ନୂଆ ରୂପ ପାଇବ ନୀଳାଚଳ ଅଶୋକ

ପୁରୀ ଅଫିସ,୨୯।୮: କେନ୍ଦ୍ର ସରକାର ନୂତନ ମୁଦ୍ରୀକରଣ ବ୍ୟବସ୍ଥା ଦ୍ୱାରା ଭାରତୀୟ ଅର୍ଥନୀତିକୁ ସବଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କିଛି ଅଚଳ ସମ୍ପତ୍ତିିରେ ପୁଞ୍ଜି ନିବେଶ ପାଇଁ ଘରୋଇ ସଂସ୍ଥାକୁ ନିମନ୍ତ୍ରଣ କରାଯାଉଛି। ଏହି ସମ୍ପତ୍ତି ତାଲିକାରେ ପୁରୀର ପୁରାତନ ନୀଳାଚଳ ହୋଟେଲ ରହିଛି। ସମ୍ପ୍ରତି ଏହି ହୋଟେଲ୍‌ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ଚାଲିଛି।

ସୂଚନାଯୋଗ୍ୟ, ୧୯୮୮ ନଭେମ୍ବର ୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନୀଳାଚଳ ଅଶୋକ ହୋଟେଲକୁ ଉଦ୍‌ଘାଟନ କରିଥିଲେ। ଉତ୍କଳ ଅଶୋକ ହୋଟେଲ କର୍ପୋରେଶନ୍‌ ନାମରେ ଏକ ସରକାରୀ ଉଦ୍ୟୋଗ ଭାବେ ଏହା ଗଢିଉଠିଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରାୟ ୬ ଏକରରୁ ଊର୍ଦ୍ଧ୍ୱ ଜାଗାରେ ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନାରେ ନୀଳାଚଳ ଅଶୋକ ହୋଟେଲ୍‌ କାର୍ଯ୍ୟକ୍ଷମ ଥିଲା। ଏଠାରେ ପ୍ରାୟ ୫୪ ଜଣ କର୍ମଚାରୀ କାର୍ଯ୍ୟରତ ଥିଲୋ। ସେତେବେଳେ ଏହାକୁ ପୁରୀ ହୋଟେଲ ଶିଳ୍ପର ଏକ ବଡ଼ ଭାଗ ବୋଲି ବିଚାର କରାଯାଉଥିଲା। ବେଳାଭୂମି ନିକଟସ୍ଥ ସବୁଠାରୁ ଦାମୀ ହୋଟେଲ ଭାବେ ନାଁ କରିଥିବା ନୀଳାଚଳ ହୋଟେଲରେ ଦେଶ ଓ ଦେଶ ବାହାରୁ ଲୋକେ ଆସି ରହିବାକୁ ପସନ୍ଦ କରୁଥିଲେ। ଏହି ହୋଟେଲର ଜଣେ ପୁରାତନ କର୍ମଚାରୀ ଜୟକୃଷ୍ଣ ପାତ୍ର କହିଛନ୍ତି, ପୁରୀ ସହରର ସବୁଠାରୁ ବଡ଼ ହୋଟେଲ କହିଲେ ନୀଳାଚଳ ଅଶୋକକୁ ବୁଝାଯାଉଥିଲା। ମାତ୍ର ୨୦୦୫ରେ ଏହି ଗୌରବରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।

ହୋଟେଲ ଦେବାଳିଆ ହେବାରୁ ଏହାକୁ ବନ୍ଦ କରିବା ପାଇଁ ଯୋଜନା କରାଗଲା। କର୍ମଚାରୀମାନଙ୍କୁ ଏକକାଳୀନ ଭାବେ କିଛି ଟଙ୍କା ଦେଇ ଅବସର ଦେବାକୁ ପ୍ରସ୍ତୁତି ଆରମ୍ଭ ହେଲା। କର୍ପୋରେଶନ୍‌ ଏତେ ପରିମାଣର ଟଙ୍କା ଏକକାଳୀନ ଯୋଗାଡ଼ କରିବାକୁ ଅସମର୍ଥ ହେବାରୁ ଏହାକୁ ଘରୋଇ ସଂସ୍ଥାକୁ ଲିଜ୍‌ରେ ଦେବାକୁ ମଧ୍ୟ ଉଦ୍ୟମ ହୋଇଥିଲା। ସବୁ ପ୍ରୟାସ ନିଷ୍ଫଳ ହେବା ପରେ ବାଧ୍ୟ ହୋଇ କର୍ମଚାରୀଙ୍କୁ ଯେନତେଣ ପ୍ରକାରେ ଟଙ୍କା ଦେଇ ଅବସର ଦିଆଗଲା। ପ୍ରଥମ ପର୍ଯ୍ୟାୟରେ ୫୪ କର୍ମଚାରୀଙ୍କ ମଧ୍ୟରୁ ୨୯ ଜଣଙ୍କୁ ଏବଂ ପରେ ୨୦୧୪ରେ ଅବଶିଷ୍ଟ କର୍ମଚାରୀଙ୍କୁ ଏକକାଳୀନ ଅର୍ଥ ରାଶି ପ୍ରଦାନ କରି ଅବସର ଦିଆଗଲା। ଚାକିରି କରିବା ବେଳେ କର୍ମଚାରୀଙ୍କର କଣ୍ଟ୍ରିବ୍ୟୁଟେଡ୍‌ ପ୍ରୋଭିଡେଣ୍ଡ ଫଣ୍ଡ (ସିପିଏଫ୍‌) କରାଯାଇଥିଲା। ଏବେ ପେନ୍‌ସନ ବାବଦକୁ ତତ୍କାଳ ଦରମାର ୫୦ ପ୍ରତିଶତ ପ୍ରତି ମାସରେ ମିଳୁଛି। ତେବେ ଏହି ହୋଟେଲ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ଶୁଣିବା ପରେ ଅତ୍ୟନ୍ତ ଖୁସି ଲାଗୁଛି। ଆମ ଭାବାବେଗ ସହ ଜଡ଼ିତ ନୀଳାଚଳ ହୋଟେଲ ପୁଣି ଥରେ ଚାଲୁ ହେଲେ ପୁରୀ ସହରର ହୋଟେଲ ଶିଳ୍ପ ଚମକି ଉଠିବ। ଏହି ହୋଟେଲର ଉପଯୁକ୍ତ ବିକାଶ କରାଗଲେ ଘରୋଇ ହୋଟେଲ ଏହା ସହ ପ୍ରତିଯୋଗିତା କରିବାରେ ସମର୍ଥ ହେବେ ନାହିଁ। ସେହିପରି ନୀଳାଚଳ ହୋଟେଲର ସ୍ବର୍ଣ୍ଣିମ ଦିନକୁ ଦେଖିଥିବା ପୁରୀ ସହର ବାସିନ୍ଦା ଜୟନ୍ତ କୁମାର ଦାସ କହିଛନ୍ତି, ଏହା ମୋ ପିଲାବେଳର ସବୁଠାରୁ ଦାମୀ ହୋଟେଲ ଥିଲା। ବିସ୍ତୀର୍ଣ୍ଣ ଜାଗାରେ ପରିବ୍ୟାପ୍ତ ହେବା ସହ ବେଳାଭୂମିକୁ ଲାଗିରହିଥିଲା। ଏବେ ହୋଟେଲ ପରିସୀମା ସଙ୍କୁଚିତ ହୋଇଗଲାଣି। ଦୂରଦର୍ଶନ, ବ୍ଲୁଫ୍ଲାଗ୍‌ ବିଚ୍‌ ପର୍ଯ୍ୟାୟ କ୍ରମେ ଜାଗା ମାଡ଼ି ବସିବାରୁ ହୋଟେଲଟି ସର୍ବନିମ୍ନ କଳେବରରେ ସୀମିତ ରହିଛି। ଏହାସତ୍ତ୍ୱେ ଏହାକୁ ପୁଣି କାର୍ଯ୍ୟକ୍ଷମ ପାଇଁ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ କେବେଠାରୁ ହାତକୁ ନିଆଯିବ ଓ ସମ୍ପୃୃକ୍ତ ଜମିର ସାମ୍ପ୍ରତିକ ସ୍ଥିତି କ’ଣ ରହିଛି ସେନେଇ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ସେକ୍ରେଟାରି ଲଲାଟେନ୍ଦୁ ସାହୁଙ୍କୁ ପଚାରିବାରେ କହିଛନ୍ତି, ମୁଦ୍ରୀକରଣ ବ୍ୟବସ୍ଥାରେ ନୀଳାଚଳ ଅଶୋକା ହୋଟେଲ ସାମିଲ ହୋଇଥିବା ନେଇ ସୂଚନା ରହିଛି। ମାତ୍ର କେନ୍ଦ୍ର ସ୍ତରରୁ କୌଣସି ସୂଚନା ମଗାଯାଇ ନାହିଁ କିମ୍ବା ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଲିଖିତ ନିର୍ଦ୍ଦେଶନାମା ଆସିନାହିଁ। ସେହିପରି ସମାନ କଥା ଦୋହରାଇଛନ୍ତି ପିକେଡିଏ ଯୋଜନା ଅନୁମୋଦନ ଅଧିକାରୀ ସୁଶାନ୍ତ ଭୋଇ। ସେ କହିଛନ୍ତି, ଜମିର ସ୍ଥିତି ସମ୍ପର୍କିତ ରିପୋର୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ଧାରଣା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଆଗାମୀ ଦିନରେ ନିର୍ଦ୍ଦେଶନାମା ଆସିଲେ କାର୍ଯ୍ୟକ୍ରମ ହାତକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?