ଦେଶର ସବୁଠୁ ବଡ଼ ଦାନବୀର: ଏତିକି ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ,୩।୧୧: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିବ ନାଦର ସବୁଠାରୁ ବଡ ଦାନବୀର ଭାବରେ ଉଭା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଶିବ ନାଦର ୨୦୨୪ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ।
ବିଜନେସ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ, ଏଡେଲ ଗିଭ ହୁରୁନ ଇଣ୍ଡିଆ ଫିଲାନଥ୍ରୋପୀ ଲିଷ୍ଟ (EdelGive Hurun India Philanthropy List 2023) ୨୦୨୩ ଅନୁଯାୟୀ, ଶିବ ନାଦର ୨୦୪୨ କୋଟି ଟଙ୍କା ଦାନ କରି ଦେଶର ସବୁଠାରୁ ଦାନବୀର ହୋଇପାରିଛନ୍ତି। ସେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିଦିନ ହାରାହାରି ୫.୬ କୋଟି ଟଙ୍କା ଦାନ କରିଛନ୍ତି। ଶିବ ନାଦର ପରେ ୱିପ୍ରୋଙ୍କ ଅଜିମ ପ୍ରେମଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୦୨୨-୨୩ରେ ମୋଟ ୧୭୭୪ କୋଟି ଟଙ୍କା ଦାନ କରିଛନ୍ତି। ଯାହାକି ୨୦୨୩-୨୨ ଆର୍ଥିକ ବର୍ଷ ତୁଳନାରେ ୨୬୭ ପ୍ରତିଶତ ଅଧିକ।
ଦାନ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ତୃତୀୟ ସ୍ଥାନରେ ଅଛନ୍ତି। ସେ ରିଲାଏନ୍ସ ଫାଉଣ୍ଡେସନ ମାଧ୍ୟମରେ ୩୭୬ କୋଟି ଟଙ୍କା ଦାନ କରିଛନ୍ତି। ଜେରୋଡାର ନିଖିଲ କାମାଥ ସର୍ବକନିଷ୍ଠ ଦାତା ହୋଇଛନ୍ତି। ସେ ୧୧୨ କୋଟି ଟଙ୍କା ଦାନ କରି ଦ୍ୱାଦଶ ସ୍ଥାନରେ ଅଛନ୍ତି। ମହିଳା ଦାତାମାନଙ୍କ ମଧ୍ୟରେ ରୋହିଣୀ ନିଲେକାନି ପ୍ରଥମ ସ୍ଥାନରେ ରହି ୧୭୦ କୋଟି ଟଙ୍କା ଦାନ କରିଛନ୍ତି। ଏଡେଲ ଗିଭ ହୁରୁନ ଇଣ୍ଡିଆ ଦାନବୀର ତାଲିକା ୨୦୨୩ ଅନୁଯାୟୀ ସେ ଦଶମ ସ୍ଥାନରେ ରହିଛନ୍ତି।

Share