ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜଧାନୀରେ ନାଗସାପ ବିଷ ଜବତ ମାମଲାର ତଦନ୍ତ ଦୀର୍ଘ ଦେଢବର୍ଷ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ମଙ୍ଗଳବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ୨୦୨୧ ମାର୍ଚ୍ଚ ୨୭ରେ ଭୁବନେଶ୍ୱରରେ ଚୋରାରେ ଡିଲ୍‌ ବେଳେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଚଢ଼ାଉ କରାଯାଇ ୧ ଲିଟର ୩୦ ମିଲିଲିଟର ନାଗସାପ ବିଷ ଜବତ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୋଟ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତେବେ ସେହି ବିଷ ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଲାଙ୍ଗୀର ଜିଲା ବାସିନ୍ଦା ସତ୍ୟନାରାୟଣ ଦାସଙ୍କୁ ବନ ବିଭାଗ ଗିରଫ କରିବାରେ ବିଫଳ ହୋଇଛି। ଦୀର୍ଘ ଦେଢ଼ବର୍ଷ ପରେ ବି ତଦନ୍ତ ପ୍ରକ୍ରିୟାରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ। ଅନ୍ୟପକ୍ଷରେ ଫେରାର ସତ୍ୟ ନାରାୟଣ ଏହି ମାମଲାରେ କୋର୍ଟରୁ ଆଗୁଆ ଜାମିନ ଆଣିଥିବା କୁହାଯାଉଛି।
ରାଜଧାନୀରୁ ସାପବିଷ ଚାଲାଣ ନେଇ ଗତବର୍ଷ ଏପ୍ରିଲ ୮ରେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଚିଠି ଲେଖି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜିଙ୍କୁ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ସେତେବେଳେ ଏହି ମାମଲାକୁ ହାତକୁ ନେଇ ନ ଥିଲା। ଇତିମଧ୍ୟରେ ରାଜ୍ୟରେ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ମାମଲାର ଦୁର୍ବଳ ପରିଚାଳନା ପାଇଁ ଉଭୟ କ୍ରାଇମବ୍ରାଞ୍ଚ ଓ ବନ ବିଭାଗକୁ ହାଇକୋର୍ଟରେ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳସ୍ବରୂପ ବିଳମ୍ବରେ ହେଉ ପଛେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଭୁବନେଶ୍ୱରରୁ ସାପବିଷ ଚୋରା ଚାଲାଣ ମାମଲାର ତଦନ୍ତ ଦାୟିତ୍ୱ ନିଜ ହାତକୁ ନେଇଛି। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ଇ. କିରୋ ସିଟି ଫରେଷ୍ଟ ଡିଭିଜନ କାର୍ଯ୍ୟାଳୟକୁ ଯାଇ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉରେ ସାମିଲ ଥିବା ସିଟି ଫରେଷ୍ଟ ଡିଭିଜନର ଫରେଷ୍ଟରମାନଙ୍କୁ ସେଦିନ ଘଟଣା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଅପରାଧ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଏ ନେଇ ଡିଏସ୍‌ପି କିରୋ କହିଛନ୍ତି, ଆମେ କେବଳ ସେଦିନର ଘଟଣା ସମ୍ପର୍କରେ ବନ ବିଭାଗଠାରୁ ତଥ୍ୟ ନେଇଛୁ। ତାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିବୁ।
ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚରେ ଏହି ଘଟଣାର ତଦନ୍ତ ନ ହେଉଣୁ ସେହିବର୍ଷ ନଭେମ୍ବର ୨୧ରେ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ୧ କିଗ୍ରାରୁ ଅଧିକ ଡ୍ରାଏ ଭେନମ୍‌ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୧୩ରେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଭୁବନେଶ୍ୱର କଳ୍ପନା ଛକସ୍ଥିତ ଏକ ହୋଟେଲରେ ଚଢ଼ାଉ କରାଯାଇ ପ୍ରାୟ ୬୦୦ ମିଲିଲିଟର ସାପବିଷ ଜବତ କରାଯିବା ସହିତ ୬ଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପବିଷ ସଂଗ୍ରହ କେବଳ ଜଣେ ସାପ ଧରାଳି ବା ଉଦ୍ଧାରକାରୀ ହିଁ କରିପାରିବେ। ରାଜ୍ୟରେ ବହୁ ଅଣସ୍ବୀକୃତିପ୍ରାପ୍ତ ସାପଧରାଳି ସାପକୁ ନେଇ ଅନେକ ବେଆଇନ କାର୍ଯ୍ୟ କରୁଛନ୍ତି। ରାଜ୍ୟ ବାହାରର ସାପଧରାଳିମାନଙ୍କୁ ଓଡ଼ିଶାକୁ ଡାକି ବିଭିନ୍ନ ବିଷଧର ସାପ ଧରି ୟୁଟ୍ୟୁବରେ ଭିଡିଓ ପୋଷ୍ଟ ମଧ୍ୟ କରାଯାଉଛି। ଅଭିଯୋଗ କଲେ ବି ବନ ବିଭାଗ ସେହି ସାପ ଧରାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅନ୍ୟ ରାଜ୍ୟକୁ ଯାଇ ସାପ ଧରିବା ବେଆଇନ ଏବଂ ସେଇ ଲିଙ୍କ୍‌ ହିଁ ଆନ୍ତଃ ରାଜ୍ୟ ଓ ସାପ ବିଷ ର଼୍ୟାକେଟର ବାଟ ଖୋଲିଥାଏ। ତେଣୁ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ବେଆଇନ କାର୍ଯ୍ୟ କରୁଥିବା ସାପଧରାଳିଙ୍କୁ ଗିରଫ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri