Posted inଖେଳ

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ପୂର୍ବରୁ ଏକଦିବସୀୟ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି। ଥରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଫଟୋ ଶେୟାର କରି ଚର୍ଚ୍ଚାକୁ ସଇନି। ତେବେ ସଇନି ଯାହାଙ୍କ ପ୍ରେମରେ ପାଗଳ ସେ ହେଉଛନ୍ତି ପୂଜା ବିଜାର୍ନିଆ। ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର କିଛି ଅଂଶ ଦାନ କରିଥିଲେ ପୂଜା। ୨୦୧୭ରେ ଡାକ୍ତର ଭୂଷଣ ଶ୍ରୀବାସ୍ତବ ପୂଜାଙ୍କ ଲିଭର ତାଙ୍କ ପିତାଙ୍କଠାରେ ସଫଳ ପ୍ରତିରୋପଣ କରିଥିଲେ। ପିତାଙ୍କ ଚିକିତ୍ସା ପାଇଁ ପୂଜାଙ୍କ ପରିବାର ସମ୍ପତ୍ତି ବିକି ଦେଇଥିଲେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ଡାକ୍ତ ଭୂଷଣ ଶ୍ରୀବାସ୍ତବ। ଯାହା ସେ ସମୟରେ ଭାଇରାଲ ହୋଇଥିଲା। ପୂଜା ସ୍ପୋଟର୍ସ ମ୍ୟାନେଜମେଣ୍ଟ କୋର୍ସ ମଧ୍ୟ କରିଛନ୍ତି। ନବଦୀପଙ୍କୁ ସେ ଗତ ୨-୩ବର୍ଷ ହେବ ଡେଟିଂ କରୁଛନ୍ତି।
ନବଦୀପ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ ଅଛନ୍ତି। ଖୁବ କମ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri