Posted inଖେଳ

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା ବିଶ୍ୱ ୨୬୦୦ରୁ ଅଧିକ ଖେଳାଳି ଭାଙ୍ଗି ପାରି ନାହାନ୍ତି। ଆଫ୍ରିଦି ପାକିସ୍ତାନ ପାଇଁ ୫୨୪ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦେଶ ପାଇଁ ୫୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ପ୍ରଥମ ଏକଦିବସୀୟରେ ଦ୍ରୁତତମ ଏକଦିବସୀୟ ଶତକର ରେକର୍ଡ ସୃଷ୍ଟି କରିଥିଲେ। ଆଫ୍ରିଦି ୩୯୮ଟି ଦିନିକିଆ ଖେଳିଛନ୍ତି। ସେ ଏକଦିବସୀୟରେରେ ୩୫୧ ଛକା ମାରିଛନ୍ତି। ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ୩୫୦ରୁ ଅଧିକ ଛକା ମାରିଛନ୍ତି। ଏକଦିବସୀୟ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୨୬୦୮ ଖେଳାଳି ପଡିଆକୁ ଓହ୍ଲାଇଛଛନ୍ତି, କିନ୍ତୁ ଆଫ୍ରିଦିଙ୍କ ରେକର୍ଡରେ କେହି ପହଞ୍ଚି ନାହାଁନ୍ତି। ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ୩୩୧ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ଆଫ୍ରିଦିଙ୍କ ବୟସ ବିବାଦ ସାମ୍ନାକୁ ଆସିଥିଲା। ଆଫ୍ରିଦି ୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିଲେ।

ଆଫ୍ରିଦିଙ୍କ ଡେବ୍ୟୁ ସମୟରେ ତାଙ୍କ ବୟସ ୧୬ ବର୍ଷ ବୋଲି କୁହାଯାଇଥିଲା। ଆଫ୍ରିଦି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଡେବ୍ୟୁ ସମୟରେ ମୋର ବୟସ ୧୬ ନୁହେଁ ବରଂ ୧୯ ବର୍ଷ ହୋଇଥିଲା। ମୁଁ ୧୯୭୫ରେ ଜନ୍ମଗ୍ରହଣ କରିଥିଲି ଆଫ୍ରିଦି ଅନେକଥର ଅବସର ନେଇଥିଲେ ଏବଂ ପରେ ପୁଣି ପଡ଼ିଆକୁ ଫେରିଥିଲେ। ସେ ମେ ୨୦୧୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହା ଏକ ଟି -୨୦ମ୍ୟାଚ ଥିଲା। ୧୯୯୮ରେ ଟେଷ୍ଟ ଡେବ୍ୟୁ କରିଥିବା ଆଫ୍ରିଦି ୨୦୦୬ରେ ଅବସର ନେଇଥିଲେ। କିନ୍ତୁ ୨୦୧୦ ମସିହାରେ ସେ ପୁନର୍ବାର ଟେଷ୍ଟ ଦଳକୁ ଫେରିଥିଲେ ଏବଂ ସେ ମଧ୍ୟ ଅଧିନାୟକ ଥିଲେ। ୨୦୧୧ ବିଶ୍ୱକପ ପରେ ମଧ୍ୟ ସେ ଅବସର ଘୋଷଣା କରିଥିଲେ, ମାତ୍ର କିଛି ମାସ ମଧ୍ୟରେ ସେ ଦଳକୁ ଫେରିଥିଲେ। ତା’ପରେ ସେ ୨୦୧୫ ବିଶ୍ୱକପ ଏବଂ ୨୦୧୬ ଟି -୨୦ ବିଶ୍ୱକପ ଖେଳିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri