Posted inଖେଳ

୨୫ ବଲ୍‌ରୁ ୧୨୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ଆଜିକୁ ଠିକ୍‌ ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩, ୨୯ ଅଗଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଟି-୨୦ କ୍ରିକେଟ୍‌ରେ ବିଶ୍ୱ ରେକର୍ଡ କରିଥିଲେ। ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ସିରିଜର ପ୍ରଥମ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳୁଥିଲା। ଫିଞ୍ଚ ଏହି ମ୍ୟାଚରେ ୧୫୬ ରନ ସ୍କୋର କରିଥିଲେ। ସେ ମାତ୍ର ୬୩ଟି ବଲ ଖେଳି ଏହି ସ୍କୋର କରିଥିଲେ। ଫିଞ୍ଚ ଛକାରୁ ଇନିଂସ ଆରମ୍ଭ କରି ୧୧ ଚୌକା, ୧୪ ଛକା ମାରିଥିଲେ। ୬ଟି ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୦ ଓଭରରେ ୨୪୮ରନ ସଂଗ୍ରହ କରିଥିଲା, ଯାହା ସେହି ସମୟରେ ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ ସର୍ବାଧିକ ସ୍କୋର ଥିଲା। ଇଂଲଣ୍ଡ ଦଳ ୬ ଉଇକେଟ ହରାଇ ୨୦୯ ରନ ସଂଗ୍ରହ କରି ୩୯ ରନ୍‌ରେ ମ୍ୟାଚ ହାରିଥିଲା।
ଫିଞ୍ଚ ଟି -୨୦ଆନ୍ତର୍ଜାତୀୟ ଫର୍ମାଟରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ସାଉଥମ୍ପଟନରେ ଶନ ମାର୍ଶ (୨୮)ଙ୍କ ସହ ଦ୍ୱିତୀୟ ଉଇକେଟ ପାଇଁ ୧୧୪ ରନ ଯୋଡିଥିଲେ। ସେ ତୃତୀୟ ଉଇକେଟ ପାଇଁ ସେନ୍‌ ୱାଟସନ (୩୭) ଙ୍କ ସହ ୧୦୧ ରନ ଭାଗିଦାରୀ ବାଣ୍ଟିଥିଲେ। ୨୦୧୮ମସିହାରେ, ଫିଞ୍ଚ ଜିମ୍ବାୱେ ବିପକ୍ଷରେ ୧୭୨ ରନ ସ୍କୋର କରିଥିଲେ, ଯାହାକି ଟି -୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅଟେ। ଏହି ମ୍ୟାଚ୍‌ରେ ଫିଞ୍ଚ ୪୭ ବଲରେ ଶତକ ପୂରଣ କରିଥିବାବେଳେ ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ପାଲେକାଲରେ ବାଂଲାଦେଶ ବିପକ୍ଷ ଟି -୨୦ ମ୍ୟାଚ୍‌ରେ ୧୨୩ ରନ୍‌ର ଇନିଂସ ଖେଳିଥିବା ବେଳେ ସେ ୨୦୧୨ରେ ବ୍ରେଣ୍ଡନ ମ୍ୟାକକୁଲମଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri