ଜୀବନର ଗତିପଥ

ଉ ଯାହା ହେଉ ନ ହେଉ, ଜୀବନର ଗତିପଥ କ୍ୱଚିତ ଏକ ପ୍ରତ୍ୟାଶିତ ସରଳରେଖାରେ ଗତିକରେ। ଯାତ୍ରୀକୁ ମଧୁର ପ୍ରତାରଣା ପ୍ରଦାନ କରିବା ଏହି ଗତିପଥର ପ୍ରମୁଖ ଲକ୍ଷଣ! ଏବେ ସେମିତି କିଛି ପ୍ରତାରଣାର ସ୍ବାଦୁ ଚାଖିବା, ଯାହା ଯାତ୍ରୀ ପାଇଁ ଥାଏ ଅକଳ୍ପନୀୟ।
ରାଜା ଚାଲିଛନ୍ତି ସୈନ୍ୟସାମନ୍ତ ଧରି ହାତୀପିଠିରେ। ନଅରରୁ କିଛି ବାଟ ଗଲାପରେ ସେ ଦେଖନ୍ତି ସମାନ୍ତରାଳ ଭାବେ ଚାଲି ଚାଲି ଯାଉଛନ୍ତି ତାଙ୍କ ରାଜସଭାର ମୁଖ୍ୟ ପରାମର୍ଶଦାତା, ଯିଏ ତାଙ୍କର ବନ୍ଧୁ ଏବଂ ଦିଗ୍‌ଦର୍ଶକ ମଧ୍ୟ। ରାଜା ବନ୍ଧୁସୁଲଭ ଉଷ୍ମତା ନେଇ ପଚାରିଲେ,  ‘କୁଆଡ଼େ ଚାଲିଲ?’ ପରାମର୍ଶଦାତା କହିଲେ, ”ମୁଁ କ’ଣ ଜାଣେ?“ ସମ୍ପର୍କର ନିବିଡ଼ତାଜନିତ ଏହା ଏକ ଖାମଖିଆଲ ଉତ୍ତର ଭାବି ରାଜା ପୁଣି ପ୍ରଶ୍ନଟି ଦୋହରାଇଲେ। ମିଳିଥିଲା ସମାନ ଉତ୍ତର। ଏଣେ ସୈନ୍ୟସାମନ୍ତ, ଅନ୍ୟ ଅଧିକାରୀଗଣ ରାଜାଙ୍କ ରାସ୍ତା ମଝିରେ ଅଟକିବା ଏବଂ ଏପରି ବାର୍ତ୍ତାଳାପ କରିବା ରାଜପଦର ଅବମାନନା ବୋଲି ଭାବି ଅଶାନ୍ତ ହୋଇ ପଡୁଥିଲେ। ରାଜାଙ୍କ ଅହଂକାରକୁ ମଧ୍ୟ ଏହା ସାମାନ୍ୟ ଆଘାତ ଦେଲା। ଉତ୍‌କ୍ଷିପ୍ତ ହୋଇ ସେ କହିଲେ, ”ୟାଙ୍କୁ କାରାଗାରରେ ନିକ୍ଷେପ କର।“ ରାଜା ତାଙ୍କ ବାଟରେ ଆଗେଇଗଲେ। ସନ୍ଧ୍ୟା ଦରବାରରେ ମନ୍ତ୍ରୀ ରାଜାଙ୍କ ଏହି ସିଦ୍ଧାନ୍ତର ମୃଦୁ ପ୍ରତିବାଦ କଲେ। ନିଜ ପରାମର୍ଶଦାତାଙ୍କୁ  ଅଯଥାରେ ରାସ୍ତାରେ ଅଟକାଇ ପ୍ରଶ୍ନ ପଚାରିବା ଏବଂ ପ୍ରତ୍ୟାଶିତ ଉତ୍ତର ନ ପାଇ ତାଙ୍କୁ ଜେଲରେ ପୂରାଇବା ନିତାନ୍ତ ଅନ୍ୟାୟ ବୋଲି ସେ ମତବ୍ୟକ୍ତ କଲେ। ରାଜା ତାଙ୍କ  ମୁକ୍ତିର ନିର୍ଦ୍ଦେଶ ଦେଲେ। ପାଖରେ ବସାଇ ସମସ୍ତ ଘଟଣାଟିକୁ ହାଲୁକା କରି ପୁଣି ପଚାରିଲେ, ‘ଆଚ୍ଛା ସତ କହିଲ, ତୁମେ ଯାଉଥିଲ କୁଆଡ଼େ?’ ଉପଦେଷ୍ଟା କହିଲେ, ”ଏତେ ଘଟଣା ପରେ ବି ଆପଣ ଉତ୍ତର ପାଇ ପାରୁନାହାନ୍ତି। ମୁଁ କ’ଣ ଘରୁ ବାହାରିଲା ବେଳେ ଜାଣିଥିଲି ମୋର କିଛି ଘଣ୍ଟାର କାରାଗାର ଯୋଗ ଅଛି ବୋଲି? ମୁଁ ଯାଉଥିଲି କୁଆଡ଼େ, ପହଞ୍ଚିଲି କେଉଁଠି?“ ଏ ଥିଲା ମନୋଜ ଦାସ ପରିବେଷିତ ଏକ କାହାଣୀର ପ୍ରତିଧ୍ୱନି।
ନିଜ ସ୍କୁଲମାଷ୍ଟରଙ୍କ ପ୍ରହାର ହେଉ ବା କିଶୋରସୁଲଭ ଉଦ୍ଦାମତାରେ ଜଣେ ସାମନ୍ତଶ୍ରେଣୀୟ ବ୍ୟକ୍ତିଙ୍କ ଫାର୍ମରୁ ଏକ ହରିଣ ଚୋରି ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନଠୁ ବର୍ତ୍ତିବା ପାଇଁ ହେଉ, ପ୍ରଖ୍ୟାତ ନାଟ୍ୟକାର ଉଇଲିୟମ୍‌ ସେକ୍ସପିୟର ନିଜ ଗାଁ ମାଟିଠୁ ପଳାୟନ କଲେ ଲଣ୍ଡନ, ନିଜ ଭାଗ୍ୟ ଅନ୍ବେଷଣରେ। ଥିଏଟରଗାମୀ କଳାପ୍ରେମୀଙ୍କ ଘୋଡ଼ା ଜଗିବା ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ନାଟ୍ୟକାରର ସିଂହାସନରେ ବସାଇବ, ଏହା କ’ଣ ସେ ଜାଣିଥିଲେ? ଅବା ସେ କ’ଣ ଜାଣିଥିଲେ ଯେଉଁ ଭଦ୍ରମହିଳାଙ୍କୁ ବାହାହେବେ ସେ ତାଙ୍କଠୁ ୮ବର୍ଷ ବଡ଼? ଏପରି କି ଛୋଟମୋଟ ଅଭିନୟ, ନାଟ୍ୟ ନିର୍ଦ୍ଦେଶନା କ’ଣ ତାଙ୍କୁ ଜଣେଇଥିଲା ଯେ ମାତ୍ର ୫୨ ବର୍ଷ ବୟସରେ ପୃଥିବୀ ଛାଡ଼ିବାର ଢେର ପୂର୍ବରୁ ସେ ପୃଥିବୀର ସର୍ବଶ୍ରେଷ୍ଠ ନାଟ୍ୟକାରର ମୁକୁଟ ପିନ୍ଧିବେ?
ଜୀବନର ଦୋଛକି କାହା ଆଗରେ ବା ଉଭା ହୁଏନି। କିନ୍ତୁ ସମସ୍ତେ କ’ଣ ରର୍ବଟ ଫ୍ରଷ୍ଟ ହୋଇପାରିବେ, ଯାହାଙ୍କ କବିତାର (ରୋଡ୍‌ ନଟ୍‌ ଟେକେନ୍‌) କେତେକ ପଂକ୍ତି ଜବାହରଲାଲ ନେହେରୁଙ୍କ ଭଳି ଅନେକ ପାଠକଙ୍କ ମାର୍ଗଦର୍ଶିକା ହୋଇ ଚିରଦିନ ରହିବ? କବିତାରେ ଏହି ‘ଦୋ ଛକି’ର ବ୍ୟାଖ୍ୟା କରିବାକୁ ଯାଇ ସେ କହନ୍ତି, କିପରି ଦୁଇଟି ରାସ୍ତା କବିଙ୍କ ଆଗରେ ପଡ଼ିଥିଲା। ଗୋଟିଏ ବହୁଳ ବ୍ୟବହୃତ ଓ ଅନ୍ୟଟି ଅମଡ଼ା, ଘାସଗୁଳ୍ମରେ ଭରପୂର। ସେ ଏହି ଅମଡ଼ା ବାଟଟିକୁ ପସନ୍ଦ କଲେ ଯାହା ତାଙ୍କର ଅନ୍ୟଠୁ ପୃଥକତା ପାଇଁ ଦାୟୀ। କିନ୍ତୁ ସେ ତାଙ୍କ ମନୋନୀତ ରାସ୍ତାଟି ଏକ ମହତ୍ତର ବିକଳ୍ପ ବୋଲି କହି ନାହାନ୍ତି। ସେ ଖାଲି ଘଟଣାଟି ବର୍ଣ୍ଣନା  କରିଛନ୍ତି ଏବଂ ସେହି କ୍ରମରେ ସେ କହିବାକୁ ଚାହାନ୍ତି, ଦୋ’ଛକିର ରାସ୍ତା ଦ୍ୱୟ ପରସ୍ପରଠୁ ଦୂରେଇ ଯାଉଥିବା ଦୁଇଟି ମାର୍ଗ। ଗୋଟିକୁ ପସନ୍ଦ କଲାପରେ ପୁଣି ପ୍ରାରମ୍ଭରେ ପହଞ୍ଚି ଦ୍ୱିତୀୟ ମାର୍ଗରେ ଯିବା ସାଧାରଣତଃ ସମ୍ଭବ ନୁହେଁ।  ଅର୍ଥାତ୍‌ ନଦୀର ଗତିପଥ ପରି ଜୀବନର ଗତିପଥଗୁଡ଼ିକ ସାଧାରଣତଃ ଅପରିବର୍ତ୍ତନୀୟ।
ମୁଣ୍ଡ ବାଡ଼େଇ ନିଜର ହଜିଲା ପ୍ରେମିକାକୁ ଖୋଜି ଖୋଜି ନୟାନ୍ତ ହୋଇପଡି଼ଥିବା ପ୍ରେମିକ ଜଣକର ଏକ ରେସ୍ତୋରାଁରେ ପରଷା ଯାଇଥିବା ଖାଦ୍ୟ ତାଲିକାର ଏକ ତ୍ରୁଟିରୁ ନିଜ ହୃଦୟର ରାଣୀଙ୍କୁ ଆବିଷ୍କାର କରିବା, ଏକ ଅତ୍ୟାଶ୍ଚର୍ଯ୍ୟ ଘଟଣା ନିଶ୍ଚୟ। ଦୀର୍ଘଦିନ ଧରି ସେ ପ୍ରେମିକାଠୁ ବିଚ୍ଛିନ୍ନ। ତାଙ୍କର କୌଣସି ଖୋଜଖବର ନ ପାଇ ଭଗ୍ନ ହୃଦୟରେ ପ୍ରେମିକ (ୱାଲଟ୍‌ର) ଏକ ରେସ୍ତୋରାଁରେ ପହଞ୍ଚିଲେ କ୍ଷୁଧା ନିବାରଣ ପାଇଁ। ମାତ୍ର କିଏ ଜାଣିଥିଲା ଏହି ରେସ୍ତୋରାଁରେ ହିଁ ଭାଗ୍ୟଚକ୍ରରେ ନିଜଠୁ ବିଚ୍ଛିନ୍ନ ହୋଇଥିବା ତାଙ୍କ ପ୍ରେମିକା ‘ସାରା’ର ସନ୍ଧାନ ସେ ପାଇବେ। ଅନ୍ୟମନସ୍କତା ମଣିଷ ପାଇଁ ବେଳେବେଳେ ଆଶୀର୍ବାଦ ପାଲଟେ। ଘଟଣାକ୍ରମେ ସେହି ଜଳଖିଆ ଦୋକାନରେ ତାଙ୍କ ପ୍ରେମିକା ‘ସାରା’  ଚାକିରି କରୁଥିଲେ, ମୁଖ୍ୟକାମ ଥିଲା ପ୍ରତିଦିନ ପରିଚାଳକ ପ୍ରଦତ୍ତ ‘ନୂଆ ଖାଦ୍ୟତାଲିକା’ ଟାଇପ୍‌ କରିବା। ଘଟଣାକ୍ରମେ ସେହି ମିଳନୀ ଦିବସରେ ଅନ୍ୟମନସ୍କ ହୋଇ ଖାଦ୍ୟତାଲିକାର ଏକ ଖାଦ୍ୟ-‘ଡେଣ୍ଡେଲିଅନ ୱିଥ୍‌ ହାର୍ଡ଼ ବଏଲଡ୍‌ ଏଗସ୍‌’ (ବସନ୍ତ ଋତୁରେ ଫୁଟୁଥିବା ଡେଣ୍ଡେଲିଅନ୍‌ ଏକ ଫୁଲ ଯାହା ସିଝା ଅଣ୍ଡା ସହ ଖିଆଯାଏ) ବଦଳରେ ‘ଡିଏରେଷ୍ଟ ୱାଲଟାର ୱିଥ୍‌ ହାର୍ଡ ବଏଲଡ୍‌ ଏଗସ୍‌’ ଟାଇପ କରି ଦେଇଥିଲେ। ପ୍ରେମିକ ୱାଲଟରଙ୍କ ପାଇଁ ଖାଦ୍ୟତାଲିକାର ଏହି ଭୁଲ୍‌ ହିଁ ତାଙ୍କୁ ଠିକ୍‌ ମାର୍ଗରେ ପହଞ୍ଚି ଦେଇଥିଲା। ସେ ଅନୁସନ୍ଧାନ କରି ଜାଣିଥିଲେ, ‘ସାରା’ ହିଁ ଏହି ଖାଦ୍ୟ ତାଲିକା ଟାଇପ କରିଛି। ‘ଓ ହେନ୍‌ରୀ’ଙ୍କ ଏହି ଗଳ୍ପ ‘ସ୍ପ୍ରିଙ୍ଗ ଟାଇମ୍‌’ (ବସନ୍ତ ସମୟ)ର ଏକ ବିକଳ୍ପ ଶିରୋନାମା ବୋଧହୁଏ ହେବ, ‘ଭୁଲ୍‌ ଯେଉଁଠି ଠିକ୍‌’!!
ବେଳେବେଳେ କଳାର ଗତିପଥ ଜୀବନର ଗତିପଥକୁ ସାଂକେତିକ ଭାବରେ ପ୍ରକାଶ କରେ, ବିଶେଷତଃ ଜୀବନର ବୃତ୍ତାକାର ଗତିକୁ ସୂଚିତ କରି। ସେଇଥି ପାଇଁ ଟି.ଏସ୍‌. ଏଲିଅଟ୍‌ କହନ୍ତି ‘ଅନ୍ତ ହିଁ ମୋର ଆରମ୍ଭ’ (ଇନ୍‌ ମାଇ ଏଣ୍ଡ୍‌ ଇଜ ମାଇ ବିଗିନିଙ୍ଗ) ଏବଂ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ରିଚାର୍ଡ ଏଟେନବୋରୋ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ଗାନ୍ଧୀଙ୍କ ହତ୍ୟା ଦୃଶ୍ୟକୁ ଚଳଚ୍ଚିତ୍ରର ପ୍ରଥମ ଦୃଶ୍ୟ ହିସାବରେ ପରିବେଷଣ କରିଥିଲେ। ଆଣ୍ଟୋନ ଚେକୋଭଙ୍କ ଗୋଟିଏ ଗଳ୍ପ ଏକ ‘କାରୁକାର୍ଯ୍ୟ’ (ଏ ୱାର୍କ ଅଫ୍‌ ଆର୍ଟ) ସାଂକେତିକ ଭାବରେ ଜୀବନର ଚକ୍ରାକର ଗତିର ସୂଚନା ଦିଏ। ନାଟକୀୟ ଭାବରେ ଆରମ୍ଭ ହୋଇଥିବା  ଗପରେ ଛୋଟପିଲାଟି ପଶି ଆସୁଛି ଜଣେ ଡାକ୍ତରଙ୍କ ଚ୍ୟାମ୍ବରକୁ ଏବଂ କହୁଛି ତାଙ୍କ ଚିକିତ୍ସାରେ ସେ ଆରୋଗ୍ୟ ଲାଭ କରି ଥିବାରୁ ତାଙ୍କ ମାଆ ଏହି କଳାତ୍ମକ ବସ୍ତୁଟି, ଯାହା ଗୋଟିଏ କ୍ୟାଣ୍ଡେଲ ଷ୍ଟାଣ୍ଡ, ଉପହାର ଭାବେ ପ୍ରଦାନ କରିଛନ୍ତି। ଆପାତଦୃଷ୍ଟିରୁ ଷ୍ଟାଣ୍ଡର ନାରୀମୂର୍ତ୍ତିର ସାମାନ୍ୟ ଅଶ୍ଳୀଳ ଭଙ୍ଗୀ ଡାକ୍ତରଙ୍କୁ ଅଡୁଆ ଲାଗୁଥିଲାବେଳେ ପିଲାଟି କହି ଉଠିଛି,  ‘କି କବିତା! କି ଗତି! କି ପରିପ୍ରକାଶ!’ ଗଲାବେଳେ ପୁଣି କହିଛି, ସେ ପୁଣି ଦିନେ ଫେରିବ ଏହାର ସାଥୀ ଷ୍ଟାଣ୍ଡଟି ନେଇ। ଅଶ୍ଳୀଳତା ଭାରରେ ଡାକ୍ତର ଛଟପଟ। ପିଲାଟିର ଭାଷାର ପୁନରାବୃତ୍ତି କରି ଡାକ୍ତର ଏହାକୁ ଭେଟି ଦେଇଛନ୍ତି ଜଣେ ଓକିଲଙ୍କୁ ଏବଂ ଓକିଲ ଜଣକ ସେହି ଏକାଭାବରେ ଅତିଷ୍ଠ ହୋଇ ତାକୁ ଦାନ କରିଛନ୍ତି ଜଣେ ହାସ୍ୟ କଳାକାରଙ୍କୁ, ଯିଏ ଅନନ୍ୟୋପାୟ ହୋଇ ଏହାକୁ ବିକ୍ରି କରିଛନ୍ତି ପୁରାତନ ମୂର୍ତ୍ତି ସଂଗ୍ରହକାରୀଙ୍କୁ, ଯାହାଠୁ କିଣି ଆଣି ସେ ପିଲାର ମା’ ଏହା ପୂର୍ବ ମୂର୍ତ୍ତିର ସାଥୀ ହେଲା ଭଳି ଅନ୍ୟ ଏକ ମୂର୍ତ୍ତି ଭାବି ସେହି ପୁଅ ହାତରେ ଡାକ୍ତରଙ୍କ ପାଖକୁ ପଠାଇ ଦେଇଛନ୍ତି। କଥା ଯେଉଁଠୁ ଆରମ୍ଭ, ସେଇଠି ଶେଷ ହୋଇଛି!!
ସିଧାସିଳଖ ହେଉ କି ବକ୍ରାକାର ହେଉ କି ବୃତ୍ତାକାର, ଜୀବନର ଗତିପଥ ଯାବତୀୟ ରହସ୍ୟ ଓ କୌତୁକରେ ଭରା। ଜୀବନର ଅନ୍ୟନାମ ଯେ ଗାଣିତିକ ନିଶ୍ଚିତତା ନୁହେଁ, ଏହି କଥାଟି କହିବା ହୁଏତ ଏହାର ମୁଖ୍ୟଲକ୍ଷ୍ୟ!!
ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ,
ଜେଲ ରୋଡ୍‌, ବାଲେଶ୍ୱର
ମୋ : ୯୪୩୭୩୭୬୨୧୯

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri