ନୂଆ ରୂପ ପାଇବ ନୀଳାଚଳ ଅଶୋକ

ପୁରୀ ଅଫିସ,୨୯।୮: କେନ୍ଦ୍ର ସରକାର ନୂତନ ମୁଦ୍ରୀକରଣ ବ୍ୟବସ୍ଥା ଦ୍ୱାରା ଭାରତୀୟ ଅର୍ଥନୀତିକୁ ସବଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କିଛି ଅଚଳ ସମ୍ପତ୍ତିିରେ ପୁଞ୍ଜି ନିବେଶ ପାଇଁ ଘରୋଇ ସଂସ୍ଥାକୁ ନିମନ୍ତ୍ରଣ କରାଯାଉଛି। ଏହି ସମ୍ପତ୍ତି ତାଲିକାରେ ପୁରୀର ପୁରାତନ ନୀଳାଚଳ ହୋଟେଲ ରହିଛି। ସମ୍ପ୍ରତି ଏହି ହୋଟେଲ୍‌ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ଚାଲିଛି।

ସୂଚନାଯୋଗ୍ୟ, ୧୯୮୮ ନଭେମ୍ବର ୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନୀଳାଚଳ ଅଶୋକ ହୋଟେଲକୁ ଉଦ୍‌ଘାଟନ କରିଥିଲେ। ଉତ୍କଳ ଅଶୋକ ହୋଟେଲ କର୍ପୋରେଶନ୍‌ ନାମରେ ଏକ ସରକାରୀ ଉଦ୍ୟୋଗ ଭାବେ ଏହା ଗଢିଉଠିଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରାୟ ୬ ଏକରରୁ ଊର୍ଦ୍ଧ୍ୱ ଜାଗାରେ ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନାରେ ନୀଳାଚଳ ଅଶୋକ ହୋଟେଲ୍‌ କାର୍ଯ୍ୟକ୍ଷମ ଥିଲା। ଏଠାରେ ପ୍ରାୟ ୫୪ ଜଣ କର୍ମଚାରୀ କାର୍ଯ୍ୟରତ ଥିଲୋ। ସେତେବେଳେ ଏହାକୁ ପୁରୀ ହୋଟେଲ ଶିଳ୍ପର ଏକ ବଡ଼ ଭାଗ ବୋଲି ବିଚାର କରାଯାଉଥିଲା। ବେଳାଭୂମି ନିକଟସ୍ଥ ସବୁଠାରୁ ଦାମୀ ହୋଟେଲ ଭାବେ ନାଁ କରିଥିବା ନୀଳାଚଳ ହୋଟେଲରେ ଦେଶ ଓ ଦେଶ ବାହାରୁ ଲୋକେ ଆସି ରହିବାକୁ ପସନ୍ଦ କରୁଥିଲେ। ଏହି ହୋଟେଲର ଜଣେ ପୁରାତନ କର୍ମଚାରୀ ଜୟକୃଷ୍ଣ ପାତ୍ର କହିଛନ୍ତି, ପୁରୀ ସହରର ସବୁଠାରୁ ବଡ଼ ହୋଟେଲ କହିଲେ ନୀଳାଚଳ ଅଶୋକକୁ ବୁଝାଯାଉଥିଲା। ମାତ୍ର ୨୦୦୫ରେ ଏହି ଗୌରବରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।

ହୋଟେଲ ଦେବାଳିଆ ହେବାରୁ ଏହାକୁ ବନ୍ଦ କରିବା ପାଇଁ ଯୋଜନା କରାଗଲା। କର୍ମଚାରୀମାନଙ୍କୁ ଏକକାଳୀନ ଭାବେ କିଛି ଟଙ୍କା ଦେଇ ଅବସର ଦେବାକୁ ପ୍ରସ୍ତୁତି ଆରମ୍ଭ ହେଲା। କର୍ପୋରେଶନ୍‌ ଏତେ ପରିମାଣର ଟଙ୍କା ଏକକାଳୀନ ଯୋଗାଡ଼ କରିବାକୁ ଅସମର୍ଥ ହେବାରୁ ଏହାକୁ ଘରୋଇ ସଂସ୍ଥାକୁ ଲିଜ୍‌ରେ ଦେବାକୁ ମଧ୍ୟ ଉଦ୍ୟମ ହୋଇଥିଲା। ସବୁ ପ୍ରୟାସ ନିଷ୍ଫଳ ହେବା ପରେ ବାଧ୍ୟ ହୋଇ କର୍ମଚାରୀଙ୍କୁ ଯେନତେଣ ପ୍ରକାରେ ଟଙ୍କା ଦେଇ ଅବସର ଦିଆଗଲା। ପ୍ରଥମ ପର୍ଯ୍ୟାୟରେ ୫୪ କର୍ମଚାରୀଙ୍କ ମଧ୍ୟରୁ ୨୯ ଜଣଙ୍କୁ ଏବଂ ପରେ ୨୦୧୪ରେ ଅବଶିଷ୍ଟ କର୍ମଚାରୀଙ୍କୁ ଏକକାଳୀନ ଅର୍ଥ ରାଶି ପ୍ରଦାନ କରି ଅବସର ଦିଆଗଲା। ଚାକିରି କରିବା ବେଳେ କର୍ମଚାରୀଙ୍କର କଣ୍ଟ୍ରିବ୍ୟୁଟେଡ୍‌ ପ୍ରୋଭିଡେଣ୍ଡ ଫଣ୍ଡ (ସିପିଏଫ୍‌) କରାଯାଇଥିଲା। ଏବେ ପେନ୍‌ସନ ବାବଦକୁ ତତ୍କାଳ ଦରମାର ୫୦ ପ୍ରତିଶତ ପ୍ରତି ମାସରେ ମିଳୁଛି। ତେବେ ଏହି ହୋଟେଲ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ଶୁଣିବା ପରେ ଅତ୍ୟନ୍ତ ଖୁସି ଲାଗୁଛି। ଆମ ଭାବାବେଗ ସହ ଜଡ଼ିତ ନୀଳାଚଳ ହୋଟେଲ ପୁଣି ଥରେ ଚାଲୁ ହେଲେ ପୁରୀ ସହରର ହୋଟେଲ ଶିଳ୍ପ ଚମକି ଉଠିବ। ଏହି ହୋଟେଲର ଉପଯୁକ୍ତ ବିକାଶ କରାଗଲେ ଘରୋଇ ହୋଟେଲ ଏହା ସହ ପ୍ରତିଯୋଗିତା କରିବାରେ ସମର୍ଥ ହେବେ ନାହିଁ। ସେହିପରି ନୀଳାଚଳ ହୋଟେଲର ସ୍ବର୍ଣ୍ଣିମ ଦିନକୁ ଦେଖିଥିବା ପୁରୀ ସହର ବାସିନ୍ଦା ଜୟନ୍ତ କୁମାର ଦାସ କହିଛନ୍ତି, ଏହା ମୋ ପିଲାବେଳର ସବୁଠାରୁ ଦାମୀ ହୋଟେଲ ଥିଲା। ବିସ୍ତୀର୍ଣ୍ଣ ଜାଗାରେ ପରିବ୍ୟାପ୍ତ ହେବା ସହ ବେଳାଭୂମିକୁ ଲାଗିରହିଥିଲା। ଏବେ ହୋଟେଲ ପରିସୀମା ସଙ୍କୁଚିତ ହୋଇଗଲାଣି। ଦୂରଦର୍ଶନ, ବ୍ଲୁଫ୍ଲାଗ୍‌ ବିଚ୍‌ ପର୍ଯ୍ୟାୟ କ୍ରମେ ଜାଗା ମାଡ଼ି ବସିବାରୁ ହୋଟେଲଟି ସର୍ବନିମ୍ନ କଳେବରରେ ସୀମିତ ରହିଛି। ଏହାସତ୍ତ୍ୱେ ଏହାକୁ ପୁଣି କାର୍ଯ୍ୟକ୍ଷମ ପାଇଁ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ କେବେଠାରୁ ହାତକୁ ନିଆଯିବ ଓ ସମ୍ପୃୃକ୍ତ ଜମିର ସାମ୍ପ୍ରତିକ ସ୍ଥିତି କ’ଣ ରହିଛି ସେନେଇ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ସେକ୍ରେଟାରି ଲଲାଟେନ୍ଦୁ ସାହୁଙ୍କୁ ପଚାରିବାରେ କହିଛନ୍ତି, ମୁଦ୍ରୀକରଣ ବ୍ୟବସ୍ଥାରେ ନୀଳାଚଳ ଅଶୋକା ହୋଟେଲ ସାମିଲ ହୋଇଥିବା ନେଇ ସୂଚନା ରହିଛି। ମାତ୍ର କେନ୍ଦ୍ର ସ୍ତରରୁ କୌଣସି ସୂଚନା ମଗାଯାଇ ନାହିଁ କିମ୍ବା ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଲିଖିତ ନିର୍ଦ୍ଦେଶନାମା ଆସିନାହିଁ। ସେହିପରି ସମାନ କଥା ଦୋହରାଇଛନ୍ତି ପିକେଡିଏ ଯୋଜନା ଅନୁମୋଦନ ଅଧିକାରୀ ସୁଶାନ୍ତ ଭୋଇ। ସେ କହିଛନ୍ତି, ଜମିର ସ୍ଥିତି ସମ୍ପର୍କିତ ରିପୋର୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ଧାରଣା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଆଗାମୀ ଦିନରେ ନିର୍ଦ୍ଦେଶନାମା ଆସିଲେ କାର୍ଯ୍ୟକ୍ରମ ହାତକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri