ରୋହିତ ଶର୍ମାଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୫।୨: ନ୍ୟୁଜିଲାଣ୍ଡ ଓପନର୍‌ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଟି-୨୦ରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ରେ ଗୁପ୍ତିଲ ୮ଟି ଛକା ମାରି ଟି-୨୦ର ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାର ସର୍ବାଗ୍ରେ ଅଛନ୍ତି। ଗୁପ୍ତିଲଙ୍କ ଇନିଂସ ସହାୟତାରେ ନ୍ୟୁଜିଲାଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି।
୯୬ଟି ମ୍ୟାଚରେ ଗୁପ୍ତିଲ ୧୩୨ ଛକା ମାରିଛନ୍ତି। ସେହିପରି ଭାରତୀୟ ଓପନର୍‌ ରୋହିତ ୧୦୮ ମ୍ୟାଚରେ ୧୨୭ ଛକା ମାରିଛନ୍ତି। ଅନ୍ୟ କୌଣସି ଖେଳାଳି ୧୨୦ ଛକା ଛୁଇଁ ନାହାଁନ୍ତି। ଟି-୨୦ରେ ସର୍ବାଧିକ ରନ ମାମଲାରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଗୁପ୍ତିଲ ତୃତୀୟ ସ୍ଥାନରେ ରହିଛନ୍ତି। ୨୯୨୮ ରନ ସହ କୋହଲି ଶୀର୍ଷରେ ଅଛନ୍ତି। ରୋହିତ ୨୭୭୩ ରନ ସହ ଦ୍ୱିତୀୟ ଏବଂ ଗୁପ୍ତିଲ ୨୭୧୮ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri