Posted inଫୁରସତ

ସାଂସ୍କୃତିକ କ୍ଷେତ୍ର ମହାସମୁନ୍ଦ

ଛତିଶଗଡ଼ର ମହାସମୁନ୍ଦ ଜିଲାରେ ଅବସ୍ଥିତ ଏକ ଆକର୍ଷଣୀୟ ତଥା ବଡ଼ ସହର ହେଉଛି ମହାସମୁନ୍ଦ। ପାରମ୍ପରିକ କଳା ତଥା ସଂସ୍କୃତିର ଏକ କେନ୍ଦ୍ର ଭାବେ ବି ଏହି ସହରର ବେଶ୍‌ ନାଁ ରହିଛି। ଖାସ୍‌କରି ସିରପୁର ହେଉଛି ଏଠାକାର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର; ଯାହାର ଆକର୍ଷଣରେ ଆକର୍ଷିତ ହୋଇ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏଥିସହିତ ଏଠାରେ ଦେଖିବାକୁ ରହିଛି ଅନେକ ମନ୍ଦିର, ସାଂସ୍କୃତିକ ଅନୁଷ୍ଠାନ, ପାର୍କ ତଥା ମାର୍କେଟ୍‌ ଇତ୍ୟାଦି।

ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ମହାସମୁନ୍ଦକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିବାକୁ ପାଇପାରିବେ। ଯେମିତିକି- ସିରପୁର: ମହାନଦୀ ଅବବାହିକାରେ ଅବସ୍ଥିତ ଛତିଶଗଡ଼ର ସିରପୁର ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ହିନ୍ଦୁ ଧର୍ମ, ଜୈନଧର୍ମ ତଥା ବୌଦ୍ଧଧର୍ମ ସମ୍ପର୍କିତ ଏକାଧିକ ସ୍ମୃତି ସ୍ମାରକ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ମଧ୍ୟ ରହିଛି ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଉତ୍ସର୍ଗୀକୃତ ପବିତ୍ର ରାମ ମନ୍ଦିର ଓ ଲକ୍ଷ୍ମଣ ମନ୍ଦିର। ସେହିପରି ବଲେଶ୍ୱର ମହାଦେବ ମନ୍ଦିର ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ଅନ୍ୟପକ୍ଷେ ଏଠାରେ ଥିବା ବୁଦ୍ଧବିହାର ବି ଆଗନ୍ତୁକଙ୍କୁ ଅନେକ କିଛି ଅନୁଭୂତି ଦେଇଥାଏ। ତେଣୁ ଶାନ୍ତ ବାତାବରଣରେ ଅବସ୍ଥିତ ସିରପୁରରେ କିଛି ସମୟ ବିତାଇ ମନକୁ ହାଲୁକା କରିବା ସହ ଆଧ୍ୟାତ୍ମିକ ଭାବଧାରାରେ ଭିଜିଯିବାକୁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।

ଏଥିସହିତ ଏଠାରେ ରହିଥିବା କୋଦାର୍‌ ଡ୍ୟାମ୍‌, ରାଜିମ୍‌ କୁମ୍ଭ, ରାଜିବ୍‌ ଲୋଚନ ମନ୍ଦିର, ଖଲ୍ଲାରୀ ମନ୍ଦିର ଆଡ଼େ ବି ପର୍ଯ୍ୟଟକ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ। ସେହିପରି ଏଠାରେ ରହିଛି ଅନେକ ଛୋଟବଡ଼ ପାର୍କ ତଥା ମାର୍କେଟ୍‌, ଯେଉଁଠାରେ ବୁଲିବା ସହ ସୁଲଭ ଦରରେ ପର୍ଯ୍ୟଟକ ସେଠାରୁ ଅନେକ କିଛି ଜିନିଷ କିଣି ଆଣିପାରିବେ।

ମହାସମୁନ୍ଦର ସଂସ୍କୃତି
ଏଠାକାର ସଂସ୍କୃତି ବେଶ୍‌ ଅନନ୍ୟ। ସ୍ଥାନୀୟ ଲୋକେ ବି ବେଶ୍‌ ଧର୍ମପରାୟଣ। ଶିକ୍ଷା ହେଉ କି ସଂସ୍କୃତି ହେଉ ଅବା କଳା ସବୁଥିରେ ମହାସମୁନ୍ଦର ଅଧିବାସୀ ବେଶ୍‌ ପାରଙ୍ଗମ। ତେଣୁ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ସ୍ଥାନୀୟ ଲୋକକଳାକୁ ମଧ୍ୟ ଅତି ନିକଟରୁ ଜାଣିବାର ସୂଯୋଗ ପାଇପାରିବେ।

ମହାସମୁନ୍ଦର ଅର୍ଥନୀତି
ଏଠାକାର ଅର୍ଥନୀତି ମୁଖ୍ୟତଃ ଚାଷବାସ ଓ ଖଣି ଖାଦାନ ଉପରେ ନିର୍ଭର କରିଥାଏ। ଧାନଚାଷ ହେଉଛି ଏଠାକାର ଏକ ମୁଖ୍ୟ ଚାଷ। ସେହିପରି ଏଠାରୁ ଏକ ସ୍ବତନ୍ତ୍ର ଧରଣର କଳାପଥର ମିଳିଥାଏ, ଯାହାକୁ ମୁଖ୍ୟତଃ ଟାଇଲ୍ସ ଭାବେ ବ୍ୟବହୃତ କରାଯାଉଥିବାର ସୂଚନା ରହିଛି। ତା’ଛଡ଼ା ଏଠାରେ ଅନେକ ଷ୍ଟୋନ୍‌ କଟିଙ୍ଗ୍‌ ଫ୍ୟାକ୍ଟ୍ରି ବି ରହିଛି। ଏହା ମଧ୍ୟ ପର୍ଯ୍ୟଟକଙ୍କୁ କିଛିଟା ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁଯୋଗ ରହିଛି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ଅଛି। ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ପ୍ରାୟ ୫୫ କି.ମି., ବରଗଡ଼ଠାରୁ ୧୮୦ କି.ମି, ସମ୍ବଲପୁରଠାରୁ ପ୍ରାୟ ୨୫୦ କି.ମି ଦୂରରେ ରହିଥିବା ମହାସମୁନ୍ଦକୁ ଯିବାପାଇଁ ଉଭୟ ସଡ଼କପଥ, ରେଳପଥ ତଥା ଆକାଶପଥର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri