Posted inଖେଳ

ଅନୁଭୂତି ବଖାଣି ପ୍ରବଳ କାନ୍ଦିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନର କରୋନା ଯୋଗୁ ଅଧାରୁ ସ୍ଥଗିତ ହୋଇଥିଲା। ଅନେକ ଖେଳାଳି ଏବଂ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଏହି ଟୁର୍ନାମେଣ୍ଟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ କ୍ରିକେଟର୍‌ ମାନେ ନିଜ ଘରେ ପହଞ୍ଚିବା ପରେ ଭାରତରେ ସେମାନଙ୍କୁ ଅନୁଭୂତି ବୟାନ କରୁଛନ୍ତି। ଏହି କ୍ରମରେ ନ୍ୟୁଜିଲାଣ୍ଡ କ୍ରିକେଟର୍‌ର କ୍ରିକେଟର ଟିମ ସେଫର୍ଟ ନିଜ ଅନୁଭୂତି ବଖାଣିବା ସମୟରେ କାନ୍ଦି ପକାଇଛନ୍ତି। ଭାରତରେ କରୋନା ପଜିଟିଭ ଆସିବା ପରେ ତାଙ୍କ ଅନୁଭୂତି ବିଷୟରେ କହିଥିଲେ।
ଆଇପିଏଲ ୨୦୨୧ରେ, ଟିମ ସେଫର୍ଟ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯିବା ପରେ ନ୍ୟୁଜିଲ୍ୟାଣ୍ଡର ସାଥୀ ଖେଳାଳିଙ୍କ ସହ ଯିବା ପୂର୍ବରୁ କରୋନାର ଆର୍‌ଟିପିସିଆର୍‌ ପରୀକ୍ଷଣରେ ସେ ସାମାନ୍ୟ ଲକ୍ଷଣ ସହିତ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଫର୍ଟ ଏବେ ନ୍ୟୁଜିଲାଣ୍ଡରେ ଥିବା ତାଙ୍କ ଘରେ ୧୪ ଦିନିଆ ଆଇସୋଲେସନରେ ଅଛନ୍ତି। ଏହି ସମୟରେ ସେ ଏକ ଅନଲାଇନ ସାକ୍ଷାତକାରରେ ଭାଗ ନେଇଥିଲେ। ଭାରତରେ କରୋନା ପଜିଟିଭ ଆସିବା ପରେ ତାଙ୍କ ଅନୁଭୂତି ବର୍ଣ୍ଣନା କରି ତାଙ୍କ ଆଖିରୁ ଲୁହ ଆସିଯାଇଥିଲା।
ସେ କହିଛନ୍ତି ମୁଁ ଯେତେବେଳେ ଜାଣିଲି ଯେ ମୁଁ କରୋନା ପଜିଟିଭ, ସେତେବେଳେ ସତେ ଯେପରି ମୋ ଦୁନିଆ ଅଧାରୁ ଅଟକି ଯାଇଥିଲା। ମୁଁ ପ୍ରକୃତରେ ଭାବି ପାରିଲି ନାହିଁ କଣ ପରବର୍ତ୍ତୀ ସମୟରେ ଘଟିବ ଏବଂ ଏହା ହେଉଛି ସବୁଠାରୁ ଭୟଭୀତ ଅଂଶ- ଆପଣ ଖରାପ ଜିନିଷ ବିଷୟରେ ଶୁଣନ୍ତି ଏବଂ ଭାବନ୍ତି ଯେ ଏହା ମଧ୍ୟ ମୋ ସହିତ ଘଟିବ। ଏ ବିଷୟରେ କଥାବାର୍ତ୍ତା କରି ୨୬ ବର୍ଷୀୟ ଟିମ୍‌ ନିଜକୁ ସମ୍ଭାଳିବା ପାଇଁ କିଛି ସମୟ ନେଇଥିଲେ ଏବଂ ଏହା ପରେ ସେ ଆହୁରି କଥାବାର୍ତ୍ତା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri