଫ ହେବା ବି ଏକ ସୁପରିକଳ୍ପିତ କାହାଣୀ ଭଳି ମନେହେଉଛି। ଅପରାଧର ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଗୋବିନ୍ଦଙ୍କୁ ଭରପୂର ସୁଯୋଗ ଦିଆଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ମନେ ହେଉଛି। ଗତ ଅଗଷ୍ଟ ମାସରେ ଗୋବିନ୍ଦ ମମିତାଙ୍କ ଗଁା ଝରଣୀ ଯାଇ ତାଙ୍କ ଘରେ ଭେଟି ଆଲୋଚନା କରିଥିଲେ। ଏହାପରେ ଗତ ସେପ୍ଟେମ୍ବର ୨୦ ଓ ୨୧ ଦୁଇଦିନ ମମିତା ଘରୁ ମହାଲିଙ୍ଗ ଯାଉଛି କହି ବାହାରିଥିଲେ। ସେଠାରୁ ଫେରିବା ପରେ ମମିତାଙ୍କ ପରିବାର ଲୋକେ କିଛି ସନ୍ଦେହଜନକ ବିଷୟ ଜାଣିଥିଲେ କି ସେନେଇ ମଧ୍ୟ କିଛି ସ୍ପଷ୍ଟ ହେଉ ନାହିଁ। ଏପରି କି ମମିତାଙ୍କ ଲାପ୍‌ଟପ୍‌, ପେନ୍‌ଡ୍ରାଇଭ ଏବଂ ଫୋନ୍‌ରେ ଅନେକ ଆପତ୍ତିଜନକ ଘଟଣାର ପ୍ରମାଣ ଥିବା କଥା ଆଲୋଚନା ହେଉଛି। ପୋଲିସ ମମିତାଙ୍କ ଲାପ୍‌ଟପ୍‌ ନେଇ ତଦନ୍ତ କରିଥିଲେ ମଧ୍ୟ ପେନ୍‌ଡ୍ରାଇଭ ସମ୍ପର୍କରେ ଜାଣି ନ ଥିବା ସୂଚନା ଦେଇଛି। ଏପରି କି ମୋବାଇଲ ସମ୍ପର୍କରେ କିଛି ଜାଣି ନ ଥିବା କହୁଛି। ଯେଉଁ କଥା ପାଇଁ ମମିତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ସେହି ବିଷୟଟି କେତେ ଗମ୍ଭୀର ତାହା ଏପର୍ଯ୍ୟନ୍ତ ପୋଲିସ ଠିକ୍‌ କରି କହୁନାହିଁ।
ମହାଲିଙ୍ଗ କଲେଜକୁ ବଡ଼ବଡ଼ିଆ ନେତାମନ୍ତ୍ରୀ ଆସୁଥିଲେ। ଅଭିଯୁକ୍ତ ଗୋବିନ୍ଦଙ୍କ ସହ ସେମାନଙ୍କ ଘନିଷ୍ଠ ସମ୍ପର୍କ ଥିଲା। ପାୱାର କରିଡର ଭିତରେ ଥିବା ଗୋବିନ୍ଦ ପରକୀୟା ପ୍ରୀତି ପ୍ରଘଟ ଘଟଣାରେ ଭୟଭୀତ ହୋଇ ଏତେବଡ଼ ହତ୍ୟାକାଣ୍ଡ ଯୋଜନା ରଚିଲେ ନା ଏହା ଭିତରେ ଆଉ କିଛି ଗମ୍ଭୀର ରହସ୍ୟ ରହିଛି ତାକୁ ପୋଲିସ ଉନ୍ମୋଚନ କରୁ ନାହିଁ। ପୋଲିସର ଏଭଳି କାର୍ଯ୍ୟଧାରା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହି ଘଟଣାକୁ କେବଳ ଅପହରଣ ଓ ହତ୍ୟାରେ ସୀମିତ କରିଦେଇ ଅନ୍ୟଦିଗକୁ ଲୁଚାଇ ଦେଇ ପ୍ରମାଣ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି। କିଛି ଲୋକଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ନୀରପେକ୍ଷ ସଂସ୍ଥା କିମ୍ବା ସିବିଆଇ ତଦନ୍ତ ଜିଦ୍‌ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri