Posted inଖେଳ

ବିବାହ ପରେ ବଲିଉଡ୍‌ର ବିଦାୟ ନେଇଥିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ବଲିଉଡ ଅଭିନେତ୍ରୀ ଗୀତା ବସ୍ରା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ ବିରତି ନେଇଥିଲେ। ଏହା ପରେ ସେ ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ, ସେ ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ସମୟରେ, ଗୀତା ତାଙ୍କ କ୍ୟାରିୟରର କାହିଁକ ବିରତି ନେଇଥିଲେ ସେ ସମ୍ପର୍କରେ କହିଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ’ମୋ ମା’ ଜଣେ କର୍ମଜୀବୀ ମହିଳା ଥିଲେ। ସେ ପୁରା ପରିବାରକୁ ବହୁତ ଭଲ ଭାବରେ ପରିଚାଳନା କରୁଥିଲେ। ମୁଁ ଯାହାବି କିଛି ହୋଇଛି ତାଙ୍କ ପାଇଁ। ମୁଁ ତାଙ୍କଠାରୁ ପ୍ରେରଣା ପାଇଛି। କୌଣସି ମହିଳାମାନେ ସେମାନଙ୍କର ପେସାକୁ ଛାଡିବା ଠିକ୍‌ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ମା’ ହେବା ସବୁଠାରୁ ସୁନ୍ଦର ଅନୁଭବ। ମୁଁ ଝିଅ ହିନାୟାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରେ। ଏହା ମୋର ବ୍ୟକ୍ତିଗତ ପସନ୍ଦ ଯାହା ମୁଁ କାମ କରିବାକୁ ଚାହେଁ ନାହିଁ ।ମୁଁ ମାତୃତ୍ୱକୁ ବହୁତ ଉପଭୋଗ କରେ ଏବଂ ପ୍ରତ୍ୟେକ ମୂହୁର୍ତ୍ତରେ ଖୁସି ଅଟେ। ମୋର ଝିଅର ପ୍ରଥମ ଚାଲି, ପ୍ରଥମ ହସ ଏବଂ ପ୍ରଥମ କଥା ସବୁ ସୁନ୍ଦର ମୁହୂର୍ତ୍ତକୁ ମୁଁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି। ’

ସେ ମଧ୍ୟ ପୁନର୍ବାର କାମକୁ ଫେରିବେ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୁଁ ଜାଣେ ଯେ କେବଳ ମାତୃତ୍ୱ ଆପଣଙ୍କୁ ପରିଚୟ ଦେବ ନାହିଁ । ଏହା ଏକ ବ୍ୟକ୍ତିଗତ ପସନ୍ଦ। ମୁଁ ପୂର୍ବରୁ ଅଭିନୟକୁ ଉପଭୋଗ କରୁଥିଲି। ପୁନର୍ବାର ମୁଁ କାମ କରିବି ବୋଲି ସେ କହିଛନ୍ତି ।
ତେବେ ବଲିଉଡକୁ ଆସିବା ପୂର୍ବରୁ ଗୀତା ଏକ ଭଲ ମଡେଲ ହୋଇସାରିଛନ୍ତି। ସେ ଫିଲ୍ମ ‘ଦିଲ ଦିୟା ହରେ ଇମ୍ରାନ ହାସମିଙ୍କ ସହ ଡେବ୍ୟୁ କରିଥିଲେ। ଗୀତା ୨୦୧୫ ମସିହାରେ ଟିମ୍‌ ଇଣ୍ଡିଆର ସ୍ପିନ ବୋଲର ହରଭଜନ ସିଂଙ୍କୁ ବିବାହ କରିଥିଲେ। କୁହାଯାଏ ଯେ, ଦୁହେଁ ପରସ୍ପରକୁ ୩ ବର୍ଷରୁ ଅଧିକ ସମୟ ଡେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri