ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଅଙ୍କକଷା

ନବରଙ୍ଗପୁର,୧୭।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ। ଏବେଠୁ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ବିଶେଷ ଭାବେ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ଅକ୍ତିଆର କରି ଅଧ୍ୟକ୍ଷ ପଦ ଦଖଲ ପାଇଁ ଭାଜପା, କଂଗ୍ରେସ ଓ ବିଜେଡି ରଣକୌଶଳ ଆରମ୍ଭ କରିଛନ୍ତି। ବିଜେଡି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ରହିଥିବା ବେଳେ କଂଗ୍ରେସ ୨୬ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତ କରି ରାଜ୍ୟକୁ ପଠାଇଛି। ଭାଜପା ଏବେ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ। ପୂର୍ବରୁ ନବରଙ୍ଗପୁର ଜିଲା କଂଗ୍ରେସର ଗଡ ଭାବେ ପରିଚିତ ଥିଲା। ଏବେ ଆଉ ସେହି ଗଡ ନାହିଁ। ଅନେକ ବରିଷ୍ଠ ନେତାଙ୍କ ବିୟୋଗ ଓ ଦଳର ଟାଣୁଆ ନେତା ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଲେ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ଦଳ ମିଶ୍ରଣ ପର୍ବ ମାଧ୍ୟମରେ ଯୋଗ ବିୟୋଗ ଚଳାଇଛନ୍ତି।
୨୦୧୨ ଓ ୨୦୧୭ ନିର୍ବାଚନରେ ବିଜେଡି ବାଜିମାତ କରି ଜିଲା ପରିଷଦ ଆସନ ଅକ୍ତିଆର କରିଥିଲା। ଏଥର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ଅଧ୍ୟକ୍ଷ ପଦ ରହିଥିବାରୁ ତିନି ଦଳ ମଧ୍ୟ ଳଢେଇ ଜୋରଦାର ହେବ। ଭୋଟର ପ୍ରାର୍ଥୀଙ୍କ ସହ ଦଳକୁ ଦେଖି ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ବିଜେଡିରୁ ବରିଷ୍ଠ ନେତା କାଦମ ମାଦାନୀ ଭାଜପାରେ ଯୋଗଦେବା ପରେ ଏହାର କିଛି ପ୍ରଭାବ ଦଳ ଉପରେ ପଡିବ। ସେହିଭଳି ଝରିଗାଁ ନିର୍ବାଚନମଣ୍ଡଳୀରୁ ଅନେକେ ଦଳ ଛାଡି କଂଗ୍ରେସରେ ଯୋଗଦେବା ପରେ ବିଜେଡି ପାଇଁ କିଛି ଅଡୁଆ ସୃଷ୍ଟି ହେବ। କଂଗ୍ରେସ ଜଙ୍ଗଲ ଜମି ସ୍ବତ୍ୱାଧିକାର, ଆଦିବାସୀଙ୍କ ମୌଳିକ ସୁବିଧା, ମଦ ବିରୋଧ, ଚାଉଳ ଦୁର୍ନୀତି, ନାରୀ ନିର୍ଯାତନା, ସ୍ବାସ୍ଥ୍ୟସେବା, ସାର ଯୋଗାଣ ଆଦିକୁ ନିର୍ବାଚନୀ ପ୍ରସଙ୍ଗ କରିବ। ବିଜେଡି ଶ୍ରମିକ, ପଡିକାର୍ଡ ହିତାଧିକାରୀଙ୍କୁ ଆର୍ଥତ୍କ ସହାୟତା, ଆବାସ ମରାମତି ପାଇଁ ସହାୟତା, ବିଜୁ ସ୍ବାସ୍ଥ୍ୟକାର୍ଡ ଭଳି ଅନେକ ଜନକଲ୍ୟାଣ ଯୋଜନା ଉପରେ ପ୍ରଚାର କରିବ। ରାଇଘର ବ୍ଲକରେ ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ୧୦କୋଟି ଟଙ୍କାର ଦୁର୍ନୀତି ଆଣି ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଭାଜପା ଏହାକୁ ସ୍ବାଗତ କରିବା ସହ କେବଳ ରାଇଘର ବ୍ଲକରେ ନୁହେଁ ଜିଲାରେ ଏଭଳି ଅନେକ ସ୍ଥାନରେ ଦୁର୍ନୀତି ହୋଇଛି ବୋଲି ପାଲଟା ବିଜେଡିକୁ ଟାର୍ଗେଟ କରିଥିଲା। ଜିଲାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ୩ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଭାଜପା କହିଛି। ଦୁଇ ଦଳର ଆରୋପ ପ୍ରତ୍ୟାରୋପରେ କଂଗ୍ରେସ ଫାଇଦା ନେବ ବୋଲି ଜଣାପଡୁଛି। ଭାଜପା କେନ୍ଦ୍ରୀୟ ଯୋଜନା, ଆବାସ ଯୋଜନାରେ ମଧ୍ୟସ୍ଥଙ୍କ ଦ୍ୱାରା ଟଙ୍କା ହଡପ, ଏମଜିଏନଆର୍‌ଇଜିଏସ୍‌ରେ ଶ୍ରମିକଙ୍କ ଟଙ୍କା ହଡପ ଘଟଣାକୁ ପ୍ରସଙ୍ଗ କରିବ।
ବିଜେଡିରେ ଜିଲା ପରିଷଦ ଓ ସମିତି ସଭ୍ୟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ରହିଛି। କୌଣସି ଆଶାୟୀ ଦଳରୁ ଟିକଟ ନ ପାଇଲେ ଭୋଟ ବିଭାଜନ ସମ୍ଭାବନା ରହିଛି। ଦଳ ମଧ୍ୟରେ ନେତାକୁ ନେଇ ଗୋଷ୍ଠୀ କନ୍ଦଳ ମଧ୍ୟ ଭୋଟ ବିଭାଜନର କାରଣ ସାଜିବ। ସେବା ମନୋଭାବ ଓ ପ୍ରତ୍ୟେକ ଗୋଷ୍ଠୀ ସହ ସୁସମ୍ପର୍କ ରହିଥିବା ପ୍ରାର୍ଥୀଙ୍କ ପଲା ଭାରି ରହିବ। ଫେବୃୟାରୀ ୧୬ରୁ ଜିଲାର ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ୫ଟି ଜୋନ, ୧୮ରେ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୪ ଜିଲାପରିଷଦ ଜୋନ, ୨୦ରେ କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକର ୫ଟି ଜୋନ, ୨୨ରେ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକର ୫ ଜିଲାପରିଷଦ ଜୋନ ପାଇଁ ମତଦାନ ହେବ। ୨୪ ତାରିଖରେ ଉମରକୋଟ ଓ ରାଇଘର ବ୍ଲକରେ ୭ ଜିଲାପରିଷଦ ପାଇଁ ଭୋଟ ହେବ। ଗତ ନିର୍ବାଚନରେ ଉମରକୋଟ ଓ ରାଇଘର ବ୍ଲକରେ ବିଜେଡିକୁ ନିରାଶ ହେବାକୁ ପଡିଥିବା ବେଳେ ଏଠାରେ ୫ମ ପର୍ଯ୍ୟାୟରେ ମତଦାନ ହେବ। ବିଜେଡି ଭାଜପାଗଡ଼କୁ ଅକ୍ତିଆର କରିବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri