Posted inଖେଳ

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ପୂର୍ବରୁ ଏକଦିବସୀୟ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି। ଥରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଫଟୋ ଶେୟାର କରି ଚର୍ଚ୍ଚାକୁ ସଇନି। ତେବେ ସଇନି ଯାହାଙ୍କ ପ୍ରେମରେ ପାଗଳ ସେ ହେଉଛନ୍ତି ପୂଜା ବିଜାର୍ନିଆ। ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର କିଛି ଅଂଶ ଦାନ କରିଥିଲେ ପୂଜା। ୨୦୧୭ରେ ଡାକ୍ତର ଭୂଷଣ ଶ୍ରୀବାସ୍ତବ ପୂଜାଙ୍କ ଲିଭର ତାଙ୍କ ପିତାଙ୍କଠାରେ ସଫଳ ପ୍ରତିରୋପଣ କରିଥିଲେ। ପିତାଙ୍କ ଚିକିତ୍ସା ପାଇଁ ପୂଜାଙ୍କ ପରିବାର ସମ୍ପତ୍ତି ବିକି ଦେଇଥିଲେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ଡାକ୍ତ ଭୂଷଣ ଶ୍ରୀବାସ୍ତବ। ଯାହା ସେ ସମୟରେ ଭାଇରାଲ ହୋଇଥିଲା। ପୂଜା ସ୍ପୋଟର୍ସ ମ୍ୟାନେଜମେଣ୍ଟ କୋର୍ସ ମଧ୍ୟ କରିଛନ୍ତି। ନବଦୀପଙ୍କୁ ସେ ଗତ ୨-୩ବର୍ଷ ହେବ ଡେଟିଂ କରୁଛନ୍ତି।
ନବଦୀପ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ ଅଛନ୍ତି। ଖୁବ କମ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri