Posted inଖେଳ

ପ୍ରଥମ ଓଭରରେ ଚମତ୍କାର ହ୍ୟାଟ୍ରିକ୍‌ ନେଇଥିଲେ ଏହି କ୍ରିକେଟର୍‌

କପିଳ ଦେବଙ୍କ ପରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ ଇରଫାନ ପଠାନ। ଟି -୨୦ ବିଶ୍ୱକପର ଫାଇନାଲରେ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିବା ହେଉ କିମ୍ବା ଟେଷ୍ଟ ମ୍ୟାଚର ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇଥିଲେ ସେ। ଭାରତୀୟ କ୍ରିକେଟରେ ଏପରି ଅନେକ ରେକର୍ଡ ଅଛି, ଯାହା କେବଳ ଅଳ୍ପ କିଛି ଖେଳାଳି ହାସଲ କରିବାରେ ସେ ସକ୍ଷମ ହୋଇଥିଲେ। ବରୋଦାରେ ଜନ୍ମଗ୍ରହଣ କରିଥିବା ଇରଫାନ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି ।
ଇରଫାନ ପଠାନ ଅଣ୍ଡର -୧୯ କ୍ରିକେଟ ଖେଳୁଥିବାବେଳେ ତାଙ୍କ ଖେଳ ଉପରେ ସୌରଭ ଗାଙ୍ଗୁଲିଙ୍କ ଆଖି ପଡିଯାଇଥିଲା। ସେହି ସମୟରେ ଗାଙ୍ଗୁଲି ଟିମ ଇଣ୍ଡିଆର ଅଧିନାୟକ ଥିଲେ। ସେ ଦଳର ଚୟନକର୍ତ୍ତାଙ୍କ ସହ କଥା ହୋଇଥିଲେ ଏବଂ କିଛି ଦିନ ମଧ୍ୟରେ ଇରଫାନ ଅଣ୍ଡର -୧୯ ଦଳରୁ ଟିମ ଇଣ୍ଡିଆର ସଦସ୍ୟ ହୋଇଥିଲେ। ଭାରତୀୟ ଦଳରେ ଇରଫାନ ପଠାନଙ୍କ ପ୍ରବେଶ ପରେ କପିଲ ଦେବଙ୍କ ଅଭାବ ପୂରଣ ହୋଇଥିଲା। ସେ କେବଳ ଜଣେ ସ୍ବିଙ୍ଗ୍‌ ବୋଲର୍‌ ନ ଥିଲେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଥିଲେ।
୨୦୦୫ ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ନିଜ ମାଟିରେ ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇଥିଲେ। ଦୁଇ ବର୍ଷ ପରେ, ଟି -୨୦ ମ୍ୟାଚରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ପ୍ରଥମ ଟି -୨୦ ବିଶ୍ୱକପର ଫାଇନାଲ ଥିଲା। ଏହି ମ୍ୟାଚରେ ମାତ୍ର ୧୬ ରନ ଦେଇ ଇରଫାନ ୩ ଉଇକେଟ ନେଇଥିଲେ ଏବଂ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri